fbpx

କ’ଣ ଏହି ରାଉଣ୍ଡ ରବିନ ଫର୍ମାଟ? ଦିନିକିଆ ବିଶ୍ୱକପର ବଡ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ । ଏଥିପାଇଁ ସୂଚୀ ଘୋଷଣା ହୋଇସାରିଥିବା ବେଳେ ଚର୍ଚ୍ଚା ଜୋର ଧରିଛି । ତେବେ ଇତିହାସରେ ପ୍ରଥମ ଥର ପାଇଁ କୌଣସି ବିଶ୍ୱକପର ସମସ୍ତ ମ୍ୟାଚ ଭାରତରେ ଖେଳାଯିବାକୁ ଯାଉଛି । ତେଣୁ ଭାରତ ପାଇଁ ଏହା ଏକ ଗର୍ବର ବିଷୟ । ଏହାବ୍ୟତୀତ ଏହି ବିଶ୍ୱକପରେ ଚମ୍ପିଆନ ହେବାର ସବୁଠାରୁ ବଡ ଦାବିଦାର ପାଲଟିଛି ଟିମ ଇଣ୍ଡିଆ । ତେବେ ଚଳିତବର୍ଷ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ । କିନ୍ତୁ କ’ଣ ଏହି ଫର୍ମାଟ?

ରାଉଣ୍ଡ ରବିନ ଫର୍ମାଟ ଅନୁସାରେ ଗ୍ରୁପ ଷ୍ଟେଜର ସମସ୍ତ ଟିମ୍ ପରସ୍ପର ସହିତ ମୁହାଁମୁହିଁ ହୋଇଥାଏ । ଅର୍ଥାତ୍ ଚଳିତବର୍ଷ ବିଶ୍ବକପରେ ଭାଗ ନେଉଥିବା ୧୦ଟି ଟିମ ଅନ୍ୟ ସମସ୍ତ ଟିମ ବିପକ୍ଷରେ ଗ୍ରୁପ ଷ୍ଟେଜ ମ୍ୟାଚ ଖେଳିବେ । ପ୍ରତିଟି ଦଳ ମୋଟ ୯ଟି ଲେଖାଏଁ ମ୍ୟାଚ ଖେଳିବେ । ତେବେ ମ୍ୟାଚରେ ବିଜୟୀ ହେଲେ ପ୍ରତ୍ୟେଖ ଟିମକୁ ୨ ପଏଣ୍ଟ ଲେଖାଏଁ ମିଳିଥାଏ । ତେବେ ଯଦି ମ୍ୟାଚ ଡ୍ର ରହିଥାଏ କିମ୍ବା ଟାଇ ରହିଥାଏ ବା କୌଣସି କାରଣରୁ ଖେଳାଯାଇ ନପାରେ, ତେବେ ଉଭୟ ଟିମକୁ ୧-୧ ପଏଣ୍ଟ ମିଳେ । ତେବେ ପୂର୍ବରୁ ମଧ୍ୟ ଏହି ଫର୍ମାଟରେ ବିଶ୍ୱକପ ଅୟୋଜନ ହୋଇସାରିଛି । ଏହାପୂର୍ବରୁ ୧୯୯୨ ଏବଂ ୨୦୧୯ରେ ମଧ୍ୟ ଏହି ଫର୍ମାଟରେ ଖେଳା ଯାଇଥିଲା ଦିନିକିଆ ବିଶ୍ୱକପ । ଅର୍ଥାତ ଇତିହାସରେ ତୃତୀୟ ଥର ପାଇଁ ରାଉଣ୍ଡ ରବିନ ଫର୍ମାଯରେ ଖେଳାଯିବ ଦିନିକିଆ ବିଶ୍ୱକପ ୨୦୨୩ ।

ଏହି ଫର୍ମାଟରେ ଭାରତର ରେକର୍ଡ:

ରାଉଣ୍ଡ ରବିନ ଫର୍ମାଟରେ ଭାରତର ରେକର୍ଡ ବିଶେଷ ଭଲ ନାହିଁ । ୧୯୯୨ ମସିହାରେ ବିଶ୍ୱକପ ସେମିଫାଇନାଲରେ ମଧ୍ୟ ସ୍ଥାନ ପାଇବାରେ ଫେଲ ମାରିଥିଲା ଟିମ ଇଣ୍ଡିଆ । ସେହିପରି ୨୦୧୯ ବିଶ୍ୱକପରେ ସେମିଫାଇନାଲକୁ ପ୍ରବେଶ କରି ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟ ବରଣ କରିଥିଲା ବିରାଟ ସେନା । ଭାରତକୁ ଏହି ମ୍ୟାଚରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲା ନ୍ୟୁଜିଲାଣ୍ଡ ।

ଏହି ଫର୍ମାଯର ନିୟମ ଅନୁସାରେ, ଗ୍ରୁପ ଷ୍ଟେଜ ଶେଷ ସୁଦ୍ଧା ଟପ୍-୪ ଦଳ ସେମି ଫାଇନାଲକୁ ପ୍ରବେଶ ପାଇଁ ଅନୁମତି ପାଇବେ । ପ୍ରଥମ ସେମିଫାଇନାଲରେ ପ୍ରଥମ ଏବଂ ଚତୁର୍ଥ ଦଳ ମଧ୍ୟରେ ମ୍ୟାଚ ଖେଳାଯିବ ଏବଂ ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ତାଲିକାରେ ଥିବା ଦ୍ୱିତୀୟ ଏବଂ ତୃତୀୟ ଦଳ ।

Get real time updates directly on you device, subscribe now.