fbpx

ଟ୍ରେନରେ ସବୁଠୁ ଅଧିକ କ’ଣ ଚୋରି ହୁଏ? ଏହି ଦାମୀ ଜିନିଷକୁ କିପରି ଚୋରି ହେବାରୁ ବଞ୍ଚାଇବେ…

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରିବା ଏବେ ସାଧାରଣ କଥା ହୋଇଯାଇଛି । କିନ୍ତୁ ଟ୍ରେନରେ ଯାତ୍ରା କରିବା ବେଳେ ଚୋରି ସମସ୍ୟା ବୃଦ୍ଧି ପାଇବାରେ ପାଇବାରେ ଲାଗିଛି । ଅନେକ ସମୟରେ ଯାତ୍ରୀମାନଙ୍କର କିଛି ଦାମୀ ଜିନିଷ ଚୋରି କରି ନେଇଥାନ୍ତି ଲୁଟେରା । ଯେଉଁଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯାତ୍ରୀ । ତେବେ ରେଳ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ଉଚିତ ପଦକ୍ଷେପ ନେବା ସହ ପ୍ରଚେଷ୍ଟା ଜାରି ରଖିଛି । କିନ୍ତୁ ଏହି ପଦକ୍ଷେପ ସହିତ ଯାତ୍ରୀମାନେ ନିଜେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ ।

ଟ୍ରେନରେ ଯାତ୍ରା କରିବା ସମୟରେ ଚୋରି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ତେବେ ଟ୍ରେନରୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ଜିନିଷ ଚୋରି ହେଉଥିବା ଜାଣିବାକୁ ମିଳିଛି । ଏହି ଜିନିଷଗୁଡ଼ିକ ଭିତରେ ଲୋକଙ୍କ ମୋବାଇଲ ଫୋନ୍ ସବୁଠାରୁ ଅଧିକ ପରିମାଣରେ ଚୋରି ହୋଇଥାଏ । ରେଲୱେ ଏବଂ ପୋଲିସ ପକ୍ଷରୁ ଚୋରି ପ୍ରତି ସତର୍କ ସୂଚନା ଦେବା ସମୟରେ ଏହା ମଧ୍ୟ କୁହାଯାଇଥାଏ । ବର୍ତ୍ତମାନ ସମୟରେ ଟ୍ରେନରୁ ଚୋରି ହେଉଥିବା ଜିନିଷଗୁଡ଼ିକ ଭିତରୁ ପ୍ରାୟ ୮୦% କେବଳ ମୋବାଇଲ ଚୋରି ହୋଇଥାଏ । ତେବେ ଟ୍ରେନରେ ଯାତ୍ରା କରିବା ସମୟରେ ମୋବାଇଲ ସହ ଚାର୍ଜର ବ୍ୟବହାର କରିଥାନ୍ତି ଯାତ୍ରୀ । ତେଣୁ ମୋବାଇଲ ଏବଂ ଚାର୍ଜରୁ ଏକା ସାଙ୍ଗରେ ଚୋରି ହୋଇଥାଏ ।

ତେବେ କେବଳ ସତର୍କତା ସହ ଯାତ୍ରୀମାନେ ଏହି ଚୋରିରୁ ନିଜକୁ ରକ୍ଷା କରିପାରିବେ । ଟ୍ରେନରେ ଯିବା ବେଳେ ମୋବାଇଲ ଚାର୍ଜରେ ଲଗାଇଥିବା ସାଧାରଣତଃ ଦେଖିବାକୁ ମିଳିଥାଏ । ଅନେକ ସମୟରେ କିଛି ଯାତ୍ରୀ ଶୋଇ ପଡ଼ିଥାନ୍ତି । ତେବେ ଏହି ସୁଯୋଗର ଫାଇଦା ଉଠାଇ ଚୋର ମୋବାଇଲ ଫୋନ ସହ ଚାର୍ଜର ନେଇ ଛୁମନ୍ତର ହୋଇଯାନ୍ତି । ତେବେ ରେଲୱେ ପୋଲିସ ପକ୍ଷରୁ ବାରମ୍ବାର ଏଭଳି ଭୁଲ ନ କରିବା ପାଇଁ ସଚେତନ କରାଇବା ପରେ ମଧ୍ୟ ଯାତ୍ରୀମାନଙ୍କୁ ଭୁଲ ପାଇଁ ଏହି ଚୋରି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.