ଭାରତୀୟ ପୁରୁଷମାନେ ମୋବାଇଲରେ କ’ଣ ଦେଖନ୍ତି? ମହିଳାମାନଙ୍କ ବିଷୟରେ ମଧ୍ୟ ହୋଇଛି ବଡ ଖୁଲାସା, ରିସର୍ଚ୍ଚରୁ ଜଣାପଡିଲା ଅନେକ ରହସ୍ୟ

ଦିଲ୍ଲୀ : କନଭେନ୍ସନ୍ ମିଡିଆ ପ୍ଲାଟଫର୍ମ (Bobble AI)  ଏଆଇ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରୁ ଏକ ନୂତନ ତଥ୍ୟ ସମ୍ନାକୁ ଆସିଛି । ଏହି ଅନୁସନ୍ଧାନରେ ପ୍ରାୟ ୮୫ ନିୟୁତ ପୁରୁଷ ଏବଂ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ସାମିଲ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ, ଅଧିକାଂଶ ଭାରତୀୟ ପୁରୁଷ ୟୁଜର୍ସ ଖେଳ ପ୍ରତି ରୁଚି ରଖୁଥିବା ବେଳେ ଗେମ୍ ଆପ୍ ଅଧିକ ମାତ୍ରାରେ ବ୍ୟବହାର କରିଛନ୍ତି । ସେହିଭଳି ମହିଳାମାନେ ଖାଦ୍ୟ ଏବଂ ମେସେଜିଂ ଆପ୍ସ ର ଅଧିକ ବ୍ୟବହାର କରିଛନ୍ତି ।
ବବଲ୍ ଏଆଇ ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନରେ ଭାରତୀୟ ୟୁଜର୍ସ ଗତ ବର୍ଷ ଅପେକ୍ଷା ୫୦ ପ୍ରତିଶତ ଅଧିକ ସମୟ ବିତାଇଛନ୍ତି। ଏଥି ସହିତ ସ୍ମାର୍ଟଫୋନ୍ ବ୍ୟବହାରରେ ମହିଳା ୟୁଜର୍ସ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇଥିବାବେଳେ ଭାରତରେ କେବଳ ୧୧.୩ ପ୍ରତିଶତ ମହିଳା ପେମେଣ୍ଟ ଆପ୍ ବ୍ୟବହାର କରୁଛନ୍ତି।

ଅନୁସନ୍ଧାନରୁ ଜଣାପଡିଛି ଯେ ଭାରତୀୟ ପୁରୁଷମାନେ ନିଜ ସ୍ମାର୍ଟଫୋନରେ ସର୍ବାଧିକ ଗେମ୍ ବ୍ୟବହାର କରୁଛନ୍ତି। ଅପରପକ୍ଷେ, ମହିଳାମାନଙ୍କ ମଧ୍ୟରେ ଗେମିଂ ଆପ୍ ପ୍ରତି ସର୍ବନିମ୍ନ ଆଗ୍ରହ ଦେଖିବାକୁ ମିଳିଥିଲା । ରିସର୍ଚ୍ଚରୁ ଜଣାପଡିଛି ଯେ କେବଳ ୬.୧ ପ୍ରତିଶତ ମହିଳା ଗେମ୍ ଆପ୍ ବ୍ୟବହାର କରୁଛନ୍ତି।

ଯଦିଓ ମହିଳାମାନେ ଗେମିଂ ଆପ୍ ପସନ୍ଦ କରନ୍ତି ନାହିଁ, ସାମାଜିକ ଏବଂ ମେସେଜିଂ ଆପ୍ ବ୍ୟବହାର କରିବାରେ ସେମାନଙ୍କର ଅଂଶଗ୍ରହଣ ତୁଳନାତ୍ମକ ଭାବରେ ବୃଦ୍ଧି ହୋଇଛି । ଅନୁସନ୍ଧାନ ଅନୁଯାୟୀ, ୨୧.୭ ପ୍ରତିଶତ ମହିଳା ଭିଡିଓ ଆପ୍ଲିକେସନ ବ୍ୟବହାର କରୁଥିବାବେଳେ ୨୩.୫ ପ୍ରତିଶତ ଫୁଡ୍ ଆପ୍ ବ୍ୟବହାର କରନ୍ତି ।