fbpx

Pig Butchering Scam କ’ଣ ? ଜାଣନ୍ତୁ କିପରି ରଖିବେ ନିଜକୁ ଆଲର୍ଟ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଅନଲାଇନ୍ ମାଧ୍ୟମରେ ଘରେ ବସି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶେଷ ହୋଇଯାଉଛି । ଟେକ୍ନୋଲୋଜି କ୍ଷେତ୍ରରେ ଅଗ୍ରଗତି ସହ ଅନଲାଇନ୍ ସ୍କାମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ଠକିବା ପାଇଁ ଅନଲାଇନ୍ ଠକମାନେ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ବର୍ତ୍ତମାନ ଇଣ୍ଟରନେଟରେ ଏମିତି ଏକ ସ୍କାମ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାର ନାମ ହେଉଛି Pig Butchering Scam । ଏହି ସ୍କାମ କିପରି ଲୋକଙ୍କୁ କ୍ଷତି ପହଞ୍ଚାଇଥାଏ ଆସନ୍ତୁ ଜାଣିବା ।
Pig Butchering Scam କ’ଣ ?

Pig ଅର୍ଥ ଘୁଷୁରୀ । ଯେଉଁଭଳି ଭାବରେ ଘୁଷୁରୀକୁ ମାରିବା ପୂର୍ବରୁ ପ୍ରଥମେ ଖାଦ୍ୟ ଦିଆଯାଇଥାଏ । ସେହିଭଳି ଭାବରେ Pig Butchering Scam ରେ ଠକ(Scammer) ଜଣଙ୍କ ଶିକାରୀକୁ ଧୀରେ ଧୀରେ ନିଜ ଜାଲରେ ଫସାଇଥାଏ । ପ୍ରଥମେ ଠକୁଥିବା ବ୍ୟକ୍ତିଙ୍କ ମନରେ ବିଶ୍ୱାସ ଜନ୍ମ କରି ବନ୍ଧୁତା ସ୍ଥାପନ କରିଥାଏ । ପରେ ତା’ର ସମସ୍ତ ଟଙ୍କା ହରିଲୁଟ୍ କରିଥାଏ । ଏହି ସ୍କାମ ‘କିଲିଙ୍ଗ୍ ପିଗ୍ ପ୍ଲେଟ୍’ ବା ‘ଶା ଝୁ ପୈନ୍’ ନାମରେ ବି ଜଣାଯାଏ । ଏହି ସ୍କାମରେ ପ୍ରଥମେ ଠକ ସୋସିଆଲ ମିଡ଼ିଆ ବା ଡେଟିଂ ଆପ୍ ମାଧ୍ୟମରେ ଶିକାରୀଙ୍କୁ ଫସାଇଥାଏ । ପରେ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରି କ୍ରିପ୍ଟୋ କରେନ୍ସି ଟ୍ରେଡିଂରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇ ଥାଏ । ଏହା ପରେ ଜାଲ୍ ଟ୍ରେଡିଂ ଆପ୍ ମାଧ୍ୟମରେ କୋଟି କୋଟି ଟଙ୍କା ଠକିଥାଏ ।
ସୂଚନାରୁ ପ୍ରକାଶ ୨୦୧୯ ମସିହା ପାଖାପାଖି ଏହି ସ୍କାମ ଚୀନରେ ଏସୀୟ ସଂଗଠିତ ଅପରାଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଚୀନ ପରେ ଠକମାନେ ଆମେରିକାକୁ ଟାର୍ଗେଟ କରିଥିଲେ । ଏଥିପାଇଁ ଅପରାଧୀଙ୍କୁ ବିଶେଷ ତାଲିମ ପ୍ରଦାନ କରାଯାଇଥାଏ ।
ଏହି ସ୍କାମରୁ କିପରି ନିଜକୁ ରକ୍ଷା କରିପାରିବେ

– ଇଂଣ୍ଟରନେଟ ବ୍ୟବହାର କରୁଥିଲେ କୌଣସି ସନେ୍ଦହଜନକ ଲିଙ୍କ୍ କିମ୍ବା ମେସେଜ ଉପରେ କ୍ଲିକ୍ କରନ୍ତୁ ନାହିଁ ।
– କୌଣସି ଅସୁବିଧା ହେଲେ ସାଇବର ସେଲକୁ ଯୋଗାଯୋଗ କରନ୍ତୁ ।
– ସୋସିଆଲ ମିଡିଆ ବା ଡେଟିଂ ଆପରେ କେହି ବି ଚାକିରି, ଅଧିକ ଅର୍ଥ ଉପାର୍ଜନ କରିବା ଇତ୍ୟାଦିର ପ୍ରଲୋଭନ ଦେଲେ ତୁରନ୍ତ ସତର୍କ ହୋଇଯାନ୍ତୁ । ପୋଲିସକୁ ଏ ବିଷୟରେ ସୂଚନା ଦିଅନ୍ତୁ ।
– ଅଜଣା ବ୍ୟକ୍ତିଙ୍କ ସହ କେବେ ବି ଆଧାର କାର୍ଡ଼, ପାସପୋର୍ଟ, ବ୍ୟାଙ୍କ କିମ୍ବା ଅନ୍ୟ ବିବରଣୀ ଶେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.