fbpx

ଆମକୁ ରାହୁଲ ଗାନ୍ଧୀ ହିଁ ଦରକାର, କଂଗ୍ରେସର ଅଧ୍ୟକ୍ଷ ପଦ କେବଳ ତାଙ୍କ ପାଇଁ:ମଲ୍ଳିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସର ସ୍ଥିତି କିଛି ଠିକ ନଥିବା ବେଳେ ବର୍ତ୍ତମାନ କଂଗ୍ରେସୀ ଅଧ୍ୟକ୍ଷ ପଦରେ କିଏ ବିରାଜିବ ତାହାକୁ ନେଇ ବହୁ ଆଲୋଚନା ଚାଲିଛି । ଯାହା ଆଶା କରାଯାଉଥିଲା ବିନା ଗାନ୍ଧୀ ପରିବାର କୌଣସି ବ୍ୟକ୍ତି ଦଳର ଅଧ୍ୟକ୍ଷ ହୋଇପାରନ୍ତି ବୋଲି କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି କଂଗ୍ରେସ ନେତା ମାନେ ରାହୁଲଙ୍କୁ ହିଁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରସ୍ତାବ ଦେଉଛନ୍ତି । ଆଉ କେବଳ ପ୍ରସ୍ତାବ ନୁହେଁ ଯଦି ସେ ରାଜି ନ ହୁଅନ୍ତି ତେବେ ତାଙ୍କୁ ବାଧ୍ୟ କରାଯିବ ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଏମ.ମିଲ୍ଳିକାର୍ଜୁନ ଖଡଗେ । ସେ କହିଛନ୍ତି ତାଙ୍କୁ ଆମେ ବୁଝାଇ ସୁଝାଇ କଂଗ୍ରେସର ଅଧ୍ୟକ୍ଷ କରିବୁ ।

ଏହା ସହିତ ସେ କହିଛନ୍ତି ଦଳର ନେତୃତ୍ୱ ନେବା କିଛି ଛୋଟ କଥା ନୁହେଁ । ତାଙ୍କୁ ସୁପ୍ରତିଷ୍ଠିତ, ସୁଚିନ୍ତକ ତଥା ସବୁ ଗୁଣରେ ପରିପୂର୍ଣ୍ଣ ଥିବା ଆବଶ୍ୟକ । କାଶ୍ମୀର ଠାରୁ ଆରମ୍ଭ କରି କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁ ଦଳର ନେତା ମାନେ ତାଙ୍କୁ ଜାଣିଥିବା ଆବଶ୍ୟକ । ଆଉ ଏହି ସବୁ କିଛି ପାଇଁ ରାହୁଲ ଏକ ଦମ ଉପଯୁକ୍ତ ଅଟନ୍ତି । ତେଣୁ ତାଙ୍କୁ ହିଁ ଆମେ ଏହି ଅଧ୍ୟକ୍ଷ ପଦରେ ବସାଇବୁ ।

ଏହା ସହିତ ସେ କହିଛନ୍ତି ଭାରତ ଯୋଡୋରେ ରାହୁଲଙ୍କ ଭୂମିକା ଆଉ ଅବଦାନ ବହୁତ । ତାଙ୍କ ବିନା ଆଉ ଏହି ଆସନ କାହାକୁ ଆମେ ଦେଇ ପାରିବା? କିଏ ଏଥି ପାଇଁ ଉପଯୁକ୍ତ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି ।ଦଳ ଆଉ ଦେଶକୁ ଯଦି ବଞ୍ଚାଇବାରେ ଅଛି ତେବେ ଏହି ଅଧ୍ୟକ୍ଷ ପଦରେ ଆମେ ରାହୁଲଙ୍କ ଛଡା ଆଉ କାହାକୁ ଯୋଗ୍ୟ ବୋଲି ଭାବି ପାରୁ ନାହୁଁ ତେଣୁ ଆମେ ରାହୁଲଙ୍କୁ ଏହି ଦାଇତ୍ୱ ଆଉ ଆସନ ପାଇଁ ବୁଝା ସୁଝା କରିବୁ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.