ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ କ’ଣ? ଯାହାକୁ ଜାତୀୟ ରାଜପଥରେ ଲାଗୁ କରିବେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପାଇଲଟ ଆଧାରରେ ମନୋନୀତ ଜାତୀୟ ରାଜପଥରେ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ ଆଧାରିତ ଟୋଲ ସଂଗ୍ରହ ବ୍ୟବସ୍ଥାକୁ ଆରମ୍ଭ କରିବାର ବିଷ୍ପତ୍ତି ନେଇଛନ୍ତି । ଏହାକୁ FASTag ସହ ଏକ ଅତିରିକ୍ତ ସୁବିଧା ଭାବେ ଲାଗୁ କରାଯିବ, ଏହି ସୂଚନା ବୁଧବାର ଦିନ ରାଜ୍ୟସଭାକୁ ଦିଆଯାଇଛି ।

ଏକ ଲିଖିତ ଉତ୍ତରରେ, କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି ଯେ, ଜିଏନଏସଏସ-ଆଧାରିତ ଉପଭୋକ୍ତା ଫି ସଂଗ୍ରହ ବ୍ୟବସ୍ଥା ସମ୍ବନ୍ଧରେ ଏକ ପାଇଲଟ ଅଧ୍ୟୟନ କର୍ଣ୍ଣାଟକରେ ଏନଏଚ-୨୭୫ର ବେଙ୍ଗାଲୁରୁ ମୈସୁର କଣ୍ଡ ଏବଂ ହରିୟାଣାରେ ଏନଏଚ-୭୦୯ର ପାନିପଥ-ହିସାର ବିଭାଗରେ କରାଯାଇଛି ।

ଜିଏନଏସଏସ ଏକ ଏଭଳି ଶବ୍ଦ ଯାହର ବ୍ୟବହାର ଯେକୌଣସି ସାଟେଲାଇଟ-ଆଧାରିତ ନେଭିଗେସନ ସିଷ୍ଟମକୁ ସୂଚାଇବା ପାଇଁ ବ୍ୟବହାର କରାଯାଏ, ଯେଉଁଥିରେ ଆମେରିକାର ଜିପିଏସ ମଧ୍ୟ ସାମିଲ ଅଛି । ଏହି ଟୋଲ ସଂଗ୍ରହ ପ୍ରଣାଳୀ ଅନୁଯାୟୀ, ଉପଭୋକ୍ତାଙ୍କଠାରୁ ଜାତୀୟ ରାଜପଥ ଯାତ୍ରା କରୁଥିବା ଦୂରତା ଆଧାରରେ ଶୁଳ୍କ ନିଆଯାଇଥାଏ । ଏହା ଉପଭୋକ୍ତାଙ୍କୁ ସଠିକ ସ୍ଥାନ ଏବଂ ନେଭିଗେସନ ସୂଚନା ପ୍ରଦାନ କରିବା ପାଇଁ ସାଟେଲାଇଟକୁ ବ୍ୟବହାର କରିଥାଏ ।

ଚଳିତ ବର୍ଷ ଜୁନ ଆରମ୍ଭରେ କେନ୍ଦ୍ର କହିଥିଲା ଯେ, ଟୋଲ ପ୍ଲାଜାରେ ସମର୍ପିତ ଜିଏନଏସଏସ ଲେନ ଉପଲବ୍ଧ ହେବ, ଯେଉଁଥିରେ ଜିଏନଏସଏସ-ଆଧାରିତ ଇଟିସିର ଉପ ଯୋଗ କରାଯାଇଥିବା ଯାନ ସହଜରେ ଯାଇପାରିବ । ଯେପରି ଏହା ଧିରେ ଧିରେ ବ୍ୟାପକ ହେବ, ସମସ୍ତ ଲେନ ଜିଏନଏସସ ଲେନରେ ପରିଣତ ହେବ ।

ଗଡ଼କାରୀ କହିଛନ୍ତି ଯେ, ୨୫ ଜୁନ ୨୦୨୪ରେ ଅନ୍ତର୍ଜାତୀୟ କାର୍ଯ୍ୟଶାଳା ମାଧ୍ୟମରେ ହିତାଧାରୀ ପରାମର୍ଶ ଆୟୋଜନ କରାଯାଇଥିଲା ଏବଂ ୭ ଜୁନ ୨୦୨୪ରେ ବ୍ୟାପକ ଶିଳ୍ପ ପରାମର୍ଶ ପାଇଁ ଗ୍ଲୋବାଲ ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ନିମନ୍ତ୍ରଣ କରାଯାଇଥିଲା । ଯାହାକୁ ପ୍ରସ୍ତୁତ କରିବା ପାଇଁ ଶେଷ ତିଥି ୨୨ ଜୁଲାଇ ୨୦୨୪ ଅଟେ ।

ଏକ ଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଏକ୍ସପ୍ରେସୱେ/ ହାଇସ୍ପିଡ ରାଜପଥର କାର୍ଯ୍ୟସୂଚୀ ସହ ସମାଧାନ ପାଇଁ ଜାତୀୟ ରାଜପଥ ପାଇଁ ମାଷ୍ଟର ପ୍ଲାନ ସଡ଼କ ମନ୍ତ୍ରାଳୟ ଦ୍ୱାରା ପିଏମ ଗତିଶକ୍ତି ଫ୍ରେମୱାର୍କ ଅନୁଯାୟୀ, ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଇ-ୱେ ବିଲ୍‌, ଟୋଲ ଏବଂ ଯାତାୟାତ ସର୍ଭେକ୍ଷଣର ସଂଖ୍ୟା ବିଶ୍ଳେଷଣ ସହ ପରିବହନ ମଡେଲର ଉପଯୋଗ କରାଯାଇଛି ।

Get real time updates directly on you device, subscribe now.