fbpx

କଣ ଏହି ବେଡ୍ ଆଣ୍ଡ ବ୍ରେକଫାଷ୍ଟ୍ ଯୋଜନା, ଯେଉଁଥିରେ ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ?

ନୂଆଦିଲ୍ଲୀ: ଉପମୂଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଶୁକ୍ରବାର ଦିଲ୍ଲୀ ବିଧାନସଭାର ମୌସୁମୀ ଅଧିବେଶନରେ ପର୍ଯ୍ୟଟନ କ୍ଷେତକୁ ପ୍ରୋତ୍ସାହନ ଦେବାକୁ ଯାଇ ବେଡ୍ ଆଣ୍ଡ ବ୍ରେକ୍ଫାଷ୍ଟ୍ ଯୋଜନା ସଂଶୋଧନ ଆଣିବା ପାଇର୍ ପ୍ରସ୍ତାବ ରଖିଛନ୍ତି । ଆଉ ଏହାକୁ ପାରିତ ମଦ୍ୟ କରିଦିଆଯାଇଛି । ଏବେ ବେଡ୍ ଆଣ୍ଡ ବ୍ରେକ୍ଫାଷ୍ଟ୍ ଯୋଜନାରେ ୯୦ ଦିନ ବଦଳରେ ୩୦ ଦିନ ମଧ୍ୟରେ ଘର ଗୁଡ଼ିକର ରେଜିଷ୍ଟ୍ରେସନ୍ ହୋଇଯିବ ।
ଉପମୂଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଲ୍ଲୀରେ ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବା ପାଇଁ ଏହି ସ୍କିମ୍ ଖୁବ୍ ଫଳପ୍ରଦ ହେବ । ଏଥିରେ ବିଶେଷ କରି ବିଦେଶୀ ପର୍ଯ୍ୟଟକଙ୍କୁ ଅଧିକ ଫାଇଦା ହେବ । ସେମାନେ ଭାରତୀୟ ପରମ୍ପରା ଏବଂ ସେମାନଙ୍କ ସଂସ୍କୃତିକୁ ଜାଣିବା ପାଇଁ ଏଠାରେ ଭାରତୀୟଙ୍କ ସହିତ ରହିବାପାରିବେ ।

ଏହି ଯୋଜାନାରେ ଅଧିକରୁ ଅଧିକ ଘରକୁ ସାମିଲ୍ କରିବା ସହିତ ରେଜିଷ୍ଟ୍ରେସନ୍ ର ପୂରା ପ୍ରକିୟାକୁ ୯୦ ଦିନରୁ ହ୍ରାସ କରି ୩୦ ଦିନ କରିଛନ୍ତି । ଏହାସହିତ ଘର ମାଲିକ ମାନଙ୍କୁ ସାର୍ଟିଫିକେଟ୍ ଦେବା ପାଇଁ ଯିବାକୁ ପଡ଼ିବନି । ଅନଲାଇନ୍ ରେ ହିଁ ସାର୍ଟିଫିକେଟ୍ ଉପଲବ୍ଧ ହେବ । ଏଥିରେ ଘର ମାଲିକ ମାନେ ଆବେଦନ କରିପାରିବେ ।

କେଉଁ ଭଳି ମାଲିକ ଆବେଦନ କରିବେ –

୧. ଯେଉଁ ମାନଙ୍କ ଘରେ ୬ ବଖରା ଘର ଖାଲି ରହିଥିବ ।
୨. ପର୍ଯ୍ୟଟକଙ୍କ ପାଇଁ ଜରୁରୀ ସୁବିଧା ଉପଲବ୍ଧ ରହିଥିବ ।
୩. ଘର ମାଲିକଙ୍କ ପରିବାର ସେହି ଘରେ ରହୁଥିବେ ।
୪. ଘରଟି ଗେଷ୍ଟ ହାଉସ୍ କିମ୍ବା ହୋଟେଲ୍ ଶ୍ରେଣୀରେ ନ ଆସୁଥିବା ଆବଶ୍ୟକ ।

ଦିଲ୍ଲୀ ସରକାରଙ୍କ ଏହି ଯୋଜନା କେବଳ ପର୍ୟ୍ୟଟକଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ଏହା ଆୟୋଜକଙ୍କ ପାଇଁ ଆୟର ଉତ୍ସ ମଧ୍ୟ । କରୋନା କାଳରେ ପର୍ୟ୍ୟଟନ କ୍ଷେତ୍ର ସବୁଠାରୁ ଅଧିକ କ୍ଷତି ସହିବା ସହିତ ଏଥିରେ କାମ କରୁଥିବା ଲୋକମାନେ ଅନେକ ସମସ୍ୟା ଦେଇ ଗତି କରିଛନ୍ତି । ତେଣୁ ଏହି ଯୋଜନା ମାଧ୍ୟମରେ ସେମାନେ ରୋଜଗାରକ୍ଷମ ହୋଇପାରିବେ ।

Get real time updates directly on you device, subscribe now.