fbpx

ରେଲୱେରେ TTE-TC ଭିତରେ କ’ଣ ଥାଏ ପାର୍ଥକ୍ୟ? ଜାଣି ନିଅନ୍ତୁ ଏହି ସବୁ ଜିନିଷ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଯାତାୟତର ଏକ ବଡ ମାଧ୍ୟମ ପାଲଟିଥିବା ବେଳେ ଅଧିକାଂଶ ଲୋକ ଏହା ବିଷୟରେ ଅନେକ କଥା ଜାଣି ନଥିବେ । ଖୁବ କମ୍ ଲୋକ ଜାଣିଥବେ ଯେ ରେଲୱେ ସେକ୍ଟରରେ କାର୍ଯ୍ୟ କରୁଥିବା ଟିଟିଇ ଏବଂ ଟିସି ମଧ୍ୟରେ ଥିବା ପାର୍ଥକ୍ୟ । ପ୍ରାୟତଃ ଉଭୟଙ୍କୁ ସମାନ ବୋଲି ଲୋକମାନେ ମନେ କରନ୍ତି । କିନ୍ତୁ ପ୍ରକୃତରେ ଉଭୟଙ୍କ ପଦବୀ ଏବଂ କାର୍ଯ୍ୟ ଦାୟିତ୍ୱ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଉଭୟ ପଦବୀ ମଧ୍ୟରେ ଥିବା କିଛି ପାର୍ଥକ୍ୟ ।

ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ଭିତରେ ଭାରତୀୟ ରେଲୱେ ହେଉଛି ଅନ୍ୟତମ । ତେବେ ଏଥିରେ ଟିଟିଇ-ଟିସି ପଦବୀକୁ ନେଇ ଅଧିକାଂଶ ସମୟରେ ଯାତ୍ରୀମାନେ ଦ୍ୱନ୍ଦ୍ୱରେ ରହିଥାନ୍ତି । ଯାତ୍ରା କରିବା ବେଳେ ଟ୍ରେନ ଭିତରେ ଏବଂ ଅନେକ ସମୟରେ ପ୍ଲାଟଫର୍ମରେ ମଧ୍ୟ ଟିକେଟ ଚେକିଙ୍ଗ କରାଯାଏ । ଟିଟିଇର ଫୁଲଫର୍ମ ଟ୍ରାଭେଲିଙ୍ଗ ଟିକେଟ ଏଗଜାମିନର ହୋଇଥାଏ । ଟ୍ରେନରେ ଯାତ୍ରା କରୁଥିବା ଲୋକ ଏବଂ ସେମାନଙ୍କର ଟିକେଟ ଯାଞ୍ଚ କରିବା ହେଉଛି ତାଙ୍କର ମୁଖ୍ୟ କାର୍ଯ୍ୟ । ଅଧିକାଂଶ ସମୟରେ ଲୋକ ପରିଚୟ ପତ୍ର ମଧ୍ୟ ମାଗିଥାନ୍ତି । ଏହା ସହିତ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ନିକଟରୁ ଜରିମାନା ମଧ୍ୟ ଆଦାୟ କରିବା ଟିଟିଇଙ୍କର କାମ ହୋଇଥାଏ । ଏହାସହିତ ଟ୍ରେନରେ ଥିବା କୌଣସି ଖାଲି ସିଟ ଉପରେ ସେମାନେ ନିଷ୍ପତ୍ତି ନେଇପାରିବେ ।

ତେବେ ଅନ୍ୟ ପକ୍ଷରେ ଟିସି(ଟିକେଟ କଲେକ୍ଟର)ଙ୍କ କାମ ମଧ୍ୟ ଟିଟିଇଙ୍କ ଭଳି ସମାନ ହୋଇଥାଏ । କିନ୍ତୁ ଫରକ ହେଉଛି ଟିସି ଟ୍ରେନ ଭିତରେ ଯାଞ୍ଚ କରନ୍ତି ନାହିଁ । ଟ୍ରେନ ବାହାରେ ଯାଞ୍ଚ କରିବା ହେଉଛି ଟିସିଙ୍କ ଦାୟିତ୍ୱ । ସେ ପ୍ଲାଟଫର୍ମର ଗେଟରେ ରହି ଟିକେଟ ଚେକ୍ କରିଥାନ୍ତି । ଟିସି ପ୍ଲାଟଫର୍ମ ଟିକେଟର ଯାଞ୍ଚ ମଧ୍ୟ କରିଥାନ୍ତି । ତେବେ ଉଭୟ ପଦବୀରେ ନିଯୁକ୍ତି ପ୍ରକ୍ରିୟା ରେଲୱେର ବାଣିଜ୍ୟ ବିଭାଗ ମାଧ୍ୟମରେ ହୋଇଥାଏ ଏବଂ ଏହି କର୍ମଚାରୀମାନେ ଏହି ବିଭାଗ ଅଧୀନରେ କାମ କରିଥାନ୍ତି ।

Get real time updates directly on you device, subscribe now.