fbpx
BSKY
BJD MC SKY
BJD MS SKY

ଜହ୍ନକୁ ଆମେ ଜିତିଗଲୁ ହେଲେ ଏକ ତାରାକୁ ହରାଇଲୁ

ଓଡିଶା ଭାସ୍କର; ଜହ୍ନ ରାଇଜରେ ଭାରତ ପହଁଞ୍ଚି ଥିବାରୁ ଆମେ ସମସ୍ତେ ନିଜକୁ ଖୁବ ଗର୍ବ ମନେ କରୁଛେ । ହେଲେ ଦେଶରେ ଘଟୁଥିବା ହାଲଚାଲ ବିଷୟରେ ଆମକୁ କିଛି ବି ଜଣା ନାହିଁ । କେଉଁଠି କୁନି ନାବାଳିକା ଝିଅକୁ ଦୁର୍ଷ୍କମ କରାଗଲାଣି ତ ଆଉ କେଉଁଠି କାହାକୁ ନିର୍ମମ ହତ୍ୟା କରାଗଲାଣି । ବର୍ତମାନ ଦୁର୍ଷ୍କମ ଅପେକ୍ଷା ଏବେ ଗଣ ଦୁର୍ଷ୍କମ ବେଶୀ ବୃଦ୍ଧି ପାଉଛି । ସାନ ସାନ ବୟସର ନାବାଳିକା ଝିଅଙ୍କୁ ନିଜର ଭଉଣୀ ରୂପେ ଦେଖିବା ବଦଳରେ ସେମାନଙ୍କୁ ଖରାପ ନଜରରେ ଦେଖୁଛନ୍ତି ନର ରାକ୍ଷସ । ଆଉ ଏହି ନର ରାକ୍ଷାସ ମାନେ କେବଳ ସେକ୍ସ କରି ନିଜର ଭୋକ ମେଣ୍ଟାଇବା ଆଶାରେ ରହୁଛନ୍ତି । ଏମାନଙ୍କ କଥା ନ ମାନିଲେ ଚାଲି ଯାଉଛି ସାଧାରଣ ନିରୀହ ଝିଅର ଜୀବନ ।

ତେବେ ସେକ୍ସକୁ ମନା କରିବାରୁ ଏବେ ଚାଲିଯାଇଛି ମାତ୍ର ୧୬ ବର୍ଷର ସ୍କୁଲ ପଢୁଆ ଝିଅର ଜୀବନ । ପୋଲିସ ଉକ୍ତ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ୨୨ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ସୋମବାର ଦିନ ଦାର୍ଜିଲିଂ ଜିଲ୍ଲାର ଜଣେ ୧୬ ବର୍ଷୀୟ ସ୍କୁଲ ଛାତ୍ରୀ ସ୍କୁଲରୁ ଫେରିବା ସମୟରେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ଏହା ପରେ ତାହା ସହିତ ସମ୍ପର୍କ ରଖିବାକୁ ଛାତ୍ରୀଙ୍କୁ ବାଧ୍ୟ କରିଥିଲା ଅଭିଯୁକ୍ତ । ଯଦିଓ ଏହି ଘଟଣାରେ ସଠିକ ତଦନ୍ତ ରିପୋର୍ଟ ମିଳିନାହିଁ କିନ୍ତୁ ଯୁବକ ଜଣକର କଥା ନ ମାନିବାରୁ ଛାତ୍ରୀଙ୍କୁ ହତ୍ୟା କରିଛି ଯୁବକ । ଛାତ୍ରୀ ଜଣଙ୍କ ଏକ ନିଛାଟିଆ ବାଟ ଦେଇ ଘରକୁ ଫେରୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଅଟକାଇଥିଲା । ପ୍ରେମ ନିବେଦନ କରିବା ପରେ ତାଙ୍କ ସହ ଖରାପ ବ୍ୟବହାର ଆରମ୍ଭ କରିଥିଲା ଅଭିଯୁକ୍ତ । ଏହା ପରେ ତା’ ସହିତ ସେକ୍ସ କରିବାକୁ ଛାତ୍ରୀଙ୍କୁ ବାଧ୍ୟ କରିଥିଲା । ଏପରି କରିବାକୁ ଛାତ୍ରୀ ଜଣକ ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ଛାତ୍ରୀ ଜଣଙ୍କୁ ଏକ ଓଜନିଆ ଇଟା ଖଣ୍ଡରେ ବାରମ୍ବାର ଆଘାତ ଦେଇ ହତ୍ୟା କରିଥିଲା । ଏହା ପରେ ଘଟଣା ସ୍ଥଳରେ ଛାତ୍ରୀଙ୍କ ମୃତ ଦେହ ଛାଡି ଅଭିଯୁକ୍ତ ଫେରାର ହେଇଯାଇଥିଲା ଅଭିଯୁକ୍ତ । ଛାତ୍ରୀଙ୍କର ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ ଝିଅକୁ ଖୋଜା ଖୋଜି କରିବା ପରେ ଶେଷରେ ଉକ୍ତ ସ୍ଥାନୀୟ ଅଞ୍ଚଳରେ ଛାତ୍ରୀଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ ।

ପୋଲିସର ଡେପୁଟି କମିଶନର ଅଭିଷେକ ଗୁପ୍ତା କହିଛନ୍ତି: “ଆମେ ଅଭିଯୁକ୍ତକୁ ଗିରଫ କରିଛୁ । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ହତ୍ୟାକାଣ୍ଡର ମୂଳ ଉଦ୍ଦେଶ୍ୟ ଯୌନ ନିର୍ଯାତନା କରିବା । ପୀଡିତା ଏହାକୁ ବିରୋଧ କରୁଥିବା ବେଳେ ତାଙ୍କୁ ଏକ ଇଟାରେ ବାରମ୍ବାର ଆଘାତ ଦିଆଯାଇଛି । ଯାହା ଫଳରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରକ୍ତ ଦାଗ ଥିବା ଇଟାକୁ ମଧ୍ୟ ଆମେ ଘଟଣା ସ୍ଥଳରୁ ପାଇଛୁ । ଏହା ସହ ଉକ୍ତ ଇଟାକୁ ଫୋରେନସିକ୍ ଅନୁସନ୍ଧାନ ପାଇଁ ବର୍ତ୍ତମାନ ପଠାଯାଇଛି। ଏହିପରି ଅଧିକ ସୂଚନା ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବ।

ଅନ୍ୟପଟେ ମଙ୍ଗଳବାର ସକାଳେ, ଝିଅର ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ଯୁବକଙ୍କ ଗିରଫଦାରୀ ବିଷୟରେ ଜାଣିବା ପରେ ସେମାନେ ସମ୍ପୃକ୍ତ ପୋଲିସ ଷ୍ଟେସନ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ଯୁବକଙ୍କୁ ସ୍ଥାନୀୟ କୋର୍ଟକୁ ଅଣାଯିବା ପରେ ବିକ୍ଷୋଭକାରୀ ମାନେ ମଧ୍ୟ ସେଠାରେ ପହଞ୍ଚି ତାଙ୍କ ଦଣ୍ଡ ଦାବି କରିଥିଲେ। ଏଠାରେ କୁହାଯାଉଥିଲା ଯେ, ଜହ୍ନକୁ ଆମେ ଜିତିଗଲୁ ହେଲେ ଆଜି ଏକ ତାରା ହରାଇଲୁ । ସ୍ଥାନୀୟ କୋର୍ଟ ଅଭିଯୁକ୍ତ ଯୁବକଙ୍କୁ ୧୦ ଦିନ ପାଇଁ ପୋଲିସ ହେପାଜତରେ ପଠାଇଥିବା ଜଣାପଡିଛି । ଘଟଣାକୁ ନେଇ ପୋଲିସ ଅଧିକ ଛାନଭିନ କରୁଥିବା ସୂଚନା ରହିଛି ।

Get real time updates directly on you device, subscribe now.