fbpx

ୟୁକ୍ରେନରେ ଲଢିବେ ତାମିଲନାଡୁର ଛାତ୍ର: ଜାଣନ୍ତୁ ଯୁଦ୍ଧ କରିବା ପାଇଁ କ’ଣ ସବୁ ରହିଛି ନିୟମ

Advertisement

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଏବେ ସାମିଲ ହେବେ ବିଦେଶୀ ଖେଳାଳି । ଯେଉଁଥିରେ ଭାରତର ନାଁ ମଧ୍ୟ ରହିଛି । ଜଣେ ଭାରତୀୟ ଯୁବକ ୟୁକ୍ରେନ ପକ୍ଷରୁ ଯୁଦ୍ଧ କରିବା ପାଇଁ ପହଞ୍ଚିଥିବା ନେଇ ଦାବି କରାଯାଉଛି । ଋଷ ବିରୁଦ୍ଧରେ ହତିଆର ଉଠାଇବା ପାଇଁ ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି ତାମିଲନାଡୁର ଜଣେ ଛାତ୍ର । ତେବେ ଏ ନେଇ ଭାରତୀୟ ସମ୍ବିଧାନରେ କ’ଣ ରହିଛି ନିୟମ ? କୌଣସି ନାଗରିକ ଚାହିଁଲେ ନିଜ ଦେଶ ବ୍ୟତୀତ ଅନ୍ୟ ଦେଶ ତରଫରୁ ଯୁଦ୍ଧ କରି ପାରିବେ ? ଆସନ୍ତୁ ଜାଣିବା କଣ କହୁଛି ଭାରତର କାନୁନ ।

ଭାରତ ସରକାରଙ୍କ ଦ୍ୱାରା ଗତ ୨୦୧୫ରେ ଏ ନେଇ ଏକ ନିୟମ ଲାଗୁ କରାଯାଇଛି । ଯେଉଁଥିରେ ଏହା ଦର୍ଶାଯାଇଛି ଯେ, ଭାରତ ବ୍ୟତୀତ ଅନ୍ୟ ଦେଶର ଲଢେଇରେ ଭାଗ ନେବା ଏକ ଅପରାଧ ଅଟେ । କୌଣସି ଭାରତୀୟ ବିଦେଶୀ ଲଢେଇରେ ଭାଗ ନେଇ ପାରିବେ ନାହିଁ । ୨୦୧୪ରେ ଏମିତି ଏକ ମାମଲା ସାମନାକୁ ଆସିଥିଲା ଯେତେବେଳେ ଏକ ଶିଆ ଗୋଷ୍ଠୀ ଇରାକର ଧାର୍ମିକ ସ୍ଥାନଗୁଡିକର ସୁରକ୍ଷା ପାଇଁ ପଞ୍ଜୀକୃତ ସ୍ୱେଚ୍ଛାସେବୀମାନଙ୍କୁ ଇସଲାମିକ ରାଜ୍ୟକୁ ପଠାଇବାକୁ କହିଥିଲେ । ଯାହାକୁ ସଂଗଠନ ମଧ୍ୟ ପ୍ରଶ୍ରୟ ଦେଇଥିଲା ।

ଏହି ସମୟରେ ଭାରତରେ ରହୁଥିବା ମୁସଲମାନ ଇରାକର ପବିତ୍ର ଧର୍ମସ୍ଥଳକୁ ରକ୍ଷା କରିବା ପାଇଁ ନାମ ପଞ୍ଜୀକୃତ କରିଥିଲେ । ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଏହାକୁ ସମର୍ଥନ ଦେଲେ ନାହିଁ ଭାରତ ସରକାର । ୨୦୧୫ରେ ଦିଳ୍ଲୀ ହାଇକୋର୍ଟରେ ଦାୟର ହୋଇଥଇବା ଏକ ଆଫିଡେବିଟରେ ଭାରତୀୟ ନାଗରିକଙ୍କୁ କୌଣସସି ସଂଘର୍ଷରେ ଭାଗ ନେବା ପାଇଁ ଘେଷିତ ଉଦ୍ଦେଶ୍ୟ ସହିତ ନାଗରିକଙ୍କୁ ବିଦେଶ ଯାତ୍ରା କରିବାକୁ ଦିଆଯିବ ନାହିଁ ବୋଲି କହିଛି କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ । ବିଦେଶୀ ଯୁଦ୍ଧରେ ଭାଗ ନେବାର ପ୍ରୟାସ ଭାରତର ନୀତି ନିୟମ ଉଲ୍ଲଙ୍ଘନ ବୋଲି ଘୋଷଣା କରାଯିବ । ତେବେ ତାମିଲନାଡୁର ଛାତ୍ରଙ୍କୁ ନେଇ ଦାବି ହେଉଥିବା ଘଟଣାରେ କେତେ ଦୂର ସତ୍ୟତା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.