fbpx

Petabyte କ’ଣ: ମଣିଷର ବ୍ରେନର ମେମୋରୀ କେତେ, ଏଥିରେ କେତେ ଡାଟା ଷ୍ଟୋର ହୋଇ ରହିପାରିବ

ନୂଆଦିଲ୍ଲୀ: ଆପଣ ମେଗାବାଇଟ (ଏମବି), ଗୀଗାବାଇଟ (ଜିବି) ଓ ଟେରାବାଇଟ (ଟିବି) ବିଷୟରେ ଶୁଣିଥିବେ । ତେବେ ଆପଣ ପେଟାବାଇଟ (ପିବି) ବିଷୟରେ ଜାଣିଛନ୍ତି କି? ପେଟାବାଇଟରେ କେତେ ଡାଟା ଆଉ କେଉଁ କେଉ ଡାଟା ଷ୍ଟୋର କରି ରଖିହେବ? ସାଧାରଣ ଭାବେ ଦୂରତାକୁ ମାପିବା ପାଇଁ ମିଟର, କିଲୋମିଟରର ବ୍ୟବହାର କରାଯାଇଥାଏ । ସେହିପରି ଡାଟାକୁ ମାପିବା ପାଇଁ ଏମବି, ଜିବି ଓ ଟିବିର ବ୍ୟବହାର କରାଯାଇଥାଏ ।

ତେବେ ଆପଣ ଜାଣନ୍ତି କି ମଣିଷର ବ୍ରେନ ଅର୍ଥାତ ମସ୍ତିଷ୍କରେ ବିଭିନ୍ନ ପ୍ରକାର ଜିନିଷ ଷ୍ଟୋର ହୋଇ ରହିଥାଏ । ପେଟାବାଇଟକୁ ଡାଟାର ୟୁନିଟ୍ ଭାବେ ଗଣାଯାଏ । ତେବେ ଏକ ପିବି ଡାଟା ଷ୍ଟୋର କରିବା ପାଇଁ ଆପଣଙ୍କୁ ୭.୪୫ କୋଟିରୁ ଅଧିକ ଫ୍ଲପି ଡିସ୍କର ଆବଶ୍ୟକତା ପଡ଼ିବ । ସେହିପରି ଏହି ଡାଟାକୁ ଆପଣ ୧୫ ଲକ୍ଷ ସିଡି ରମ ଡିସ୍କରେ ଷ୍ଟୋର କରି ରଖିପାରିବେ ।

ଏହି ଦୁଇ ପେଟାବାଇଟକୁ ଷ୍ଟୋର କରି ରଖିବା ଏକ ସହଜ କଥା ନୁହେଁ । ମାତ୍ର ଏହି ଡାଟାର ପରିମାଣ କେତେ ବେଶୀ ହୋଇଥିବ ତାହା ଆପଣ ଥରେ କଳ୍ପନା କରନ୍ତୁ । ଫିଲ୍ମର ଗ୍ରାଫିକ୍ସକୁ ରେଣ୍ଡର କରିବା ପାଇଁ ୧ ପିବି ଷ୍ଟୋରେଜର ଆବଶ୍ୟକତା ପଡ଼ିଥାଏ । ରିପୋର୍ଟ ମୁତାବକ, ମଣିଷର ବ୍ରେନରେ ୨.୫ ପିବି ମେମୋରୀ ରହିଥାଏ । ଏହି ସ୍ପେସରେ ଆପଣ ୩.୪ ବର୍ଷ ପର୍ଯ୍ୟନ୍ତ ଲଗାତର ଫୁଲ୍ ଏଚଡି ରେକର୍ଡିଂ କରିପାରିବେ ।

ଏକ ପେଟାବାଇଟ ଷ୍ଟୋରେଜ ଅର୍ଥ ହେଉଛି ଆପଣ ସାରା ଜୀବନ ଦୈନିକ ୪ ହଜାର ଡିଜିଟାଲ ଫଟୋ କ୍ଲିକ୍ କରିପାରିବେ । ଏକ ପେଟାବାଇଟ୍ ୧୦୨୪ ଟିବି ହୋଇଥାଏ । ଏକ ଟିବି ୧୦୨୪ ଜିବି ହୋଇଥାଏ । ଲାଇବ୍ରେରୀ ଅଫ୍ କଂଗ୍ରେସରେ ୨୦ ପିବିରୁ ଅଧିକ ଡାଟା ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.