fbpx

ଲଗାତାର ଇନସୁଲିନ୍ ନେଇଥିଲେ ସାବଧାନ! ହୋଇପାରେ ଏହି ବିପଦ

What are the disadvantages of taking insulin continuously

ନୂଆଦିଲ୍ଲୀ: ଇନସୁଲିନ ଏକ ପ୍ରକାରର ହରମୋନ ଅଟେ । ଯାହା ଶରୀରରେ ପ୍ରାକୃତିକ ଭାବେ ତିଆରି ହୋଇଥାଏ । ଇନସୁଲିନ ରକ୍ତରେ ଶର୍କରାରର ପରିମାଣକୁ ସମତୁଲ କରିଥାଏ ।  କିନ୍ତୁ ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଇନସୁଲିନ ତିଆରି ପ୍ରକ୍ରିୟା ଧିମା କିମ୍ବା ବନ୍ଦ ହୋଇଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ଶରୀରରେ ସଠିକ ଭାବେ ଇନସୁଲିନ ତିଆରି ହୁଏ ନାହିଁ, ତାହେଲେ ମଧୁମେହ ହେବାର ସମ୍ଭାବନା ଅଧିକ ରହରିଥାଏ ।

ଶରୀରରେ କେଉଁ କାମ କରେ ଇନସୁଲିନ- ବିଶେଷକକରି ଇନସୁଲିନ ରକ୍ତରେ ଶର୍କରାକୁ କଣ୍ଟ୍ରେଲ କରିଥାଏ । ଏହାକୁ ବ୍ୟବହାର କରି ମଧୁମେହ ରୋଗୀଙ୍କ ଚିକିତ୍ସା କରାଯାଇଥାଏ । ଇନସୁଲିନ ଅଗ୍ନାଶୟ ଦ୍ବାରା ନିର୍ଗତ ହୋଇଥାଏ । ବ୍ଲଡରୁ ଗ୍ଲୁକୋଜକୁ କୋଶିକା ନିକଟରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଏହାସହିତ ଶରୀରର ପ୍ରତି ରକ୍ତକୋଷକୁ ରକ୍ତ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଯଦି ଏହି ପ୍ରକ୍ରିୟାରେ କୌଣସି ସମସ୍ୟା ହୋଇଥାଏ ତାହେଲେ ଜଣେ ବ୍ୟକ୍ତିକୁ ହାଲିଆ ହାଲିା ଲାଗିଥାଏ ।

ଇନସୁଲିନ ପ୍ରତିରୋଧ- ଇନସୁଲିନ ପ୍ରତିରୋଧ ଏଭଳି ଏକ ସ୍ଥିତି ଅଟେ, ଯାହା ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । କିନ୍ତୁ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଟାଇପ-2 ମଧୁମେହ ନହେବା ପର୍ଯ୍ୟନ୍ତ ଲକ୍ଷଣ ଦେଖାଯାଏ ନାହିଁ । ତେବେ ଇନସୁଲିନ ପ୍ରତିରୋଧକୁ ରୋକିବା ପାଇଁ ଓଜନ ନିୟନ୍ତ୍ରିତ କରିବା, ସୁସ୍ଥ ଖାଦ୍ୟ ଏବଂ ନିୟମିତ ବ୍ୟାୟାମ କରିବା ଜରୁରୀ ଅଟେ । ଯଦି ଜଣେ ବ୍ୟକ୍ତି ଅଧିକ ଇନସୁଲିନ ନିଏ ତାହେଲେ କୋଷିକାଗୁଡିକ ଅଧିକ ଶର୍କରା ଅବଶୋଷିତ କରିଥାନ୍ତି । ଫଳରେ ରକ୍ତରେ ଶର୍କରା ସ୍ତର କମ୍ ହୋଇଥାଏ । ଏହା ଦ୍ବାରା ହାଇପୋଗ୍ଲାଇସେମିଆ ହେବାର ସମ୍ଭାବନା ଅଧିକ ରହିଥାଏ । ଅନ୍ୟପଟେ ଯଦି ରକ୍ତ ଶର୍କରା ସ୍ତର କମ୍ ହୋଇଯାଏ ତାହେଲେ ଶରୀର ଠିକ୍ ଭାବେ କାର୍ଯ୍ୟ କରିପାରେ ନାହିଁ  । ଏହାସହିତ ଓଜନ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଥାଏ । କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ଆଲର୍ଜି ଏବଂ ଶ୍ବାସକ୍ରିୟାରେ ମଧ୍ୟ ସମସ୍ୟା ଦେଖାଯାଇଥାଏ ।

ବିଦ୍ର: ଏହା ଓଡିଶା ଭାସ୍କରର ନିଜସ୍ବ ମତ ନୁହେଁ । ଏହା ଏକ ତଥ୍ୟଭିତ୍ତିକ ଖବର ଅଟେ । 

Get real time updates directly on you device, subscribe now.