fbpx

ଫୋନ୍ ବ୍ୟବହାର ପାଇଁ ସଠିକ୍ ବୟସ କେତେ? ଦିନକୁ କେତେ ସମୟ ଦେଖିବା ଉଚିତ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ମଧ୍ୟ ସମୟ ମିଳେ ନାହିଁ । ଅଭିଭାବକମାନେ ଛୁଆମାନଙ୍କ ପାଇଁ ମଧ୍ୟ ସମୟ ପାଆନ୍ତି ନାହିଁ । ତେଣୁ ସେମାନଙ୍କୁ ସମୟ ବଦଳରେ ଫୋନ ଦେଇଥାନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଏହା ଶରୀରରେ ସୁପ୍ରଭାବ ପକାଇବା ବଦଳରେ କୁପ୍ରଭାବ ପକାଇଥାଏ । ଆଜିକା ସମୟରେ 70 ପ୍ରତିଶତ ଛୁଆ ଖେଳ ବଦଳରେ ଟିଭି ଏବଂ ମୋବିଇଲରେ ସମୟ ବିତାଉଛନ୍ତି । ଏହା ଦ୍ବାରା ସେମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ପ୍ରତିକୂଳ ପ୍ରଭାବିତ ହେଉଛି । ତେବେ ପିତାମାତା ତଥାପି ନିଜ ପିଲାମାନଙ୍କ ପାଇଁ ସ୍କ୍ରିନ ସମୟର ସଠିକ ପରିମାଣ ଏବଂ ସମୟ ବିଷୟରେ ଜାଣିବା ଉଚିତ ।

କେଉଁ ବୟସରେ ମୋବାଇଲ ବ୍ୟବହାର କରିବା ଉଚିତ୍ ?- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, 6 ବର୍ଷର ଛୁଆମାନେ 1-2 ଘଣ୍ଟା ଠାରୁ ଅଧିକ ସମୟ ସ୍କ୍ରିନ ଦେଖିବା ଉଚିତ ନୁହେଁ । 18 ମାସର ଛୁଆକୁ ମୋବାଇଲରୁ ଦୂରେଇ ରଖିବା ଉଚିତ । ସ୍ଲିପିଂ ସାଇକଲ ଏବଂ ଶାରୀରିକ କାର୍ଯ୍ୟକଳାପକୁ ବିଶେଷ ଗୁରୁତ୍ବ ଦିଆଯିବା ଠିକ୍ । ଏକ ଅଧ୍ୟୟନ ଅନୁଯାୟୀ, ଯଦି ପିଲାମାନେ ଫୋନ୍ ବ୍ୟବହାର କରନ୍ତି, ତେବେ ମସ୍ତିଷ୍କର ବିକାଶ ପ୍ରତିକୂଳ ପ୍ରଭାବିତ ହୁଏ, ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଏ, ଶରୀରର ସ୍ଥିତି ଖରାପ ହୋଇଯାଏ ଏବଂ ଧ୍ୟାନ ଦେବାରେ ଅସୁବିଧା ହୋଇପାରେ ।  ଏହି କାରଣରୁ, ପିଲାଟି ସାମାଜିକ ପରିବେଶ ଠାରୁ ଦୂରେଇ ଯାଏ ଏବଂ ସୃଜନଶୀଳତା କମିବା ଆରମ୍ଭ କରେ । ଛୁଆଙ୍କୁ ସ୍କ୍ରିନ ଠାରୁ ଦୂରରେ ରଖିବା ପାଇଁ ଅଭିଭାବକଙ୍କୁ ଏକ ସମୟ ସାରଣୀ ପ୍ରସ୍ତୁତ କରିବା ଉଚିତ । ଉଦାହରଣ ସ୍ୱରୂପ, ରାତ୍ରୀ ଭୋଜନ, ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ସମୟରେ ଫୋନକୁ ଆଦୌ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ  । ଏହା ବ୍ୟତୀତ ଛୁଆଙ୍କୁ ନିଶ୍ଚିତ କରନ୍ତୁ ଯେ ଆପଣ କେବଳ ହୋମୱାର୍କ କରିବା ପରେ ଫୋନ୍ ପାଇବେ । ଏହି ପଦ୍ଧତିଗୁଡିକ ଗ୍ରହଣ କରି ଛୁଆଙ୍କ ସ୍କ୍ରିନ ସମୟ ହ୍ରାସ କରି ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେଇପାରିବା ।

Get real time updates directly on you device, subscribe now.