ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଜି ଥିଲା ଶେଷ ଦିନ । ତେବେ ତାଙ୍କ କାର୍ଯ୍ୟକାଳ ନଭେମ୍ବର ୧୦ତାରିଖରେ ଶେଷ ହେଉଛି । ସୁପ୍ରିମ୍ କୋର୍ଟଙ୍କୁ ବିଦାୟ ଦେଇ ସେ କହିଛନ୍ତି, ଅସହାୟ ଓ ଯେଉଁମାନଙ୍କୁ ମୁଁ କେବେ ଭେଟି ନଥିଲି କିମ୍ବା ଚିହ୍ନି ନଥିଲି, ସେମାନଙ୍କ ସେବା କରିବାଠାରୁ ବଡ଼ ଅନୁଭବ ଆଉ କିଛି ନାହିଁ ।
ଶେଷ ଦିନରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ସାମିଲ ଥିଲେ । ଏହି ଅଦାଲତରେ ମହାନ ଲୋକଙ୍କ ଉପସ୍ଥିତି ଏବଂ ଏହି ଚେୟାରରେ ବସିବା ଦ୍ୱାରା କ’ଣ ଦାୟିତ୍ୱ ରହିଛି ସେ ବିଷୟରେ ମୁଁ ସର୍ବଦା ଅବଗତ ଥିଲି ।
କିନ୍ତୁ ଶେଷରେ ଏହା କୌଣସି ବ୍ୟକ୍ତି ବିଶେଷଙ୍କ ବିଷୟରେ ନୁହେଁ, ଏହା ଏକ ଅନୁଷ୍ଠାନ ଏବଂ ନ୍ୟାୟ ପ୍ରସଙ୍ଗ ବିଷୟରେ ଯାହାକୁ ଆମେ ଏଠାରେ ସ୍ଥାୟୀ କରିଥାଉ ।