fbpx

କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ କ’ଣ କହିଲେ ରାହୁଲ ଗାନ୍ଧୀ?

କୋଲକାତା: କୋଲକାତାରେ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ନିଷ୍ଠୁର ଓ ଅମାନୁଷିକ କାର୍ଯ୍ୟ ଯେଉଁଭଳି ଭାବେ ସାମ୍ନାକୁ ଆସୁଛି ସେଥିପାଇଁ ଡାକ୍ତର ସମୁଦାୟ ଓ ମହିଳାଙ୍କ ମଧ୍ୟରେ ଅସୁରକ୍ଷିତ ବାତାବରଣ ସୃଷ୍ଟି ହୋଇଛି।

ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ଡାକ୍ତରଖାନା ଓ ସ୍ଥାନୀୟ ପ୍ରଶାସନ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଛି ଯେ ଯଦି ମେଡିକାଲ କଲେଜ ଭଳି ସ୍ଥାନରେ ଡାକ୍ତରମାନେ ସୁରକ୍ଷିତ ନୁହଁନ୍ତି, ତେବେ ଅଭିଭାବକମାନେ ସେମାନଙ୍କ ଝିଅମାନଙ୍କୁ ପାଠ ପଢିବା ପାଇଁ କେଉଁ ବିଶ୍ୱାସ କରିବେ? ନିର୍ଭୟା ମାମଲା ପରେ ପ୍ରଣୟନ ହୋଇଥିବା କଠୋର ଆଇନ କାହିଁକି ଏଭଳି ଅପରାଧକୁ ରୋକିବାରେ ସକ୍ଷମ ହେଉନାହିଁ?

ହାଥରସରୁ ଉନ୍ନାଓ, କଠୁଆରୁ କୋଲକାତା ପର୍ଯ୍ୟନ୍ତ ସବୁ ଦଳ, ପ୍ରତ୍ୟେକ ବର୍ଗକୁ ମହିଳାଙ୍କ ବିରୋଧରେ ବଢୁଥିବା ଘଟଣା ଉପରେ ଗମ୍ଭୀର ଆଲୋଚନା ପରେ ଠୋସ୍ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରାହୁଲ ଗାନ୍ଧୀ ଲେଖିଛନ୍ତି। ରାହୁଲ ଲେଖିଛନ୍ତି, ‘ଏହି ଅସହ୍ୟ ଯନ୍ତ୍ରଣାରେ ମୁଁ ପୀଡ଼ିତାଙ୍କ ପରିବାର ସହ ଛିଡ଼ା ହୋଇଛି। ସେମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ନ୍ୟାୟ ମିଳିବା ଦରକାର ଏବଂ ଦୋଷୀମାନଙ୍କୁ ସମାଜରେ ଉଦାହରଣ ଭାବରେ ଦଣ୍ଡ ମିଳିବା ଉଚିତ୍ ।

କୋଲକାତାରେ ଜଣେ ଡାକ୍ତରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ପୂର୍ବରୁ ପଶ୍ଚିମବଙ୍ଗ କରୁଥିବା ବେଳେ ଏବେ କୋଲକାତା ହାଇକୋର୍ଟ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି। ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି। ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ମିଳିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା କୁହାଯାଇଛି।

Get real time updates directly on you device, subscribe now.