fbpx

Masked AADHAAR କ’ଣ? କେଉଁଠି ବ୍ୟବହାର କରିପାରିବେ ୟୁଜର? ଜାଣନ୍ତୁ ଏହାକୁ ଡାଉନଲୋଡ କରିବାର ପ୍ରକ୍ରିୟା

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଖୁବ ଜରୁରୀ ଡକ୍ୟୁମେଣ୍ଟ ପାଲଟିଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଟି କାର୍ଯ୍ୟରେ ଆଧାର କାର୍ଡର ଆବଶ୍ୟକତା ରହିଛି । ତେବେ ସବୁଠି ଆଧାର ନମ୍ବରର ଆବଶ୍ୟକତା ପଡ଼େ ନାହିଁ, କିଛିଟା ସ୍ଥାନରେ ଆଧାର କାର୍ଡ କେବଳ ପରିଚୟ ପାଇଁ ଦେଖାଇବାକୁ ପଡ଼ିଥାଏ । ତେବେ ସବୁଠି ଆଧାର କାର୍ଡ ନମ୍ବର ଦେବା ଉଚିତ୍ ମଧ୍ୟ ନୁହେଁ । ତେଣୁ ଏହାକୁ ଲୁଚାଇ ରଖିବା ପାଇଁ ୟୁଜର ମାସ୍କଡ ଆଧାର କାର୍ଡ ବ୍ୟବହାର କରିପାରିବେ । ଏଥିରେ କିଛି ମାତ୍ରାରେ ଆଧାର ନମ୍ବର ଲୁଚି ରହିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଡାଉନଲୋଡ କରିପାରିବେ ।

ଅନେକ ସମୟରେ କାର୍ଡର ଦୂରୁପଯୋଗ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏବେ ମାସ୍କଡ ଆଧାର କାର୍ଡ ଆସିଯାଇଛି । ଏହି କାର୍ଡରେ କେବଳ ୪ଟି ଅଙ୍କ ଦୃଶ୍ୟମାନ ହେବା ସହ ୮ଟି ଅଙ୍କ ଲୁଚି ରହିଥାଏ । ଫଳରେ ଯଦି କୌଣସି ସମୟରେ ଜଣେ ଅଜଣା ବ୍ୟକ୍ତି ହାତରେ ଆପଣଙ୍କ କାର୍ଡ ପଡ଼େ, ତେବେ ସେ କ୍ଷେତ୍ରରେ ଆପଣଙ୍କର କୌଣସି କ୍ଷତିସାଧନ ହେବ ନାହିଁ । ଆପଣ ମଧ୍ୟ ମାସ୍କଡ ଆଧାର କାର୍ଡ ତିଆରି କରିପାରିବେ । ଆଧାର କାର୍ଡ ଜାରି କରୁଥିବା ଏଜେନ୍ସି ମାସ୍କଡ ଆଧାର କାର୍ଡ ଡାଉନଲୋଡ କରିବାର ବିକଳ୍ପ ଦେଇଥାଏ । ଏଥିରେ ସମ୍ପୂର୍ଣ୍ଣ ଭାବରେ ଆଧାର ନମ୍ବର ଦେଖାଯାଇ ନଥାଏ । ଯାହାଦ୍ୱାରା ହିତାଧିକାରୀ ଏହାର ଭୁଲ ବ୍ୟବହାରରୁ ମୁକ୍ତ ହୋଇପାରିବ ।

କେଉଁଠି ବ୍ୟବହାର ହୋଇପାରିବ?

ମାସ୍କଡ୍ ଆଧାର କାର୍ଡକୁ KYC କିମ୍ବା ଯାଞ୍ଚ ପ୍ରକ୍ରିୟା ପାଇଁ ଠିକଣାର ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ଯେଉଁଠାରେ, ଆଧାର ନମ୍ବର ଆବଶ୍ୟକ ନାହିଁ । ଯଦି ଆପଣ ବ୍ୟକ୍ତିଗତ ଋଣ ପାଇଁ ଆବେଦନ କରୁଛନ୍ତି ତେବେ ଆପଣ ମାସ୍କଡ୍ ଆଧାର କାର୍ଡ ବ୍ୟବହାର କରିପାରିବେ । ହୋଟେଲ ବୁକିଂ କରିବା ସମୟରେ ଆଇସି ପାଇଁ ମାସ୍କେଡ୍ ଆଧାର କାର୍ଡ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ବିମାନବନ୍ଦର ଏବଂ ଟ୍ରେନରେ ପରିଚୟ ପାଇଁ ଏହି ଡକ୍ୟୁମେଣ୍ଟ ବ୍ୟବହାର କରାଯାଇପାରିବ ।

UIDAIର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ

  • ପ୍ରଥମେ UIDAIର ଅଫିସିଆଲ ୱେବସାଇଟ https://uidai.gov.in/ କୁ ଯାଆନ୍ତୁ
  • My Aadhaar ଟ୍ୟାବ ଉପରେ କ୍ଲିକ କରନ୍ତୁ
  • Download Masked Aadhaar ଚୟନ କରନ୍ତୁ ।
ଆଧାର ସଂଖ୍ୟା ବା VID ଏଣ୍ଟର କରନ୍ତୁ:

Masked Aadharକୁ ଚୟନ କରନ୍ତୁ:

  • Download Masked Aadhaar ଟ୍ୟାବରେ କ୍ଲିକ କରନ୍ତୁ
  • ଏହାପରେ Masked Aadhaar  ବା Masked Aadhaar (PDF) ବିକଳ୍ପ ଚୟନ କରନ୍ତୁ
  • Download କରନ୍ତୁ Masked Aadhaar  Card

Get real time updates directly on you device, subscribe now.