ଜଳେଶ୍ୱର: ତେଜୁଛି ସୀମା ବିବାଦ, ପୁଣି ପଶ୍ଚିମବଙ୍ଗ ସରକାରଙ୍କ ଦାଦାଗିରି ଓଡ଼ିଶାରେ ଦେଖିବାକୁ ମିଳିଛି ।
ଓଡ଼ିଶା ଜମିରେ ପଶ୍ଚିମବଙ୍ଗ ସରକାର ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ । ପଶ୍ଚିମବଙ୍ଗ ୫ ଶହ ମିଟର କଂକ୍ରିଟ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି ।
ଭୋଗରାଇ ବ୍ଲକ୍ ଶଗଡ଼ାସାହି ଗାଁ ନିକଟରେ ରାସ୍ତା ନିର୍ମାଣ କାମ ବନ୍ଦ କରାଯାଇଛି । ଏହି ରାସ୍ତା କାମକୁ ବନ୍ଦ କରିଛନ୍ତି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।
କମର୍ଦା ପୋଲିସ ଓ ଭୋଗରାଇ ଅତିରିକ୍ତ ତହସିଲଦାର ହସ୍ତକ୍ଷେପ ମଧ୍ୟ କରିଛନ୍ତି ।