ନୂଆଦିଲ୍ଲୀ: ଓଜନକ ହ୍ରାସ କରିବା ଲାଗି ଆଜିକାଲି ବଜାରରେ ଅନେକ ପ୍ରକାର ଔଷଧ ମିଳୁଛି, ଯାହା ଓଜନ ହ୍ରାସ କରିବାରେ ଆପଣଙ୍କୁ ସାହାଯ୍ୟ କରୁଛି। ଏହି ମେଡିସନରେ ଓଜେମ୍ପିକ ଏବଂ ଭେଗୋଭି ଭଳି ଔଷଧ ସାମିଲ ରହିଛି, ଯାହା ପ୍ରସିଦ୍ଧ ଅଟେ। ହେଲେ ଏକ ଅଧ୍ୟୟନରେ ପ୍ରମାଣିତ ହୋଇଛି ଯେ, ଓଜନ ହ୍ରାସ କରିବାର କିଛି ସମୟ ପରେ ପୁଣିଥରେ ପ୍ରଥମରୁ ଥିବା ଓଜନ ଭଳି କରିଦେଇଥାଏ। କାରଣ ମେମୋରୀର ପ୍ରଥମ ଓଜନକୁ ମନେରଖିବାକୁ କୁହାଯାଇଛି। ଆସନ୍ତୁ ଜାଣିବା ଏହି ବିଷୟରେ..
ଜଣେ ୪୧ ବର୍ଷୀୟ ଫ୍ଲାଇଟ ଅଟେଡାଣ୍ଟ, ଯିଏ ଓଜନ ପାଇଁ ଓଜେମ୍ପିକ ଔଷଧ ଖାଉଥିଲେ, ସେ ଏହି ଔଷଧରୁ ୧୫ ପାଉଣ୍ଡ ପର୍ଯ୍ୟନ୍ତ ଓଜନ କମ କରିଛନ୍ତି। ରିପୋର୍ଟ ମୁତାବକ, ଫ୍ଲାଇଟ ଆଟେଡାଣ୍ଟ ଇଲିନୋଇସ ଏହି ଔଷଧର ବ୍ୟବହାରର କିଛି ସମୟ ପରେ ବନ୍ଦ କରିଦେଇଥିଲେ, କାରଣ ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନଥିଲା। ୧୫ ପାଉଣ୍ଡ କମ କରି ତାଙ୍କର ଖୁସି କିଛି ଟାଇମ ପରେ ଶେଷ ହୋଇଯାଇଛି, କାରଣ ସେ କିଛି ସମୟ ପରେ ନିଜର ପୁରୁଣା ଓଜନକୁ ଫେରିଯାଇଛନ୍ତି।
ନୂଆ ରିସର୍ଚ୍ଚରେ ଜଣାପଡିଛି ଯେ, କେବଳ ଲାଇଫଷ୍ଟାଇଲ ନୁହେଁ ବରଂ ବିଜ୍ଞାନ ମଧ୍ୟ ଏହି କାରଣ ପାଇଁ ଦାୟୀ। ଅନୁସନ୍ଧାନକାରୀ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ, ଆମ ଶରୀରରେ, ଯେଉଁ ଫ୍ୟାଟ ସେଲ୍ସ ରହିଥାଏ, ଏଥିରୁ ଏକ ସ୍ମୃତି ହୋଇଥାଏ, ଯାହାକୁ ମେମୋରୀ କୁହାଯାଇଥାଏ। ଏହି ମେମୋରୀ କାରଣରୁ ଓଜନ କମ କରିବା ପରେ ମଧ୍ୟ ପୁନଶ୍ଚ ନିଜ ପୁରୁଣା ଓଜନକୁ ଫେରିଆସନ୍ତି। ସ୍ୱିସ ଟିମ ମୂଷାଙ୍କ ଉପରେ ଏକ ରିସର୍ଚ୍ଚ ସହ ୧୦ ଜଣଙ୍କ ଉପରେ ଟେଷ୍ଟିଂ କରିଥିଲେ, ଯେଉଁଥିରେ ସୁସ୍ଥ ମଣିଷ ଏବଂ ଗୋରା ଲୋକଙ୍କ ସମେତ ମୋଟା ଲୋକଙ୍କ ଡିଏନଏ ଯାଞ୍ଚ କରାଯାଇଥିଲା। ଯାଞ୍ଚରେ ଏକ କଥାର ଖୁଲାସା ହୋଇଥିଲା ଯେ, ଯେଉଁ ଲୋକେ ଓବୋସିଟୀର ଶିକାର ହୋଇଛନ୍ତି, ସେମାନେ କିଛି ସମୟପରେ ନିଜର ପୁରୁଣା ଓଜନକୁ ଫେରିଯାଇଛନ୍ତି।