fbpx

ମୋଦୀ କ୍ୟାବିନେଟରେ ଓଡ଼ିଆ ମନ୍ତ୍ରୀଙ୍କୁ କେଉଁ ପଦବୀ? ଜାଣନ୍ତୁ ଧର୍ମେନ୍ଦ୍ର-ଅଶ୍ୱୀନ-ଜୁଏଲଙ୍କୁ କି ଦାୟିତ୍ୱ ଦେଲେ ପ୍ରଧାନମନ୍ତୀ?

Advertisement

ଓଡ଼ିଶା ଭାସ୍କର: ଦେଶରେ ଏନଡିଏ ସରକାର ବହୁ ଜନମତ ପାଇବା ପରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ଶପଥପାଠ କରିଥିଲେ । ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ବୈଠକରେ ଓଡ଼ିଶାର ୩ ଜଣ ନେତା ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓାମ ଏବଂ ଅଶ୍ୱୀନ ବୈଷ୍ଣବ କେନ୍ଦ୍ର କ୍ୟାବିନେଟରେ ଯୋଗ ଦେଇଛନ୍ତି । ତେବେ କାହାକୁ କେଉଁ ପଦ ଦେଲା ବିଜେପି?

ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶାର ଜଣେ ଧାଡ଼ିର ନେତା ହେଉଛି ଧର୍ମେନ୍ଦ୍ର । ତେଣୁ ମୋଦୀ କ୍ୟାବିନେଟରେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଧରାଇଛନ୍ତି ପ୍ରଧାନମନ୍ତ୍ରୀ । ଗତ କ୍ୟାବିନେଟରେ ଧର୍ମେନ୍ଦ୍ରଙ୍କୁ ଶିକ୍ଷାବିଭାଗର ଦାୟିତ୍ୱ ଦେଇଥିବା ଚଳିତବର୍ଷ ମଧ୍ୟ ଏହି ଦାୟିତ୍ୱ ବଜାୟ ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୨୦୨୪ କ୍ୟାବିନେଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି ।

ଜୁଏଲ ଓରାମ: ଆଦିବାସୀ ନେତା ଭାବରେ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି ବିଜେପି ନେତା ଜୁଏଲ ଓରାମ । ଚଳିତ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ଜୁଏଲ ଓରାମଙ୍କୁ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ବିକାଶର ଦାୟିତ୍ୱ ପ୍ରଦାନ କରିଛନ୍ତି । ମୋଦୀ ୩.୦ରେ ଆଦିବାସୀ କଲ୍ୟାଣ ବିଭାଗରେ ଦାୟିତ୍ୱ ପାଇଛନ୍ତି ଜୁଏଲ ଓରାମ ।

ଅଶ୍ୱିନୀ ବୈଷ୍ଣବ: ମୋଦୀ ୨.୦ର ରେଳମନ୍ତ୍ରୀ ବିଭାଗରେ ରହିଥିଲେ । ତେବେ ନୂଆ କ୍ୟାବିନେଟରେ ମଧ୍ୟ ରେଳ ସହିତ ସୂଚନା ପ୍ରସାରଣ ମନ୍ତ୍ରାଳୟରେ କାର୍ଯ୍ୟଭାର ସମ୍ଭାଳିବେ ଅଶ୍ୱୀନ ବୈଷ୍ଣବ ।

ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ କିଛି ବିଭାଗ ନିଜ ପାଖରେ ରଖିଛନ୍ତି । ମୋଦୀ ଏହି ନୂଆ କ୍ୟାବିନେଟରେ କାର୍ମିକ, ଲୋକ ଅଭିଯୋଗ ଏବଂ ନେସନ ମନ୍ତ୍ରାଳୟ, ପରମାଣୁ ଶକ୍ତି ବିଭାଗ, ଅନ୍ତରୀକ୍ଷ ବିଭାଗ ଏବଂ ଅନ୍ୟାନ୍ୟ ସମସ୍ତ ନୀତିଗତ ବିଭାଗ ରଖିଛନ୍ତି । ଏହାବ୍ୟତୀତ କୌଣସି ମନ୍ତ୍ରୀଙ୍କୁ ହସ୍ତାନ୍ତର ହୋଇନଥିବା ଅନ୍ୟାନ୍ୟ ବିଭାଗ ଗୁଡ଼ିକ ମଧ୍ୟ ବର୍ତ୍ତମାନ ମୋଦୀଙ୍କ ନିକଟରେ ରହିଛି । ତେବେ ନୀତିନ ଗଡ଼କରୀଙ୍କୁ ପୁଣି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ମିଳିଥିବା ସୂଚନା । ସେହିପରି ହର୍ଷ ମଲହୋତ୍ରା, ଅଜୟ ଟମଟାଙ୍କୁ ସଡ଼କ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।

ଅନ୍ୟପକ୍ଷରେେ ରାଜନାଥ ସିଂହ ନିଜ ପାଖରେ ପ୍ରତିରକ୍ଷା ବିଭାଗ ରଖିଛନ୍ତି । ଅମିତ ଶାହ ପୂର୍ବ ପରି ଗୃହମନ୍ତ୍ରୀ ରହିଛନ୍ତି । ନିର୍ମଳା ସୀତାରମଣ ନିଜ ପାଖରେ ଅର୍ଥ ବିଭାଗ ରଖିଥିବା ବେଳେ ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଛନ୍ତି । ସେହିପରି ମନୋହର ଲାଲ୍‌ଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି ।

Get real time updates directly on you device, subscribe now.