ନୂଆଦିଲ୍ଲୀ: ଜେନାଇଟାଲ୍ ସୁପର ଫଙ୍ଗସ୍ ଅର୍ଥ ହେଉଛି ଏକ ପ୍ରକାରର ଫଙ୍ଗାଲ୍ ସଂକ୍ରମଣ, ଯାହା ଜେନାଇଟାଲ୍ ଅଞ୍ଚଳ ଅର୍ଥାତ୍ ପ୍ରାଇଭେଟ ପାର୍ଟ୍ସରେ ହୋଇଥାଏ। ଏହି ସଂକ୍ରମଣ ସାଧାରଣତଃ Candida ନାମକ ଏକ କବକ ଦ୍ୱାରା ହୁଏ । ଯାହା ସାଧାରଣତଃ ଆମ ଶରୀରରେ ମିଳିଥାଏ, କିନ୍ତୁ ଯେତେବେଳେ ଏହି କବକ ଯୌନାଙ୍ଗରେ ବଢ଼ିବାକୁ ଆରମ୍ଭ କରେ ଏହା ସଂକ୍ରମଣର କାରଣ ହୋଇପାରେ ।
ପ୍ରତି ମିନିଟ୍ରେ ବିଶ୍ୱରେ ପ୍ରାୟ 700 ଜଣ ଲୋକ ଏପରି ଯୌନ ସଂକ୍ରମିତ ସଂକ୍ରମଣ (STI)ର ଶିକାର ହେଉଛନ୍ତି । ପ୍ରତିବର୍ଷ କୋଟି କୋଟି ଲୋକ HIV, ହର୍ପିସ୍, ହେପାଟାଇଟିସ୍-ବି ଭଳି ଦୁରାରୋଗ୍ୟ ରୋଗର ଶିକାର ହେଉଛନ୍ତି ।
ବିଶେଷଜ୍ଞଙ୍କ ମତରେ ଏହାର ସବୁଠାରୁ ବଡ଼ କାରଣ ହେଉଛି ଗୁପ୍ତାଙ୍ଗକୁ ଠିକ୍ ଭାବରେ ସଫା ନ ରଖିବା। ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ଶହ ଶହ ପ୍ରକାରର ଜୀବାଣୁ, କବକ ଏବଂ ଭାଇରସ ବଢ଼ିବାକୁ ଲାଗିଥାଏ । ଯାହାକି ସମୟକ୍ରମେ ରୋଗର କାରଣ ସାଜିଥାଏ ।
ମହିଳା ହୁଅନ୍ତୁ କିମ୍ବା ପୁରୁଷ, ଉଭୟଙ୍କୁ ଜେନେଟାଲ୍ ସୁପର ଫଙ୍ଗସ୍ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବିଶେଷକରି ଗ୍ରୀଷ୍ମ ଋତୁରେ, ବ୍ୟକ୍ତିଗତ ଅଙ୍ଗରେ ଫଙ୍ଗାଲ୍ ସଂକ୍ରମଣର ଆଶଙ୍କା ଅଧିକ ଥାଏ । ବାରମ୍ବାର କୁଣ୍ଡେଇ ହେବା ଏବଂ ଜଳାପୋଡ଼ା ହେବା ଭଳି ସମସ୍ୟା ଦେଖାଦେଇପାରେ । ବିଶେଷଜ୍ଞଙ୍କ ମତରେ, ଗୁପ୍ତାଙ୍ଗରେ ସବୁଠାରୁ ସାଧାରଣ କବକ ସଂକ୍ରମଣ ହେଉଛି କ୍ୟାଣ୍ଡିଡା।
ଏହି ସଂକ୍ରମଣ ମହିଳାମାନଙ୍କଠାରେ ସବୁଠାରୁ ସାଧାରଣ । ଏହାକୁ ଭଲଭୋ ଯୋନିକାଲ କାଡିଆସିସ୍ ମଧ୍ୟ କୁହାଯାଏ । ମହିଳାଙ୍କ କ୍ଷେତ୍ରରେ ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଶୀଘ୍ର କ୍ଷରଣ, କୁଣ୍ଡାଇ ହେବା, ଯୋନିର ଓଠରେ ଲାଲ ପଡ଼ିବା, ଜ୍ୱଳନ ଇତ୍ୟାଦି ସମସ୍ୟା ଅନ୍ତର୍ଭୁକ୍ତ । ପ୍ରି-ଡାଇବେଟିକ୍ କିମ୍ବା ଡାଇବେଟିକ୍ ପୁରୁଷମାନେ ଏହି ସମସ୍ୟାର ଅଧିକ ସମ୍ମୁଖୀନ ହୋଇପାରନ୍ତି ।