fbpx
BJD SKY
BJD SKY

ରଥ-ଯାତ୍ରା ସକାଶେ ପାଣିପାଗ ସୂଚନା: ପ୍ରବଳ ଗୁଳୁଗୁଳି କାରଣରୁ ଯଥେଷ୍ଟ ମାତ୍ରାରେ ପାଣି ପିଇବାକୁ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା  

BJD

ଭୁବନେଶ୍ୱର: ଆଜି ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରା । ଏଥିପାଇଁ ଭକ୍ତମୟ ହୋଇଉଠିଛି ପୁରୀ ଶ୍ରୀକ୍ଷେତ୍ର। ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଜଗନ୍ନାଥପ୍ରେମୀ ଭକ୍ତଙ୍କ ସୁଅଛୁଟିଛି। ଏହାରି ମଧ୍ୟରେ ସୂର୍ଯ୍ୟଙ୍କ ପ୍ରକୋପ ସକାଳୁ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ରଥ-ଯାତ୍ରା ସକାଶେ ସ୍ୱତନ୍ତ୍ର ପାଣିପାଗ ସୂଚନା ଦିଆଯାଇଛି।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ପୁରୀ ସହର ରେ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରୁ ପବନ ଘଣ୍ଟା ପ୍ରତି ବେଗ ୭  ରୁ ୧୦  କିମି ସହ ତାପମାତ୍ରା ସକାଳ ୮.୩୦ ସୁଦ୍ଧା ୩୩.୪ ଡ଼ିଗ୍ରୀ  ଏବଂ ଆଦ୍ରତା ୭୬% ରେକର୍ଡ ହୋଇଛି। ଆକାଶ ପ୍ରାୟ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଏବଂ ଉଚ୍ଚ ଆଦ୍ରତା ହେତୁ ଗୁଳୁଗୁଳି ରହୁଥିବାରୁ, ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରିକରଯାଇଛି।

ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ କାଳବୈଶାଖୀର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଯାଇଛି । ଏହାଫଳରେ ଆଶାତୀତ ଭାବେ ଦିନର ତାପମାତ୍ରା ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.