fbpx

NEET ଗ୍ରେସ ମାର୍କ କ’ଣ? ଯାହାକୁ କରାଗଲା ରଦ୍ଦ, ଜାଣନ୍ତୁ ଏଥିପାଇଁ ବଦଳିଯିବ ପୂରା ଟପ୍ପରଙ୍କ ଲିଷ୍ଟ

Advertisement

ନୂଆଦିଲ୍ଲୀ: ନୀଟ ୨୦୨୪ ରେଜଲ୍ଟରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ପ୍ରାଦାନ କରାଯାଇଥିଲା । ଯେଉଁ କାରଣରୁ ଛାତ୍ରଛାତ୍ରୀଙ୍କ ମାର୍କରେ ପ୍ରାର୍ଥକ୍ୟ ଦେଖିବାକୁ ମିଳିଛି । ଗ୍ରେସ ମାର୍କ କାରଣରୁ ୬୭ଟି ପରୀକ୍ଷାର୍ଥୀ ଟପ୍ପର୍ସ ଲିଷ୍ଟରେ ଆସିଛନ୍ତି । ନୀଟ ଟପ୍ପର୍ସ ଲିଷ୍ଟର ୬୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୪ଜଣଙ୍କୁ ଗ୍ରେସ ମାର୍କ କାରଣ ଯୋଗୁଁ ଫାଇଦା ମିଳିଛି । ଗୋଟିଏ ସେଣ୍ଟରେ ଟାଇମ ଲସ୍ କାରଣରୁ ୬ ଜଣ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କସ ମିଳିଛି । ସେମାନେ ମଧ୍ୟ ଏହି ଲିଷ୍ଟରେ ଆସିଛନ୍ତି ।

ନୀଟ ଗ୍ରେସ ମାର୍କ ଏନଟିଏ ର ସେହି ଅପସନ ଯେତେବେଳେ ପରୀକ୍ଷାର୍ଥୀ କେନ୍ଦ୍ରରେ ଯେକୌଣସି କାରଣରୁ ଉତ୍ତର ସିଟ ମିଳିବାରେ ବିଳମ୍ବ ଏବଂ କୌଣସି ଅବହେଳା କାରଣ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ଦିଆଯାଇଥାଏ । ଏହି ନିଷ୍ପତ୍ତିଏଜେନ୍ସିଙ୍କର ହୋଇଥାଏ ।

ନୀଟ ରେଜଲ୍ଟ ଗ୍ରେସ ମାର୍କ ମାମଲାରେ ପାଖାପାଖି ୧,୫୦୦ ଛାତ୍ରଙ୍କୁ ଗ୍ରେସ ମାର୍କ ଭାବେ ୭୦-୮୦ ମାର୍କ ଦିଆଯାଇଛି । ଯାହାକୁ କୋର୍ଟଙ୍କ ସମ୍ମୁଖରେ ଏନଟିଏ ପକ୍ଷରୁ ଭୁଲ ସ୍ୱୀକାର କରାଯାଉଛି । ଗ୍ରେସ ମାର୍କ ଏବଂ ୫ ମେ ରେ ଆୟୋଜିତ ନୀଟ ପରୀକ୍ଷା ୨୦୨୪ରେ ପେପର ଲିକ ଅଭିଯୋଗ ସହ ଅନେକ ପିଟିସନଗୁଡିକ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଯେଉଁଥିରେ ଗ୍ରେସ ମାର୍କ ମାମଲାରେ ନିଷ୍ପତ୍ତି ଶୁଣାଣି ହୋଇଛି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ, ଗ୍ରେସ ମାର୍କ ପାଇଥିବା ୧.୫୬୩ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ରଦ୍ଦ କରାଯାଇଛି ଏବଂ ତାଙ୍କ ପାଇଁ ୨୩ ଜୁନରେ ଦ୍ୱିତୀୟ ଥର ପରୀକ୍ଷା ଆୟୋଜିତ କରାଯିବ । ଯେଉଁ ପରୀକ୍ଷାର୍ଥୀ ଦ୍ୱିତୀୟ ଥର ପରୀକ୍ଷା ଦେବାକୁ ଚାହୁଁନାହାନ୍ତି ସେମାନଙ୍କୁ ବିନା ଗ୍ରେସ ମାର୍କରେ ରେଜଲ୍ଟକୁ ସ୍ୱୀକାର କରିବାକୁ ପଡିବ । ଅର୍ଥାତ ଯାହାକୁ ଗ୍ରେସ ମାର୍କ ମନେକର ୭୧୫ ମିଳିଛି, ବିନା ଗ୍ରେସରେ ସେ ୬୪୦ ମାର୍କ ପାଇବେ ।

Get real time updates directly on you device, subscribe now.