fbpx

୮୮ ବର୍ଷୀୟ ଧର୍ମେନ୍ଦ୍ରଙ୍କର କ’ଣ ହେଲା କେଜାଣି ଅଧରାତିରେ ଉଠି ଖାଇବାକୁ ଲାଗିଲେ ବାସି ରୁଟି, ଚିନ୍ତାରେ ପଡିଗଲେ ଫ୍ୟାନ୍‌

ମୁମ୍ବାଇ: ବଲିଉଡ୍ ହି-ମ୍ୟାନ୍ ଧର୍ମେନ୍ଦ୍ର ଦମଦାର ଆକ୍ଟିଂ ସହିତ ନିଜର ମଜାଳିଆ ସ୍ୱଭାବ ପାଇଁ ମଧ୍ୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ସେ ସୋସିଆଲ ମିଡିଆରେ ଯେତେବେଳେ ବି କୌଣସି ପୋଷ୍ଟ କରିଥାନ୍ତି ସେଥିରେ ମଜାକ୍ ସହିତ କିଛି ଗଭୀର ମେସେଜ୍ ବି ରହିଥାଏ । ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚା ହେଉଛି । ଅଧରାତିରେ ଉଠି ବାସିରୁଟି ଖାଇବାକୁ ସେ କାହିଁକି ବାଧ୍ୟ ହୋଇଛନ୍ତି ଏହି ପୋଷ୍ଟରେ କହିଛନ୍ତି ।

ତେବେ ହି ମ୍ୟାନ୍‌ଙ୍କ ଏହି ପୋଷ୍ଟକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି । ତାଜା ଖାଦ୍ୟ ବଦଳରେ ଧର୍ମେନ୍ଦ୍ର କାହିଁକି ବାସି ରୁଟି ଖାଇଛନ୍ତି । ଧର୍ମେନ୍ଦ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ କଳା ଟି’ ସାର୍ଟ ଓ ପାଇଜାମାରେ ନଜର ଆସୁଛନ୍ତି । ଫଟୋରେ ତାଙ୍କ ଚେହେରା ମଳିନ ଦେଖାଯାଉଛି । ସେ ଫଟୋ ସେୟାର କରି ଲେଖିଛନ୍ତି, ‘ଅଧାରାତି ହୋଇଗଲାଣି କିନ୍ତୁ ନିଦ ଆସୁନାହିଁ । ତେଣୁ ଭୋକ ଲାଗୁଛି । ଭୋକ ସମୟରେ ବାସି ରୁଟିରେ ଲହୁଣୀ ଲଗାଇ ଖାଇବାକୁ ବଡ ମଜା ଲାଗୁଛି । ହାଃ.ହାଃ.. ।’
ଧର୍ମେନ୍ଦ୍ରଙ୍କର କହିବାର ଅର୍ଥ ରାତିରେ ଯେତେବେଳେ ବି ତାଙ୍କୁ ନିଦ ହୁଏ ନାହିଁ ସେ ବାସି ରୁଟିରେ ଲହୁଣୀ ଲଗାଇ ଖାଇଥାନ୍ତି ଯାହା ତାଙ୍କୁ ବହୁତ ଟେଷ୍ଟି ଲାଗିଥାଏ ।

Get real time updates directly on you device, subscribe now.