fbpx

ବିଜେପିରେ ଯୋଗଦେଲେ ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲକୋର ପୂର୍ବତନ ସିଏମଡି ଡ. ତପନ ଚାନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣାଶୁଣା ଶିଳ୍ପ ବିଶେଷଜ୍ଞ ତଥା ନାଲକୋର ପୂର୍ବତନ ସିଏମଡି ଡ. ତପନ କୁମାର ଚାନ୍ଦ ଗତ ବୁଧବାର ଦିନ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ୮୦ ଦଶକରେ ଡ. ଚାନ୍ଦ ଛାତ୍ର ଜୀବନରୁ ଏବିଭିପି, ଆରଏସ୍ଏସ୍ ଏବଂ ବିଜେପି ସହିତ ଜଡିତ ଥିଲେ । ଏବିଭିପି ସମର୍ଥନରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ୟୁନିୟନର ସଭାପତି ରୂପେ ନିର୍ବାଚିତ ହୋଇଥିଲେ । ୩ ଦଶନ୍ଧିରୁ ଅଧିକ ସମୟ ଧରି ସେ ଇସ୍ପାତ କାରଖାନା, କୋଲ ଇଣ୍ଡିଆ ଏବଂ ନାଲକୋ ଭଳି ବୃହତ ଶିଳ୍ପସଂସ୍ଥାରେ ଡାଇରେକ୍ଟର ଏବଂ ଚେୟାରମ୍ୟାନ ଭାବେ ନିଜର ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସିଛନ୍ତି ।

ସଂହତି, ସ୍ୱଚ୍ଛତା ଏବଂ ଉତ୍ସର୍ଗ ମନୋଭାବ ନେଇ ଡ. ଚାନ୍ଦ ସେଣ୍ଟ୍ରାଲ କୋଲ୍, ବିଶାଖାପାଟଣା ଇସ୍ପାତ କାରଖାନା ଏବଂ ନାଲକୋରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ସମସ୍ତଙ୍କ ଠାରୁ ଉଚ୍ଚପ୍ରସଂଶିତ ହୋଇଛନ୍ତି । ଡ. ଚାନ୍ଦ ନାଲକୋକୁ ଏକକ କମ୍ପାନୀରୁ ବହୁମୁଖୀ କମ୍ପାନୀରେ ପରିବର୍ତ୍ତନ କରିଥିଲେ । କଷ୍ଟିକେ ସୋଢ଼ା ପ୍ଲାଣ୍ଟ୍ ଏବଂ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍ (କେଏବିଆଇଏଲ୍)ର ସଫଳ ପ୍ରତିଷ୍ଠା ତାଙ୍କର ଅନ୍ୟତମ ଅବଦାନ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାକୁ ସେ କାର୍ଯ୍ୟକାରୀ କରିଛନ୍ତି । ଡ. ଚାନ୍ଦ ନାଲକୋକୁ ବିଶ୍ୱସ୍ତରୀୟ କରିବା ସହ ବକ୍ସାଇଟ୍ ଓ ଆଲୁମିନା ଉତ୍ପାଦନ ଖର୍ଚ୍ଚ କ୍ଷେତ୍ରରେ ଏକ ନମ୍ବର କମ୍ପାନୀରେ ପରିଣତ କରିଥିଲେ । କୋଇଲା ଇସ୍ପାତ ଏବଂ ଆଲୁମିନା କ୍ଷେତ୍ରରେ ଜନ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଡ. ଚାନ୍ଦ ଖୁବ୍ ଲୋକପ୍ରିୟ । ତାଙ୍କର ଅଧ୍ୟକ୍ଷ କାର୍ଯ୍ୟକାଳ ମଧ୍ୟରେ ନାଲକୋ ପକ୍ଷରୁ ଓ ଓଡ଼ିଶାର ସାଂସ୍କୃତିକ ବୈଭବର ବିକାଶ ଏବଂ ବ୍ୟାପକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ପାଇଁ ଜନସାଧାରଣ ଏବେ ସୁଦ୍ଧା ତାଙ୍କୁ ମନେ ରଖିଛନ୍ତି ।

ପ୍ରଥମ ଥର ପାଇଁ ସେ ବରିଷ୍ଠ ନାଗରିକ, ଅସୁସ୍ଥ ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଜଗନ୍ନାଥ ମନ୍ଦିରକୁ ନେବା ପାଇଁ ବ୍ୟାଟେରି ଚାଳିତ ଗାଡି ପ୍ରଚଳନ କରିଥିଲେ । ସେହିପରି ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଡ. ଚାନ୍ଦ ପଶ୍ଚିମ ୟୁରୋପ୍ ଏବଂ କୁଇନ୍ସଲ୍ୟାଣ୍ଡ ୟୁନିଭରସିଟି ଅଫ ଟେକ୍ନୋଲୋଜି, ବ୍ରିସ୍ୱେନ୍, ଅଷ୍ଟ୍ରେଲିଆରେ ଆଡଭାନ୍ସଡ ମ୍ୟାନେଜମେଣ୍ଟ ଟ୍ରେନିଂ ନେଇଥିଲେ । ଆଲୁମିନିୟମ: ଦି ଷ୍ଟ୍ରାଟେଜିକ୍ମେଟାଲ ଆଣ୍ଡଆଲୁମିନିୟମ: ଦି ଫ୍ୟୁଚର ମେଟାଲ ନାମକ ନାମକ ଦୁଇଟି ପୁସ୍ତକ ସେ ରଚନା କରିଛନ୍ତି । ଏହି ପୁସ୍ତକରେ ସେ ଓଡ଼ିଶାକୁ ଭାରତର ଆଲୁମିନିୟମ ରାଜଧାନୀ ଏବଂ ଦକ୍ଷିଣ ପୂର୍ବ ଏସିଆ ଏବଂ ଦକ୍ଷିଣ ଏସିଆର ହବ୍ ଭାବେ ଅବିହିତ କରିଛନ୍ତି । ଡ. ଚାନ୍ଦ କ୍ରମାଗତ ଦୁଇଥର ପାଇଁ ଓଡ଼ିଶା ରାଜ୍ୟ ସିଆଇଆଇ ଏବଂ ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ ।

ବର୍ତ୍ତମାନ ସେ ବେଦାନ୍ତ ଭଳି ତୁଙ୍ଗ ବହୁରାଷ୍ଟ୍ରୀୟ କମ୍ପାନୀର ଉପଦେଷ୍ଟା ଭାବେ କାର୍ଯ୍ୟକରୁଛନ୍ତି । ସେ ଆଇଆଇଏମ୍ପର ଫରମାନ୍ସଇଭାଲୁଏସନ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ବୋର୍ଡ ଅଫ୍ ଆଡଭାଇଜର୍ସ ଅଫ୍ ଏଆଇସି (ଅଟଳ ଇନକ୍ୟୁବେସନ ସେଣ୍ଟର) – ଏନଆଇଟିଏଫର ଅଧ୍ୟକ୍ଷ ଭାବେ ଡ. ଚାନ୍ଦ ଯୁବକମାନଙ୍କୁ କର୍ମଚାରୀ ହେବା ପରିବର୍ତ୍ତେ ଷ୍ଟାର୍ଟଅପ୍ ଏବଂ ବ୍ୟବସାୟ ପ୍ରତିଷ୍ଠା କରି ନିଯୁକ୍ତିଦାତା ହେବା ପାଇଁ ଉତ୍ସାହିତ କରିଆସୁଛନ୍ତି । ଜଣେ ଶିଳ୍ପ ଉଦ୍ୟୋଗୀ ଭାବରେ ସରକାରୀ ଓ ଘରୋଇ ଉଦ୍ୟୋଗ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ବ୍ୟକ୍ତି ଭାବରେ ସେ ଜଣେ ଅତି ସରଳ, କର୍ତ୍ତବ୍ୟନିଷ୍ଠ ଅଟନ୍ତି । ସବୁବର୍ଗର ଲୋକଙ୍କ ସଂସ୍ପର୍ଶରେ ସେ ଆସିଥାନ୍ତି । ବିଭିନ୍ନ ସଂଗଠନ, ୟୁନିୟନ୍ ଏବଂ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଡ. ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଖ୍ୟାତନାମା ବଂଶୀବାଦକ ଡ. ହରିପ୍ରସାଦ ଚୌରାସିଆ ଡ. ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବହୁ ସମ୍ମାନଜନକ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି ।

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ସେ ସମ୍ମାନିତ ହୋଇଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଓଡ଼ିଶା ଏଚିଭର୍ସ ଆୱାର୍ଡ ଏବଂ ଏନ୍ଆଇପିଏ ପୁରସ୍କାର ମଧ୍ୟ ସେ ହାସଲ କରିଛନ୍ତି । ବିଜେପିରେ ଯୋଗ ଦେବା ପରେ ଡ. ତପନ ଚାନ୍ଦ କହିଛନ୍ତି ଯେ, ଜନସାଧାରଣ ଏବଂ ଦେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବଦାନ ଦ୍ୱାରା ସେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ତପସ୍ୱୀ ଏବଂ ରାଜଶ୍ରୀ ଭାବେ ବର୍ଣ୍ଣନା କରିଛନ୍ତି । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଶ୍ରୀ ମୋଦି ସଂକୀର୍ଣ୍ଣ ରାଜନୈତିକ ଚିନ୍ତାଧାରାରୁ ଉର୍ଦ୍ଧ୍ୱକୁ ଯାଇ ଅଭିବୃଦ୍ଧି ଏବଂ ବିକାଶକୁ କେନ୍ଦ୍ରୀୟ ପ୍ରସଙ୍ଗ ରୂପେ ଗ୍ରହଣ କରିଛନ୍ତି । ସ୍ଥାନୀୟ ଉତ୍ପାଦଗୁଡ଼ିକର ବହୁଳ ପ୍ରଚାର ଓ ପ୍ରସାର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ‘ଲୋକାଲ ପାଇଁ ଭୋକାଲ’ ହେବାକୁ ଦେଶଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ତାଙ୍କର ୯ ବର୍ଷର ‘ସେବା, ସୁଶାସନ ଏବଂ ଗରୀବ କଲ୍ୟାଣ’ ନବଭାରତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ବିକଶିତ ଭାରତ ଭାବରେ ଦ୍ରୁତ ଭାବେ ଅଗ୍ରସର ହେଉଛି ବୋଲି ଡ. ଚାନ୍ଦ କହିଛନ୍ତି ।

Get real time updates directly on you device, subscribe now.