fbpx

ଶ୍ରାବଣ ମାସରେ ସ୍ୱପ୍ନରେ ସର୍ପ ଦେଖିବାର ଅର୍ଥ କ’ଣ? ଅଶୁଭ ଘଟଣାର ଦିଏ ସଂକେତ

ଓଡ଼ିଶା ଭାସ୍କର: ହିନ୍ଦୁ ଶାସ୍ତ୍ରରେ ଶ୍ରାବଣ ମାସକୁ ବହୁତ ଶୁଭ ଏବଂ ପବିତ୍ର ବୋଲି ବିଶ୍ୱାସ ରହିଛି । ଆଷାଢ ମାସ ପରେ ଶ୍ରାବଣ ମାସର ଶୁଭାରମ୍ଭ ହୋଇଥାଏ । କୈଳାସବାସୀ ଭଗବାନ ଶିବଙ୍କୁ ଏହି ମାସ ସମର୍ପଣ କରାଯାଇଛି । ଏହି ମାସରେ ଭଗବାନ ଶିବଙ୍କ ଆରାଧନା କରାଯାଏ ଏବଂ ଏହି ପୂଜାର ବିଶେଷ ମହତ୍ତ୍ୱ ଥାଏ ବୋଲି ମଧ୍ୟ କୁହାଯାଏ । ଶ୍ରାବଣରେ ବ୍ରତ ରଖିବା ଦ୍ୱାରା ଭଗବାନ ଭୋଳାନାଥ, ଦେବୀ ପାର୍ବତୀଙ୍କ ଆଶିଷ ଲାଭ ହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି ।

ତେବେ ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସରେ ସ୍ୱପ୍ନରେ କିଛି ଜିନିଷ ଦେଖିବା ବେଶ୍ ଶୁଭ ହୋଇଥାଏ । ସେହିପରି କିଛି ସ୍ୱପ୍ନରେ ଦେବୀ-ଦେବତାଙ୍କ ତରଫରୁ ସଂକେତ ମଧ୍ୟ ମିଳିଥାଏ । ଦେବାଦେବୀ ଆପଣଙ୍କୁ ପୂଜା ସ୍ୱୀକାର କରି ନେଇଥିବା କିଛି ସ୍ୱପ୍ନ ସଂକେତ ଦେଇଥାଏ । ସେହିପରି ସ୍ୱପ୍ନରେ ଆଉ କିଛି ଜିନିଷ ଦେଖିବା ଅଶୁଭ ସଂକେତ ବୋଲି ମଧ୍ୟ କୁହାଯାଇଛି । ଶ୍ରାବଣ ମାସରେ ସ୍ୱପ୍ନରେ ସର୍ପ ଦେଖିବା ଏକ ଅଶୁଭ ଲକ୍ଷଣ ବୋଲି ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି ।

  • ସ୍ୱପ୍ନ ଶାସ୍ତ୍ର ଅନୁସାରେ, କୌଣସି ରାଶିର ବ୍ୟକ୍ତିଙ୍କୁ ଶ୍ରାବଣ ମାସରେ ଜୀବିତ ସର୍ପ ଦେଖା ଦେଇଥାଏ । ଏହା ବେଶ୍ ଶୁଭ ବୋଲି କୁହାଯାଇଛି । ଏହାର ଅର୍ଥ ହେଉଛି ଆପଣଙ୍କ ପୂଜା କିମ୍ବା ଭକ୍ତିରେ ଦେବାଦେବୀ ପ୍ରସନ୍ନ ହୋଇଛନ୍ତି ଏବଂ ଆପଣଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଛନ୍ତି । ଖୁବଶୀଘ୍ର ଆପଣଙ୍କ ଇଚ୍ଛା ପୂରଣ ମଧ୍ୟ ହୋଇପାରେ ବୋଲି ଏହି ସ୍ୱପ୍ନ ଦ୍ୱାରା ସଂକେତ ମିଳିଥାଏ ।
  • ଶ୍ରାବଣ ମାସରେ କିଛି ରାଶିର ବ୍ୟକ୍ତି ଯଦି ସାପକୁ ଗଛରେ ଚଢୁଥିବାର ଦେଖନ୍ତି, ଏହା ମଧ୍ୟ ଏକ ଶୁଭ ସଂକେତ ହୋଇଥାଏ । ଆପଣଙ୍କ ଜୀବନରେ ଖୁବଶୀଘ୍ର ସୁଖ, ଶାନ୍ତି, ଖୁସି ଏବଂ ସମୃଦ୍ଧି ଆସିପାରେ । ଏହି ସ୍ୱପ୍ନ ଆପଣଙ୍କୁ ଶୁଭ ସଂକେତ ଦେଇପାରେ ।
  • ସେହିପରି ଶ୍ରାବଣ ମାସରେ କୌଣସି ମୃଥ ସାପକୁ ସ୍ୱପ୍ନରେ ଦେଖିବା ଅଶୁଭ ସଂକେତ ହୋଇଥାଏ । ବର୍ତ୍ତମାନ ସମୟରେ ଆପଣ ଭୁଲ ରାସ୍ତାରେ ଯାଉଥିବା ସଂକେତ ଦେଇଥାଏ ଏହି ସ୍ୱପ୍ନ । ଜୀବନରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବା ଉଚିତ । ଏଥିପାଇଁ ଆପଣଙ୍କୁ ଭବିଷ୍ୟତରେ ପଶ୍ଚାତାପ କରିବାକୁ ପଡ଼ିପାରେ । ତେଣୁ ଏହି ସ୍ୱପ୍ନ ଦେଖିବା ମାତ୍ରେ ତୁରନ୍ତ ଭଗବାନ ଶିବଙ୍କୁ ହାତ ଯୋଡ଼ି କ୍ଷମା ମାଗିବା ଉଚିତ ।
  • ଜ୍ୟୋତିଶ ଶାସ୍ତ୍ରରେ ଶ୍ରାବଣ ମାସରେ କଳା ରଙ୍ଗର ସାପ ଆପଣଙ୍କ ରାସ୍ତା କାଟୁଥିବାର ସ୍ୱପ୍ନ ଦେଖନ୍ତି, ତେବେ ଏହାକୁ ମଧ୍ୟ ଶୁଭ ସଂକେତ ବୋଲି ବିଚାର କରାଯାଏ । ଏହାର ଅର୍ଥ ହେଉଛି, ଆପଣ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି, ସେଥିରେ ଆପଣଙ୍କୁ ସଫଳତା ମିଳିଥାଏ । ଘର-ପରିବାରରେ ମଧ୍ୟ ଖୁସିର ଆଗମନ ହେବ । କିନ୍ତୁ କଳା ରଙ୍ଗର ସାପ ପରିବର୍ତ୍ତେ ଧଳା ରଙ୍ଗର ସାପକୁ ସଦ୍ୱପ୍ନରେ ଦେଖନ୍ତି, ତେବେ ଏହା ଅଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ଜୀବନରେ ଆପଣଙ୍କୁ ବର୍ତ୍ତମାନ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ।

Get real time updates directly on you device, subscribe now.