fbpx

(Video) ଏହି ସଂସାରରେ ସବୁଠାରୁ ବଡ଼ ପାପ କଣ ? ଯାହାପାଇଁ ବ୍ୟକ୍ତିଙ୍କୁ ମିଳିଥାଏ ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ: ଏହି ସଂସାରରେ ସବୁଠାରୁ ବଡ଼ ପାପ କଣ ? କିଏ କହିବ ଛଳନା ତ’ ଆଉ କିଏ କହିବ ଲୋଭ । କିନ୍ତୁ ଏ ସଂସାରରେ ସବୁଠାରୁ ବଡ଼ ପାପ ହେଉଛି ଗୋଟିଏ ନାରିର ଅସମ୍ମାନ । ନାରିର ମାନଙ୍କ ମାନ୍ ସମ୍ମାନ ଇଜ୍ଜତକୁ ଭାଙ୍ଗିବା । କାରଣ ଏହି ଅପରାଧ କେବଳ ନାରିରଙ୍କ ଶରିରକୁ ନୁହେଁ । ଗୋଟିଏ ନାରିର ମନ ଏବଂ ଆତ୍ମା ଉପରେ ପ୍ରହାର କରିଥାଏ ।

ଏଭଳି ପାପ କରୁଥିବା ମଣିଷଙ୍କୁ ଦଣ୍ଡ କ’ଣ ଦିଆଯାଇପାରେ ବୋଲି ମନରେ ପ୍ରଶ୍ନ ଉଠେ । କିଏ କୁହେ ଏଭଳି ପାପ କରୁଥିବା ବ୍ୟକ୍ତିଙ୍କୁ ଶାରିରିକ କଷ୍ଟ ପୁଣି କିଏ କୁହେ ମୃତ୍ୟୁ ଦଣ୍ଡ । କିନ୍ତୁ ଏହି ଅପରାଧର ମୃତ୍ୟୁ ଦଣ୍ଡ ସ୍ଥିର କରିବା ପୂର୍ବରୁ କଣ ଏହା ଜାଣିବାର ଆବଶ୍ୟକତା ନାହିଁ କି ଏହି ଅପରାଧି ଜଣକ କିଏ । ଏହା ଶୁଣିବା ପରେ ଏବେ ଆପଣ ମାନେ କହିବେ କି ଏହାତ ବହୁତ ସରଳ କଥା । ଯିଏ ମହିଳାଙ୍କର ମାନ୍ ସମ୍ମାନ ଭଙ୍ଗ କରିଛି ସେହିଁ ପାପି । କିନ୍ତୁ କଣ ଇଏ ପୂର୍ଣ୍ଣ ସତ୍ୟ କି ? କଣ ନିଜର ଅପମାନ ପାଇଁ ନିଜର ସମ୍ମାନ ହରାଇବା ପାଇଁ ବେଳେ ବେଳେ ନାରି ନିଜେ ଉତ୍ତରଦାୟି ନୁହେଁ କି ।

ସମ୍ମାନ ହରାଇବାରୁ ବଞ୍ଚିବାକୁ ହେଲେ ପ୍ରଥମେ ସମ୍ମାନର ସୀମା ଉପରେ ଦୃଷ୍ଟି ଦେବା ନିହାତି ଆବଶ୍ୟକ । ଏଠି ଗୋଟିଏ ଉଦାହରଣ ଆପଣ ମାନଙ୍କୁ ଦେବାକୁ ଚାହିଁବୁ । ରାବଣ ସିତାଙ୍କର ହରଣ ଏଥିପାଇଁ କରିପାରିଲା କାହିଁକି ନା ସିତା ନିଜର ନିରିହ ଆଚରଣ କାରଣରୁ ରାବଣର ସେହି ସିମାକୁ ଟପିଯିବାକୁ ବି ସରଳ କରିଦେଲା । କିନ୍ତୁ ଅଶୋକ ବାଟିକାରେ ସିତାଙ୍କୁ ରାବର ସ୍ପର୍ଶହିଁ କରିପାରିଲା ନାହିଁ । କାରଣ ସିତା, ରାବଣ ଏବଂ ତାଙ୍କ ମଧ୍ୟରେ ନା ର ଏକ ଛୋଟ କାନ୍ଥଟେ ତିଆରି କରିଦେଲେ । ଏଥିରୁ ଏହା ସ୍ପଷ୍ଟ ଯେ ଜୀବନରେ ନା କହିବା ସିଖିବାଟା ବହୁତ ଜରୁରୀ । ଯଦି କେହି ଆଣଙ୍କର ସମ୍ମାନର ସୀମାକୁ ପାର କରିବା ପାଇଁ ଚେଷ୍ଟା କରୁଛି ତେବେ ତାଙ୍କୁ ସେହିଠାରେ ଅଟକାଇ ଦେବା ନିଆତି ଅବଶ୍ୟକ । ଆପଣଙ୍କ ଉପରେ ଉଠୁଥିବା ହାତକୁ ଏବଂ କଟାକ୍ଷକୁ ସେହିଠାରେ ଅଟକାଇଦେବା ଶିଖିବାକୁ ପଡ଼ିବ । ଏମିତି କରିବା ଦ୍ୱାରା ଦୁନିଆର କୌଣସି ବି ପୁରୁଷ ପାଖରେ ସାମର୍ଥ୍ୟ ନାହିଁ ଯିଏ ତୁମକୁ ଅପମାନ କରିପାରିବ । କାହିଁକି ନା ନାରି ହେଉଛନ୍ତି ଜନନୀ ଆରାଧ୍ୟ । ଆଉ ନିଜକୁ ନିର୍ବଳୁଆ ଭାବି ଆପଣ ନିଜେ ଅପରାଧି ନହୁଅନ୍ତୁ ।

Get real time updates directly on you device, subscribe now.