fbpx

ମୁଣ୍ଡବ୍ୟଥାରୁ କିପରି ପାଇବେ ମୁକ୍ତି ? ଜାଣନ୍ତୁ ଘରୋଇ ଉପଚାର

ବର୍ତ୍ତମାନକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ମୁଣ୍ଡବ୍ୟଥା ଏମିତି ଏକ ରୋଗ ଯାହା ପ୍ରତ୍ୟେକ ବ୍ୟକ୍ତି ପାଖରେ ଦେଖାଯାଏ । ଏହି ସମସ୍ୟାରୁ ମୁକ୍ତି ମିଳିବା ପାଇଁ ଆମେ ସାଧାରଣତଃ ଔଷଧ ସେବନ କରୁ, କିନ୍ତୁ ଆପଣ ଘରୋଇ ଉପଚାର କରି ମଧ୍ୟ ଏହାକୁ ଦୂରେଇ ପାରିବେ । ଆସନ୍ତୁ ଜାଣିବା କଣ ରହିଛି ଘରୋଇ ଉପାୟ… ।

ତୁଳସୀ : ତୁଳସୀ ପତ୍ର ଖାଇବା ଦ୍ୱାରା ମନକୁ ଆରାମ ମିଳେ । ଏକ ପାତ୍ର ନେଇ ସେଥିରେ ତିନି କିମ୍ବା ଚାରୋଟି ପତ୍ରକୁ ଏକ କପ୍ ପାଣିରେ କିଛି ସମୟ ଫୁଟାନ୍ତୁ । ଏଥିରେ ଟିକେ ମହୁ ମିଶାନ୍ତୁ ଏବଂ ତା’ପରେ ଏହାକୁ ଚା ପରି ପିଅନ୍ତୁ ।

ଉଷୁମ ପାଣିରେ ଲେମ୍ବୁ : ଏହା ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିକାର ଅଟେ । ଏଥିପାଇଁ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ । ଆପଣ ଦେଖିବେ କିଛି ମିନିଟ୍ ମଧ୍ୟରେ ମୁଣ୍ଡବିନ୍ଧା ଦୂର ହୋଇଯିବ । ବେଳେବେଳେ ପେଟରେ ଗ୍ୟାସ୍ ଗଠନ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଯାଏ ଏବଂ ଏହି ସମସ୍ୟାର ଘରୋଇ ଉପଚାର ବହୁତ ପ୍ରଭାବଶାଳୀ ବୋଲି ମନେ କରାଯାଏ ।

ଅଦା : ମୁଣ୍ଡରେ ଥିବା ରକ୍ତବାହୀକାମାନଙ୍କର ଫୁଲାକୁ କମାଇବାରେ ଅଦା ସାହାଯ୍ୟ କରେ । ଏହାର ବ୍ୟବହାର ମୁଣ୍ଡବିନ୍ଧାକୁ ହ୍ରାସ କରିଥାଏ ।

Get real time updates directly on you device, subscribe now.