fbpx

ଇସ୍ରାଏଲ ଓ ହମାସ ଯୁଦ୍ଧକୁ କେବଳ ରୋକିପାରିିବ ଭାରତ, ଇସଲାମିକ ଓ ଆରବ ଦେଶର ନେତା ଆସୁଛନ୍ତି ଦିଲ୍ଲୀ

ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଯୁଦ୍ଧରେ ହଜାର ହଜାର ନାଗରିକ ମୃତ୍ୟୁମୁଖରେ ପଡିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ଯୁଦ୍ଧର କୌଣସି ସମାଧାନର ବାଟ ବାହାରିପାରି ନାହିଁ । ଆଜି ଇସ୍ରାଏଲ ଓ ହମାସ ମଧ୍ୟରେ ୪ ଦିନର ସଂଘର୍ଷ ବିରାମକୁ ନେଇ ସହମତି ହୋଇଛି । କିନ୍ତୁ ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜାରେ ଫସିି ରହିଥିବା ଲୋକଙ୍କ ଲାଗି ମାନବୀୟ ସହାୟତା ଓ ଯୁଦ୍ଧର ସ୍ଥାୟୀ ସମାଧାନ ଖୋଜି ବାହାର କରିବା ଲାଗି ଇସଲାମିକ୍ ଓ ଆରବ ଦେଶର ନେତାମାନେ ଏବେ ଭାରତ ଠାରୁ ବହୁତ ଆଶା ରଖୁଛନ୍ତି । ଏଣୁ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବା ଲାଗି ଚଳିତ ସପ୍ତାହରେ ଆରବ ଲିଗ୍‌ର ବିଦେଶ ମନ୍ତ୍ରୀମାନେ ଭାରତ ଆସିବାର ସମ୍ଭାବନା ରହିଛି । ଏହି ଆଲୋଚନାର ଉଦ୍ଦେଶ୍ୟ ରହିବ ଗାଜା କ୍ଷେତ୍ରରୁ ସୈନ୍ୟ ଅପସାରଣ । ନୂଆଦିଲ୍ଲୀରେ ଏହିସବୁ ଦେଶର ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସଂକଟ ନିବାରଣ ଉପାୟ ଖୋଜିବା ଲାଗି ଇସଲାମିକ୍ ଓ ଆରବ ଦେଶର ନେତା ଖୁବ୍ ଶୀଘ୍ର ଦିଲ୍ଲୀ ଆସିବେ । ଏହି ଆଲୋଚନାରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ସାମିଲ ହେବେ । ପଶ୍ଚିମ ଏସିଆରେ ଜାରି ରହିଥିବା ସଂକଟ ସମାଧାନର ବାଟ ଖୋଜି ବାହାର କରିବା ଲାଗି ଏହି ସମସ୍ତ ନେତା ଦିଲ୍ଲୀ ଆସୁଛନ୍ତି । ଏଥିରେ ଆରବ ଓ ଇସଲାମ ବିଦେଶମନ୍ତ୍ରୀଙ୍କ ପ୍ରତିନିଧି ମଣ୍ଡଳ ମଧ୍ୟ ସାମିଲ ଅଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ରହିଛନ୍ତି ସାଉଦି ଆରବ, ଜୋଡାନ, ମିଶର ଓ ପାଲେଷ୍ଟାଇନର ବିଦେଶ ମନ୍ତ୍ରୀ । ଏହି ସମୟରେ ସେମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବିଦେଶମନ୍ତ୍ରୀ ଜୟଶଙ୍କରଙ୍କୁ ମଧ୍ୟ ଭେଟି ଆଲୋଚନା କରିବେ ।

ଭାରତର କୂଟନୀତି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ଉପରେ ପୁରା ବିଶ୍ୱର ଭରସା ରହିଛି । ଭାରତର ଇସ୍ରାଏଲ ଓ ପାଲେଷ୍ଟାଇନ ଉଭୟଙ୍କ ସହ ଭଲ ସମ୍ବନ୍ଧ ରହିଛି । ଏପରି ସ୍ଥିତିରେ ଇସ୍‌ଲାମିକ ଓ ଆରବ ଦେଶର ଆଶା ରହିଛି କି ପ୍ରଧାନମନ୍ତ୍ରୀ ମୋଦୀ ହିଁ ଏହି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ବାହାର କରିବେ ।

Get real time updates directly on you device, subscribe now.