fbpx

ଟସ୍ ଜିତି ବୋଲିଂ କରିବ ୱେଷ୍ଟ ଇଣ୍ଡିଜ: ବିରାଟ କୋହଲିଙ୍କ ସ୍ପେଶାଲ ମ୍ୟାଚରେ ଡେବ୍ୟୁ କରୁଛନ୍ତି ମୁକେଶ

Advertisement

ନୂଆଦିଲ୍ଲୀ: ଭାରତ ବିପକ୍ଷ ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ । ଏହି ମ୍ୟାଚ ଆଜି ଭାରତୀୟଙ୍କ ପାଇଁ ଖୁବ ସ୍ପେଶାଲ ହୋଇଯାଇଛି । କାରଣ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ନିଜର ୫୦୦ତମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାକୁ ମଇଦାନକୁ ଓହ୍ଲାଇଛନ୍ତି । ଏହାସହିତ ଟିମ ଇଣ୍ଡିଆରେ ଏଣ୍ଟ୍ରି କରୁଛନ୍ତି ଭାରତର ଷ୍ଟାର ଯୁବ ପେସ ବୋଲର ମୁକେଶ କୁମାର । ଏହି ଦୁଇଟି କାରଣ ଭାରତ ପାଇଁ ,ହି ମ୍ୟାଚର ମହତ୍ତ୍ୱକୁ ବଢାଇ ଦେଇଛି । ତେବେ ଏହି ମ୍ୟାଚକୁ ଜିତି ଟିମ ଇଣ୍ଡିଆ ଘରୋଇ ଦଳକୁ କ୍ଲିନ ସ୍ୱିପ କରିବା ଆଶାରେ ରହିଛି ।

ଆଜି ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୧୦୦ ତମ ଐତିହାସିକ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରେଥବେଟ । ତେବେ ଉଭୟ ଦଳ ପାଇଁ ଏହି ମ୍ୟାଚ ଖୁବ ସ୍ପେଶାଲ ହୋଇଥିବା ଭାରତୀୟ ଦଳର ଦୁଇ ଖେଳାଳିଙ୍କ ପାଇଁ ଏହା ବ୍ୟକ୍ତିଗତ ଭାବରେ ଖୁବ ମହତ୍ତ୍ୱପୂର୍ଣ୍ଣ ରହିଛି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ୫୦୦ ତମ ଇଣ୍ଟରନେସନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି । ତେଣୁ ୱେଷ୍ଟଇଣ୍ଡିଜ ବିପକ୍ଷ ଏହି ଦ୍ୱିତୀୟ ଟେଷ୍ଟ ଜିତି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଚେଷ୍ଟା କରିବେ ।

ଅନ୍ୟ ପକ୍ଷରେ ଆଜିର ମ୍ୟାଚରେ ଟିମ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ଯୁବ ପେସ ବୋଲର ମୁକେଶ କୁମାର । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ସେ ଭାରତୀୟ ଦଳରେ ଚୟନ ହୋଇଛନ୍ତି । ଏହାପରେ ଆଜି ତାଙ୍କର ଭାରତୀୟ ଦଳର ଜର୍ସି ପିନ୍ଧିବା ସ୍ୱପ୍ନ ସାକାର ହୋଇଛି । ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦଳରେ ସୁଯୋଗ ପାଇଛନ୍ତି ମୁକେଶ କୁମାର । ତେଣୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।

ତେବେ ପ୍ରଥମ ଟେଷ୍ଟକୁ ବଡ଼ ବ୍ୟବଧାନରେ ଜିତି ସିରିଜରେ ଆଗୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚରେ ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ । ଐତିହାସିକ ମ୍ୟାଚ ଜିତି ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜକୁ କ୍ଲିନ ସ୍ୱିପ କରିବା ଲକ୍ଷ୍ୟରେ ରହିଛି ରୋହିତ ସେନା । ତେବେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଛି ।

ଭାରତୀୟ ଦଳ: ଯଶସ୍ୱୀ ଜଏସ୍ୱାଲ, ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଅଜିଙ୍କ୍ୟା ରାହାଣେ, ରବିନ୍ଦ୍ର ଜାଡେଜା, ଇଶାନ କିଶାନ, ରବିଚନ୍ଦ୍ରନ ଅଶ୍ୱୀନ, ଜୟଦେବ ଉନାଦକଟ, ମୁକେଶ କୁମାର, ମହମ୍ମଦ ସିରାଜ ।

Get real time updates directly on you device, subscribe now.