fbpx

India Vs England: Playing-11ରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ ସମାପ୍ତ ହେବାକୁ ଆଉ ମାତ୍ର ଦୁଇପାଦ ଦୂର । ଗତକାଲି ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିସାରିଛି । ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ଆଜି କେଉଁ ଟିମରେ କେଉଁ ଖେଳାଳିଙ୍କୁ ସ୍ଥାନ ମିଳିବ, କ’ଣ ରଣନୀତି ରହିବ ତାହା ଜାଣିବାକୁ କ୍ରୀଡ଼ାପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।

ଅଷ୍ଟ୍ରେଲିଆର ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଭାରତୀୟ ସମୟ ଦ୍ୱିପ୍ରହର ୧.୩୦ରେ ଆଜି ମ୍ୟାଚ ଅନୁଷ୍ଠିତ ହେବ । ତେବେ ଟିମ୍ ଇଣ୍ଡିଆର ଆଜି କେଉଁ ଖେଳାଳିମାନେ ସ୍ଥାନ ପାଇବେ ତାହା ଏକ ବଡ଼ ପ୍ରଶ୍ନ । ୱିକେଟ କିପର ଦିନେଶ କାର୍ତ୍ତିକ କି ଋଷଭ ପନ୍ତ କାହାକୁ ନେଇ ଦଳ ପଡ଼ିଆକୁ ଓହ୍ଲାଇବ, ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଓ ୟୁଜବେନ୍ଦ୍ର ଚହଲ କାହାକୁ ସୁଯୋଗ ମିଳିବ, ତାହା ଦେଖିବାକୁ ବାକି ରହିଛି । ସେହିପରି ଇଂଲଣ୍ଡ ମଧ୍ୟ ତାର ପ୍ଲେଇଂ-୧୧ରେ କିଛି ପରିବର୍ତ୍ତନ କରିପାରେ ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ୟାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ / ଋଷଭ ପନ୍ତ (ୱିକେଟ କିପର), ଅକ୍ଷର ପଟେଲ, ଆର ଅଶ୍ୱିନୀ / ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଅର୍ଶଦୀପ ସିଂହ ।

ଷ୍ଟାଣ୍ଡବାଏ ଖେଳାଳି: ଶ୍ରେୟସ ଆୟର, ରବି ବିଷ୍ଣୋଈ, ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ।

ଇଂଲଣ୍ଡ ଟିମ୍: ଜୋସ ବଟଲର (ଅଧିନାୟକ), ମୋଇନ ଅଲୀ, ଏଲେକ୍ସ ହେଲ୍ସ, ହ୍ୟାରୀ ବ୍ରୁକ, ସାମ କରନ, କ୍ରିସ ଜୋର୍ଡାନ, ଲିୟାମ ଲିଭିଂଷ୍ଟୋନ, ଡେଭିଡ ମଲାନ, ଆଦିଲ ରଶିଦ, ଫିଲ ସାଲ୍ଟ, ବେନ ଷ୍ଟୋକ୍ସ, ଟାୟମଲ ମିଲ୍ସ, ଡେଭିଲ ବିଲି, କ୍ରିସ ୱକ୍ସ ଓ ମାର୍କ ଉଡ ।

ଷ୍ଟାଡ୍ ବାଏ ଖେଳାଳି: ଲିୟାମ ଡାସନ ଓ ରିଚାର୍ଡ ଗ୍ଲିସନ ।

Get real time updates directly on you device, subscribe now.