fbpx

କେନ୍ଦ୍ର ବଜେଟକୁ ନେଇ କ’ଣ ରହିଛି ଓଡିଶାର ଦାବି?

ନୂଆଦିଲ୍ଲୀ,୧ ।୨: ଆଜି ପୂର୍ବାହ୍ନ ୧୧ଟା ସମୟରେ ସଂସଦରେ ୨୦୨୧-୨୨ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ବଜେଟରେ ଓଡିଶାର ଭାଗ କ’ଣ ରହିବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ରାଜ୍ୟରେ ରେଳବାଇର ବିକାଶ ନେଇ ଭଲ ଅର୍ଥ ମିଳିବା ନେଇ ଆଶା କରାଯାଉଛି । ୬ ହଜାର ୨ ଶହ କୋଟିର ରେଲୱେ ଅନୁଦାନ ନେଇ ଓଡିଶା ଦାବି କରିଛି । ଇଣ୍ଟରନେଟ୍, ଟେଲି ଯୋଗାଯୋଗ ପାଇଁ ୫୬୫୦ କୋଟିର ଦାବି ରହିଛି । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ରାଜ୍ୟ ସରକାର ଦାବି କରିଛନ୍ତି । ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ଲାଗି ଅଧିକ ଅର୍ଥ ଦାବି କରାଯାଇଛି । ଖଣିଜ ପଦାର୍ଥ ରୟାଲିଟି ହାର ବୃଦ୍ଧି ନେଇ ରାଜ୍ୟ ସରକାର ଆଶବାଦୀ ଅଛନ୍ତି ।

Get real time updates directly on you device, subscribe now.