fbpx

ଆସିଲା ରଣବୀର ଓ ଆଲିଆ ଭଟ୍ଟଙ୍କ ବିବାହ ତାରିଖ, ଏହି ଦିନ ପଡ଼ିବ ହାତଗଣ୍ଠି

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଗତ କିଛି ଦିନରୁ ବେଶ୍ ଚର୍ଚ୍ଚା ହୋଇଆସୁଛି । କୁହାଯାଉଥିଲା ରଣବୀର ଏବଂ ଆଲିଆଙ୍କ ବିବାହ ଚଳିତ ମାସର ଦ୍ୱିତୀୟ ସପ୍ତାହରେ ହେବ । ସେମାନଙ୍କ ବିବାହ ମୁମ୍ବାଇର ଚେମ୍ବୁର ଆରକେ ହାଉସରେ ହେବ । ଅବଶ୍ୟ ଯେତେବେଳେ ଏନେଇ ରଣବୀରଙ୍କୁ ପଚରାଯାଇଥିଲା  ସେ ଏନେଇ କିଛି ଜାଣିନଥିବା କହିଥିଲେ । ତେବେ ସବୁ ଚର୍ଚ୍ଚା ପରେ ଏବେ ରଣବୀର ଏବଂ ଆଲିଆଙ୍କ ବିବାହର ତାରିଖ ଆସିସାରିଛି । ଉଭୟ ଏହି ମାସ ୧୭ ଏପ୍ରିଲରେ ବିବାହ କରିବେ ।

ରଣବୀର ଏବଂ ଆଲିଆଙ୍କ ବିବାହ ବଲିଉଡର ସବୁଠୁ ଚର୍ଚ୍ଚିତ ବିବାହ ମଧ୍ୟରେ ଗୋଟିଏ ହେବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ ଉଭୟଙ୍କ ବିବାହ ୧୭ ଏପ୍ରିଲରେ ହେବ । ଆଲିଆଙ୍କ ଅଜାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ, ଏହି କାରଣରୁ ଉଭୟଙ୍କ ବିବାହ ୧୭ ତାରିଖରେ ହେବ । ୧୭ ତାରିଖରେ କେବଳ ନିଜର ପରିଜନଙ୍କ ଉପସ୍ଥିତିରେ ବିବାହ ହେବ ଯେଉଁଥିରେ କେବଳ ପରିବାର ଲୋକ ଏବଂ କେବଳ ନିକଟ ସମ୍ପର୍କୀୟମାନେ ଉପସ୍ଥିତ ରହିବେ । ବିବାହ ଆରକେ ଷ୍ଟୁଡିଓରେ ହେବ । ପୂର୍ବରୁ ଉଭୟଙ୍କ ବିବାହ ରାଜସ୍ଥାନର ଉଦୟପୁରରେ ହେବା ନେଇ ଚର୍ଚ୍ଚା ହେଉଥିଲା ।

Get real time updates directly on you device, subscribe now.