fbpx

କରୋନା କାଳରେ କ’ଣ ରହିଛି କେନ୍ଦ୍ରର ସ୍ୱାସ୍ଥ୍ୟ ବଜେଟ୍?

ନୂଆଦିଲ୍ଲୀ, ୧ା୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବଜେଟ୍ ଉପସ୍ଥାପନ କରିଛନ୍ତି । ତୃତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟରେ ପିଏମ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି ଯେ, ‘ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ବଜେଟ୍ ରହିଛି । ଗତ ବଜେଟ ଠାରୁ ଏହା ୧୩୭% ଅଧିକ ରହିଛି । ୬ ବର୍ଷରେ ଭିତ୍ତିିଭୂମିରେ ବିକାଶ ହେବ । ପିଏମ ଆତ୍ମନିର୍ଭର ସୁସ୍ଥ ଭାରତ ପାଇଁ ୬୪,୧୮୦ କୋଟି ନିବେଶ କରାଯିବ । ମିଶନ ପୋଷଣ-୨.୦ର ଆରମ୍ଭ କରାଯିବ । ୧୭ ନୂଆ ହେଲଥ ସେଣ୍ଟର ଖୋଲାଯିବ । ସବୁ ଜିଲ୍ଲାରେ ସ୍ୱାସ୍ଥ୍ୟ ପ୍ରୟୋଗଶାଳା ହେବ । ୧୧୨ ଜିଲ୍ଲାରେ ପୋଷଣ ଅଭିଯାନ ବ୍ୟାବସ୍ଥାରେ ସୁଧାର ହେବ । କୋଭିଡ ଟିକା ପାଇଁ ୩୫,୦୦୦ କୋଟି ଟଙ୍କା ନିବେଶ କରାଯିବ ।’

ଏହା ସହ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ୱାଲ୍ଡ ହେଲ୍ଥ ପ୍ରତିଷ୍ଠା କରାଯିବ । ପୂରା ଦେଶରେ ୭୫ ହଜାର ହେଲଥ ସେଣ୍ଟର ପ୍ରତିଷ୍ଠା କରାଯିବ । ୬୦୨ ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ହେବ । ୪ ନ୍ୟାସନାଲ ଇନଷ୍ଟୁଚ୍ୟୁଟ ଅଫ ଭାୟରୋଲୋଜି ପ୍ରତିଷ୍ଠା ହେବ ।’

Get real time updates directly on you device, subscribe now.