କାହିଁକି ହୋଇଥିଲା ଶେନ୍ ୱାର୍ଣ୍ଣଙ୍କ ମୃତ୍ୟୁ: କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ସୂଚନା ଦେଲେ ପୁଅ

ନୂଆଦିଲ୍ଳୀ: କ୍ରିକେଟ ଜଗତର ମହାନ ସ୍ପିନର ସେନ ୱାର୍ଣ୍ଣଙ୍କର ପରଲୋକ ହୋଇଛି । ମାତ୍ର ୫୨ ବର୍ଷ ବୟସର ଏହି ଲଜେଣ୍ଟଙ୍କୁ ଶୁକ୍ରବାର ବିଶ୍ୱ ହରାଇଛି । ୫୨ ବର୍ଷୀୟ ସ୍ପିନର ସେନ ୱାର୍ଣ୍ଣ ଥାଇଲାଣ୍ଡର ସାମୁଇ ଠାରେ ଏକ ଭିଲ୍ଲାରେ ଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା । ତୁରନ୍ତ ସେଠାରେ ତାଙ୍କୁ ର ଚିକିତ୍ସା କରାଯାଇଥିଲା । କିନ୍ତୁ ଡାକ୍ତର ସବୁ ଚେଷ୍ଟା ପରେ ତାଙ୍କୁ ବଞ୍ଚାଇପାରିନଥିଲେ । ଆଉ ସେନ ତାଙ୍କର ମୃତ୍ୟୁର ୧୦ ଦିନ ପୂର୍ବରୁ ହିଁ ଏଭଳି କିଛି କାମ କରିଥିଲେ ଯେଉଁଥି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଫ୍ୟାନ୍ସ ମାନେ ଦାବି କରିଛନ୍ତି । ନିଜକୁ ଫିଟ ରଖିବା ପାଇଁ ପୁଣି ସେନ ଏଭଳି କିଛି ପଦକ୍ଷେପ ସବୁ ଉଠାଇଥିଲେ । ଯେଉଁଥି ପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏତେ ମାତ୍ରାରେ ବିଗଡି ଯାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେନ ଫିଟ ରହିବା ପାଇଁ କଣ ସବୁ କରୁଥିଲେ ।

କିଛି ଦିନ ତଳେ ସେନ ୱାର୍ଣ୍ଣ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଆଉ ତାଙ୍କର ଏହି ପୋଷ୍ଟରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ ଯେ, ନିଜର ଓଜନକୁ କମ କରିବା ପାଇଁ ୧୦ ଦିନ ପୂର୍ବରୁ ଅପରେସନ ଶ୍ରେଡ’ ଆରମ୍ଭ କରିଥିଲେ ।ଆଉ ଜୁଲାଇ ବେଳକୁ ନିଜକୁ କରିବାକୁ ଚାହୁଁଥିଲେ ଫିଟ୍ । ଆଗାମୀ ଜୁଲାଇ ପର୍ଯ୍ୟନ୍ତ ସେ ପୁରା ଫିଟ ହୋଇ ନିଜର ପୂର୍ବ ଅବସ୍ଥାକୁ ଫେରିଆସିଥାନ୍ତେ ବୋଲି ସେ ଟାର୍ଗେଟ ରଖିଥିଲେ ।

ସେନ ୱାର୍ଣ୍ଣଙ୍କର ଏଭଳି ବିୟୋଗ ତାଙ୍କ ଫ୍ୟାନ୍ସ ମାନଙ୍କୁ ଗଭୀର ଆଘାତ ଦେଇଛି । ଫ୍ୟାନ୍ସ ତାଙ୍କ ମୃତ୍ୟୁ ପାଇଁ ଅପରେସନ ଶ୍ରେଡ ହିଁ ମୁଖ୍ୟ କାରଣ ବୋଲି ବୋଲି ଦାବି କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଅନେକ ଫ୍ୟାନ୍ସ କେବଳ ତାଙ୍କର ଅପରେସନ ଶ୍ରେଡ ସଂପର୍କରେ ହିଁ ଉଠାଇଛନ୍ତି । କ୍ରିକେଟରୁ ସନ୍ନ୍ୟାସ ନେବା ପରଠାରୁ ହିଁ ସେନ ସଂପୂର୍ଣ୍ଣ ଫିଟ୍ ନଥିଲେ । ତେବେ ୨୦୧୯ରେ ସେ ୧୫ କିଲୋ ଓଜନ କମାଇଥିବା ଜଣାପଡିଥିଲା । ଆଉ ପୁଣି ଖାସ୍ ଏଥିପାଇଁ ହିଁ ସେ ଏକ ସିକ୍ରେଟ ଡାଏଟ୍ ଫଲୋ କରୁଥିଲେ । ଜାଣିଲେ ଆଶ୍ର୍ଚ୍ୟ ହେବେ ଯେ, କଣ କରୁଥିଲେ ସେନ ନିଜକୁ ଫିଟ ରଖିବା ପାଇଁ ।

ଅଷ୍ଟ୍ରେଲିଆ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ୱାର୍ଣ୍ଣଙ୍କ ପୁଅ ଜ୍ୟାକସନ କହିଛନ୍ତି, ତାଙ୍କ ବାପା ଓଜନ କମାଇବା ପାଇଁ ୩୦ ଦିନିକିଆ ଉପବାସ କରୁଥିଲେ । ତେବେ ୨୦୦୩ରେ ଡ୍ରଗ୍ସ ନେବା ମାମଲାରେ ୧୨ ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରାଯାଇଥିଲା । ତା’ ପରେ ସେ କେବଳ ଚା’ ଡାଏଟ କରିବା ଆରମ୍ଭ କରିଥିଲେ । ଆହୁରି ପୁଣି ଉଚ୍ଚ ରକ୍ତଚାପ ଥିବା ଯୋଗୁଁ ପତଳା ହେବା ପାଇଁ ସ୍ଲିମିଂ ଔଷଧ ମଧ୍ୟ ବ୍ୟବହାର କରୁଥିଲେ ।