fbpx

ସୁରକ୍ଷିତ ଭାବରେ ଭାରତୀୟଙ୍କୁ ଅଣାଯାଉଛି: ଅରିନ୍ଦମ ବାଗଚୀ

ନୂଆଦିଲ୍ଲୀ: ଲଗାତାର ଅଷ୍ଟମ ଦିନରେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ସୈନ୍ୟଙ୍କ ସହ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ହେଲା । ସେପଟେ ଏହି ଯୁଦ୍ଧର ବିଭୀଷିକା ଭୟରେ ୟୁକ୍ରେନ ଛାଡ଼ୁଛନ୍ତି ଶହ ଶହ ପ୍ରଦେଶୀ ନାଗିରକ । ଭାରତ, ସହ ଅନ୍ୟାନ୍ୟ ଦେଶର ନାଗରିକ ଛାଡ଼ୁଛନ୍ତି ୟୁକ୍ରେନ ଛାଡ଼ି ନିଜ ଦେଶକୁ ଫେରିବାକୁ ଉଦ୍ୟମ କରୁଛନ୍ତି ।

ଏହାରି ମଧ୍ୟରେ ୟୁକ୍ରେନରେ ଫସିଥିବା ପିଲାଙ୍କୁ ଉଦ୍ଧାର ନେଇ ବୈଦେଶିକ ମନ୍ତ୍ରାଳୟର ସୂଚନା ଜାରିକରିଛି । ଏନେଇ ସୂଚନା ଦେଇଛନ୍ତି ମୁଖପାତ୍ର ଅରିନ୍ଦମ ବାଗଚୀ । ସେ କହିଛନ୍ତି ବୁଧବାର ଜରୁରୀ ଘୋଷଣା ପରେ ଖାରକିଭରୁ ପିଲାମାନେ ପଳାଇ ଆସିଛନ୍ତି । ଏବେ ପେସୋଚୀନରେ ପାଖାପାଖି ୧ ହଜାର ଭାରତୀୟ ରହିଛନ୍ତି । ସେମାନଙ୍କୁ ବର୍ଡର ଯାଏ ଆଣିବାକୁ ଆମେ ଆଲୋଚନା ଜାରି ରଖିଛୁ । ଉଭୟ ଋଷ ଏବଂ ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି । ପିଲାମାନଙ୍କୁ କେମିତି ସୁରକ୍ଷିତ ଭାବେ ବର୍ଡର ଅଣାଯିବ, ଉଦ୍ୟମ ଚାଲିଛି । ହଙ୍ଗେରୀ, ରୋମାନିଆ ଦେଇ ଭାରତୀୟମାନଙ୍କୁ ଅଣାଯାଉଛି ବୋଲି କହିଛନ୍ତି ବାଗଚୀ ।
ସେପଟେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ୟୁକ୍ରେନ ସଂକଟ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟ ମଧ୍ୟରେ ୯୦ ମିନିଟ ଧରି ଆଲୋଚନା ହୋଇଛି ।

Get real time updates directly on you device, subscribe now.