fbpx

ରାମ ମନ୍ଦିର ନିର୍ମାଣ ଉପରେ କ’ଣ କହୁଛନ୍ତି ଇସ୍ଲାମିକ ଦେଶ?

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ପ୍ରାମ ପ୍ରତିଷ୍ଠାକୁ ନେଇ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ କୋଅପରେସନ୍ (ଓଆଇସି) ଗମ୍ଭୀର ଉଦ୍ବେଗ ପ୍ରକାଶ କରିଛି। ଓଆଇସି ସାଧାରଣ ସଚିବାଳୟ ଏକ ବିବୃତିରେ କହିଛି ଯେ, “ଭାରତର ଅଯୋଧ୍ୟା ସହରରେ ସେହିଠାରେ ରାମ ମନ୍ଦିର ନିର୍ମାଣ-ପ୍ରାମ ପ୍ରତିଷ୍ଠା ହେଲା, ଯେଉଁଠାରେ ପ୍ରଥମେ ବାବ୍ରି ମସଜିଦ ଭଙ୍ଗା ଯାଇଥିଲା, ଗଭୀର ଚିନ୍ତାର ବିଷୟ।”

ଏକ ପ୍ରେସ୍ ବିଜ୍ଞପ୍ତିରେ ଓଆଇସି କହିଛି ଯେ ପୂର୍ବ ବୈଠକରେ ଓଆଇସିର ବୈଦେଶିକ ମନ୍ତ୍ରୀ ପରିଷଦ ଦେଇଥିବା ମତାମତ ଅନୁଯାୟୀ ସଚିବାଳୟ ଏହି ପଦକ୍ଷେପଗୁଡ଼ିକୁ ନିନ୍ଦା କରୁଛି, “ଯାହା ବାବ୍ରି ମସଜିଦ ଭଳି ଇସଲାମିକ ସ୍ଥାନଗୁଡ଼ିକୁ ହଟାଇବା ଉଦ୍ଦେଶ୍ୟରେ ନିଆଯାଇଛି। ବାବ୍ରି ମସଜିଦ ପାଞ୍ଚ ଶତାବ୍ଦୀ ଧରି ସେହି ସ୍ଥାନରେ ରହିଥିଲା। ଜାନୁଆରୀ ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କ ପ୍ରାମ ପ୍ରତିଷ୍ଠା କରିଥିଲେ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଦୀର୍ଘ ଦିନ ଧରି ମାମଲା ଚାଲିଥିଲା ଏବଂ ୨୦୧୯ରେ ସୁପ୍ରିମକୋର୍ଟ ଏକ ରାୟରେ କହିଥିଲେ ଯେ ବିବାଦୀୟ ଜମିକୁ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଉ, ଯିଏ ସେଠାରେ ମନ୍ଦିର ନିର୍ମାଣ କରିବ। ଏହା ସହ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉତ୍ତରପ୍ରଦେଶ ସେଣ୍ଟ୍ରାଲ ସୁନ୍ନି ଓ୍ଵାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଆବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାମ ମନ୍ଦିରକୁ ନେଇ ସୋମବାର ସୁପ୍ରିମ୍ କୋର୍ଟଙ୍କ ରାୟକୁ ଉଲ୍ଲେଖ କରି କହିଛନ୍ତି ଯେ ନ୍ୟାୟର ସମକକ୍ଷ ଭଗବାନ ରାମଙ୍କ ମନ୍ଦିର ମଧ୍ୟ ନ୍ୟାୟପୂର୍ଣ୍ଣ ଢଙ୍ଗରେ ନିର୍ମିତ ହୋଇଥିଲା।”

Get real time updates directly on you device, subscribe now.