fbpx

ମମତା ବାନାର୍ଜୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଲାଗିଲା ଆଘାତ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଦେଶରେ ଏକ ବଡ଼ଧରଣର ରାଜନୈତିକ ମାହୋଲ ଦେଖିବାକୁ ମିଳିବାକୁ ମିଳିଛି । ସେନେଇ ପ୍ରମୁଖ ରାଜନୈତିକ ଦଳମାନେ ନିଜର ନିଜର ପ୍ରସ୍ତୁତି ପ୍ରକ୍ରିୟାରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ମୁତାବକ, ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି । କୋଲକତାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଏକ ସୂତ୍ରରୁ ଜଣାପଡ଼ିଛି । ବର୍ଦ୍ଧମାନରୁ ଏକ ବୈଠକ ସାରି ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ କାରରେ ଅଚାନକ ବ୍ରେକ ମାରିବା ଫଳରେ ମମତାଙ୍କ ମଥାରେ ଆଘାତ ଲାଗିଥିଲା ।

ବର୍ଷା କାରଣରୁ ମୁଖ୍ୟମନ୍ତ୍ରୀ କାର୍ ଯୋଗେ ଫେରୁଥିଲେ । ତେବେ ଏକ ଉଚ୍ଚା ସ୍ଥାନ ଆସିଯିବାରୁ କାର ଡ୍ରାଇଭର ଅଚାନକ ବ୍ରେକ୍ ମାରିଥିଲେ । ଫଳରେ ନିୟନ୍ତ୍ରଣ ହରାଇବା କାରଣରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମମତାଙ୍କ କାଫିଲାର ଅନ୍ୟ କାର ଆସିଯିବାରୁ ଡ୍ରାଇଭର ଅଚାନକ ବ୍ରେକ୍ ମାରିଥିଲେ । ବର୍ଦ୍ଧମାନ ଜିଲ୍ଲାର ଏକ ସାର୍ବଜନିକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଫେରୁଥିଲେ । ପ୍ରଥମ ହେଲିକପ୍ଟରରେ ଯିବାର ଥିଲା, ମାତ୍ର ଖରାପ ପାଣିପାଗ କାରଣରୁ ମୁଖ୍ୟମନ୍ତ୍ରୀ ରାଜପଥରେ ଯାଇଥିଲେ । ତେବେ ମମତାଙ୍କ ଆଘାତ ସେତେଟା ଗୁରୁତର ନୁହେଁ ବୋଲି କୁହାଯାଇଛି । ସୂଚନା ଯୋଗ୍ୟ ଯେ, ଆଗାମୀ ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମସି) ଏକାକୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବ ବୋଲି ସୁପିମୋ ମମତା ଆଜି ଘୋଷଣା କରିଥିଲେ ।

Get real time updates directly on you device, subscribe now.