fbpx

Video; ‘ସାମି’ ଗୀତରେ ନାଚି ଧୂଳି ଉଡ଼ାଇଲା ଭାଲୁ, ସତ ହେଲା ବହି ଗୀତ, “ବାଃ ବାଃ ବାଃ କେମିତି ମଜା…”

Advertisement

ଓଡ଼ିଶା ଭାସ୍କର: ପଶୁମାନଙ୍କ ମଧ୍ୟରେ ସବୁଠୁ ଚତୁର ହେଉଛି ଭାଲୁ । ବୈଜ୍ଞାନିକମାନେ ଭାଲୁର ବୁଦ୍ଧିକୁ ଆଠ ବର୍ଷର ମଣିଷ ପିଲା ସହ ତୁଳନା କରନ୍ତି । ମନେ ପଡ଼େ ପିଲା ଦିନର ଗୀତ “ବାଃ ବାଃ ବାଃ କେମିତି ମଜା, ଭାଲୁ ନାଚ କରେ ବଜାଇ ବାଜା”, ଯେଉଁ ଗୀତରେ ଗୋଟିଏ ଭାଲୁ ବାଜା ବଜାଉ ଥିବାର ଛବି ଥିଲା । ଆଉ ସେଇ ଛବି ଦେଖି ଆମେ ଭାଲୁ ନାଚିଲେ କିପରି ଦେଖାଯିବ, ସେକଥା ମନେ ମନେ ଭାବି ଖୁସି ହେଉ ।

ଏଥର ଏପରି ଦୃଶ୍ୟକୁ ଏବେ କ୍ୟାମେରାରେ ରେକର୍ଡ କରାଯାଇଛି, ହେଲେ ଏଠି ଭାଲୁ ବାଜା ବଜାଉନି କେବଳ ନାଚ କରୁଛି । ତାହା ପୁଣି ଜଣେ ମହିଳାଙ୍କ ସହ ତାଳ ଦେଇ । ମହିଳା ଜଣକ ଯେପରି ଶୈଳୀରେ ନୃତ୍ୟ କରୁଛନ୍ତି ଭାଲୁଟି ପୁରା ତାଙ୍କୁ ଅନୁକରଣ କରି ଅବିକଳ ନୃତ୍ୟ କରୁଛି । ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଲୋକପ୍ରିୟତା ହାସଲ କରିଛି । parvathy_r_krishna ନାମକ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରାଯାଇଛି।

ଯାହାକୁ ଦେଖି ଭିଡିଓରେ ଭାଲୁ ନାଚେ ବୋଲି ପ୍ରମାଣିତ ହୋଇଛି । ଭଲୁଟି ତା’ର ଖୁସି ଦେଖାଇବା ପାଇଁ ଏପରି ନାଚ କରୁଥିବା ଦେଖିବାକୁ ମିଳୁଛି। କ୍ୟାମେରାରେ କଏଦ ହୋଇଥିବା ଏହି କ୍ଲିପ୍ ଦର୍ଶକଙ୍କୁ ପିଲା ଦିନର ଗୀତ “ବାଃ ବାଃ ବାଃ କେମିତି ମଜା, ଭାଲୁ ନାଚ କରେ ବଜାଇ ବାଜା”କୁ ମନେ ପକାଇ ଦେଇଛି। ଏହି ଭିଡିଓକୁ ଲୋକ ଦେଖି ଭାଇରାଲ ହେବା ସହ ଏହି ଗୀତ ସ୍ମୃତିକୁ ମନେ ପକାଇଛନ୍ତି ।

 

View this post on Instagram

 

A post shared by PARVATHY (@parvathy_r_krishna)

Get real time updates directly on you device, subscribe now.