fbpx

ଓଡ଼ିଶାରେ ଓମିକ୍ରନ ଚିହ୍ନଟ ପରେ କ’ଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ଓମିକ୍ରନ ଆକ୍ରାନ୍ତ । ଓଡ଼ିଶାରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଜଣେ କାତାରରୁ ଓଡ଼ିଶାକୁ ଫେରିଥିଲେ ।

ଅନ୍ୟପଟେ ଓମିକ୍ରନ ଚିହ୍ନଟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ‘ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆତଙ୍କିତ ହେବା ଭଳି ସ୍ଥିତି ନାହିଁ । ଏହି ସମୟରେ ସତର୍କ ରହିବା ଜରୁରୀ । ନଭେମ୍ବର ୨୧ ପରଠାରୁ ବିଦେଶୀ ଫେରନ୍ତାଙ୍କ ଉପରେ ନଜର ରହିଛି । ରାଜ୍ୟକୁ ବିଦେଶରୁ ଫେରିଛନ୍ତି ୮୮୦୦ରୁ ଅଧିକ ଜଣ । ୯ଟି ଆଟ୍ ରିସ୍କ ଦେଶରୁ ୧୬୦୦ ପାଖାପାଖି ଫେରିଛନ୍ତି । ବିଦେଶ ଫେରନ୍ତାଙ୍କ ମଧ୍ୟରୁ ଆରଟିପିସିଆର ଟେଷ୍ଟରୁ ୧୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୨ ପଜିଟିଭଙ୍କ ଜିନମ ସିକ୍ୱେନ୍ସିଂ ହୋଇଥିଲା, ସେଥିରେ ୨ ଜଣ ଓମିକ୍ରନରେ ଚିହ୍ନଟ ହୋଇଛନ୍ତି । ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଜଣେ କତାର ଫେରନ୍ତା ।’

ଉଭୟଙ୍କ ମଧ୍ୟରୁ ଜଣକର କିଛି ଲକ୍ଷଣ ନାହିଁ । ଆଉ ଜଣେ ଆକ୍ରାନ୍ତଙ୍କର ଟିକେ କାଶ ହେଉଛି । ଉଭୟ ଆଇସୋଲେସନରେ ଅଛନ୍ତି ଓ ଭଲ ଅଛନ୍ତି । ଉଭୟଙ୍କ କଣ୍ଟ।।କ୍ଟ ଟ୍ରେସିଂ ସରିଛି । ୨୧ ଜଣ କଣ୍ଟାକ୍ଟ ଚିହ୍ନଟ ହୋଇଛନ୍ତି । ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

 

 

Get real time updates directly on you device, subscribe now.