IPL ମ୍ୟାଚ୍ ଉପରେ ପାକିସ୍ତାନର ନଜର, ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ବମରେ ଉଡ଼ାଇଦେବାକୁ ଆସିଲା ଧମକ
ପାକିସ୍ତାନ ତରଫରୁ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି।
ନୂଆଦିଲ୍ଲୀ: ଭାରତୀୟ ସେନା ବିଗୁଲ ବଜାଇ ସାରିଛି। ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେମାନେ ୨୬ ଜଣଙ୍କ ଜୀବନ ନେଇଥିଲେ, ଆମେ ଆତଙ୍କବାଦୀଙ୍କ ପରିବାର ନିପାତ କରିଦେଲୁ।
ତେଣୁ ଏବେ ଔଷଧ ବିକଳରେ ତାଟିଆ କାମୁଡୁଛି ପାକିସ୍ତାନ। ସେଥିପାଇଁ ତ ଆଉ କୌଣସି ବାଟ ନପାଇ IPL ମ୍ୟାଚ୍ ଉପରେ ଆଖି ପକାଇଲା। ଆଉ ଆଇପିଏଲ୍ ୨୦୨୫ ଚାଲିଥିବା ବେଳେ ପାକିସ୍ତାନ ତରଫରୁ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ମିଳିଛି।
ଗୁଜୁରାଟ କ୍ରିକେଟ୍ ଆସୋସିଏସନର ଅଫିସିଆଲ୍ ଇମେଲରେ ଷ୍ଟାଡିୟମକୁ ଦୋହଲାଇ ଦେବା ପାଇଁ ଧମକ ମିଳିଛି। ତେବେ ଇମେଲ୍ ମିଳିବା କ୍ଷଣି ଏବେ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଛନ୍ତି ଏବଂ ଷ୍ଟାଡିୟମର ସୁରକ୍ଷା ବଢିଥିବା ଖବର ମଧ୍ୟ ଆସିଛି।
ଏହି ମେଲରେ ଲେଖାଯାଇଛି, ଆମେ ତୁମ ଷ୍ଟାଡିୟମକୁ ବୋମାରେ ଉଡ଼ାଇଦେବୁ। ଏହାସହ ଇମେଲଟି ପାକିସ୍ତାନ ନାଁରେ ଆସିଛି। ଷ୍ଟାଡିୟମରେ ୨ ଟି ବଡ଼ ମ୍ୟାଚ୍ ହେବାକୁ ଥିବା ସମୟରେ ଗୁଜୁରାଟ କ୍ରିକେଟ୍ ଆସୋସିଏସନକୁ ଏଭଳି ଧମକଭରା ମେସେଜ୍ ଆସିବା ଦ୍ୱାରା ସମସ୍ତେ ସଜାଗ ହୋଇଯାଇଛନ୍ତି।