fbpx

ସାରା ରାଜ୍ୟରେ ବସ୍ ଚଳାଚଳ ନେଇ କ’ଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁହାର ବଢ଼ିଚାଲିଛି । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍ ଅବଧି ମଧ୍ୟ ଜୁଲାଇ ୧୬ରେ ସରିବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଲକ୍ଡାଉନ ଖୋଲିଲେ ରାଜ୍ୟରେ ବସ୍ ଗଡ଼ିବ । ସଂକ୍ରମଣ କମିଲେ ସାରା ରାଜ୍ୟରେ ବସ୍ ଚଳାଚଳ କରିବ । ଏପରିକି ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ମଧ୍ୟ କରିପାରେ । ବର୍ତ୍ତମାନ କ୍ୟାଟେଗୋରୀ ଇରେ ଥିବା ଜିଲ୍ଲାରେ ବସ୍ ଚଳାଚଳ କରୁଛି । କ୍ୟାଟେଗୋରୀ ‘ବି’ ଜିଲ୍ଲାରେ ସଂକ୍ରମଣ କମିଲେ ବସ୍ ଚଳାଚଳ କରିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ତେବେ ସାମଗ୍ରିକ ଭାବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି କାଟେଗୋରୀ-B ଜିଲ୍ଲାରେ ଆସୁଥିବା କଟକ, ଖୋର୍ଦ୍ଧା ଓ ପୁରୀ ସ୍ଥିତି ଏବେ ବି ଚିନ୍ତାଜନକ ରହିଛି। ବିଶେଷ କରି ଭୁବନେଶ୍ୱର ଓ କଟକ ମହାନଗରରେ ପଜିଟିଭ୍ ସଂଖ୍ୟା କମୁନାହିଁ। ଅନ୍ୟପଟେ ରାଜ୍ୟରେ କୋରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ‘ତୃତୀୟ ଲହର ଆସୁକି ନଆସୁ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ । କଟକ, ଭୁବନେଶ୍ବର, ବାଲେଶ୍ବର ଓ ମୟୂରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି । ଟ୍ବିନ୍ ସିଟିରେ କିଭଳି ସଂକ୍ରମଣ କମିବ ସେନେଇ ପଦକ୍ଷେପ ନିଆଯାଉଛି।’

Get real time updates directly on you device, subscribe now.