fbpx

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର: ଏପରି ଭାବରେ ଭଗବାନ ଶିବଙ୍କର ଉପାସନା କଲେ ମିଳିବ ଅପାର କୃପା

ଶ୍ରାବଣ ମାସରେ ଭଗବାନ ଶିବଙ୍କର ଉପାସନାର ବିଶେଷ ମହତ୍ତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଶ୍ରାବଣ ସୋମବାରରେ ଉପବାସ ପାଳନ କରିବା ସହ ଭଗବାନ ଶିବଙ୍କୁ ପୂଜା କଲେ ଜୀବନର ସମସ୍ୟା ଦୂର କରିଥାଏ । ଜୁଲାଇ ୧୦, ୨୦୨୩ ଅର୍ଥାତ୍ ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ଉପବାସ ।

ଏହି ବିଶେଷ ଦିନରେ ଭଗବାନ ଶିବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ ।

ସୋମବାର ଏପରି କରନ୍ତୁ ଉପାସନା ପଦ୍ଧତି-
– ସୋମବାର ଦିନ ସକାଳୁ ଉଠି ସ୍ନାନ କରନ୍ତୁ ।
– ଫୁଲ, ପାଞ୍ଚଟି ଫଳ, ରତ୍ନ, କଦଳୀ, ଶୁଦ୍ଧ ଘିଅ, ମହୁ, ଗଙ୍ଗାଜଳ, ବେଲପତ୍ର, କଞ୍ଚାକ୍ଷୀର ଆଦିକୁ ନେଇ ମନ୍ଦିର ଯାଆନ୍ତୁ ।
– ମନ୍ଦିର ଯାଇ ଶିବଙ୍କୁ ଧ୍ୟାନ୍ କରି ଜଳାଭିଷେକ କରନ୍ତୁ ।
– ଏହା ସହିତ ମାତା ପାର୍ବତୀଙ୍କୁ ମଧ୍ୟ ଗଙ୍ଗା ଜଳ ଅର୍ପଣ କରନ୍ତୁ ।
– ପରେ ଭଗବାନ ଶିବଙ୍କର ରୁଦ୍ରାଭିଷେକ କରନ୍ତୁ ।
– ରୁଦ୍ରାଭିଷେକ କଲାବେଳେ କ୍ରମାଗତ ‘ଓମ୍ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ ।
– ଶିବ ସ୍ତୋତ୍ର ମଧ୍ୟ ପଢ଼ନ୍ତୁ ।
– ଶେଷରେ ଦେବଦେବ ମହାଦେବଙ୍କୁ ଆରତୀ କରି ପୂଜା ସମାପ୍ତ କରନ୍ତୁ ।
– ଏପରି କଲେ ଆପଣ ଭୋଳାନାଥଙ୍କ ଅପାର କୃପାର ଅଧିକାରୀ ହେବେ ।

Get real time updates directly on you device, subscribe now.