ବଢୁଛି ମହିଳାଙ୍କ ପରକୀୟା ପ୍ରୀତି, ଦାମ୍ପତ୍ୟରେ ସୃଷ୍ଟି ହେଉଛି ଜଟିଳତା, ଏହାକୁ ନେଇ କଣ କହୁଛି Research?

ଓଡିଶା ଭାସ୍କର- ସାମ୍ପ୍ରତିକ ପରିସ୍ଥିତିରେ ବିବାହ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଅଧିକାଂଶ ଦାମ୍ପତ୍ୟରେ ତୃତୀୟ ବ୍ୟକ୍ତିବିଶେଷଙ୍କ ଏଣ୍ଟ୍ରି ସାଧାରଣ ଘଟଣା ହୋଇଗଲାଣି । ବିଶେଷ କରି ମହିଳାମାନେ ସ୍ୱାମୀଙ୍କ ପିଠି ପଛରେ ପର ପୁରୁଷ ସହ ରଖୁଛନ୍ତି ସମ୍ପର୍କ । ଏହା ଦ୍ୱାରା ଖାଲି ଦାମ୍ପତ୍ୟ ନୁହେଁ, ପରିବାରର ସମ୍ପର୍କ ଡୋରୀ ଦୁର୍ବଳ ହୋଇଯାଉଛି । ତେବେ କାହିଁକି ଏମିତି ହେଉଛି । ଏହା ପଛରେ କଣ କାରଣ ରହିଛି, ସେ ବିଷୟରେ ଅଧିକ ଚିନ୍ତନର ଆବଶ୍ୟକତା ରହିଛି ।

ବିଜ୍ଞାନ କହୁଛି ଏପରି ହେବା ପଛରେ ରହିଛି ହରମୋନର ପ୍ରଭାବ । ଏହି ହରମୋନ ପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ସମ୍ପର୍କରେ ଜଟିଳତା ଆସିଥାଏ । ଏହା ପରସ୍ପରକୁ ପରସ୍ପରଠାରୁ ଦୂରକୁ ନେଇଯାଏ । ହାଭର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟିନ ଟେକ୍ସାସ୍ ବିଶ୍ୱବିଦ୍ୟାଳୟ ଦମ୍ପତିଙ୍କ ମଧ୍ୟରେ ତୃତୀୟ ପୁରୁଷ ବା ମହିଳାଙ୍କ ଏଣ୍ଟ୍ରୀକୁ ନେଇ ଅଧ୍ୟୟନ କରିବା ପରେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି କି, ଦମ୍ପତିଙ୍କ ଶରୀରରେ ଟେଷ୍ଟୋଷ୍ଟେରନ ଓ କର୍ଟିସୋଲ ନାମକ ହରମୋନର ସ୍ତର ଅଧିକ ରହିଲେ ଉଭୟଙ୍କ ସମ୍ପର୍କରି ଜଟିଳତା ଆସିଥାଏ ।

ଏହି ହରମୋନ ସେମାନଙ୍କୁ ପରକିୟା ପ୍ରୀତି ପ୍ରତି ବାଟ କଢାଇନିଏ । ଏଥିରେ ବ୍ୟକ୍ତି ଆନନ୍ଦ ଅନୁଭବ କରେ । ଟେକ୍ସାସର ମନୋବିଜ୍ଞାନୀ ପ୍ରଫେସର ରବର୍ଟ ଜୋସେଫ କହିଛନ୍ତି, ବ୍ୟକ୍ତିର ଆଚରଣ, ବ୍ୟବହାର ଉପରେ ତାର ହରମୋନର ବିଶେଷ ଭୂମିକା ରହିଛିା ଟେଷ୍ଟୋରନର ଅଧିକ ମାତ୍ରା ବ୍ୟକ୍ତିର ଦଣ୍ଡ ପ୍ରତି ଥିବା ଭୟକୁ କମାଇଦିଏ । ତା ଭିତରେ ଅଧିକରୁ ଅଧିକ ପାଇବାର ଇଛାକୁ ଉଜାଗର କରେ । ସେହିପରି ଅଧିକ କର୍ଟିସୋଲର ଉପସ୍ଥିତି ପାଇଁ ବ୍ୟକ୍ତି ଭୁଲ ଓ ଠିକ ଭିତରେ ଥିବା ପ୍ରଭେଦ ଭୁଲିଯାଏ । ସେ ଏକ ପ୍ରକାର ବିବେକଶୂନ୍ୟ ହୋଇଯାଏ ।

ଅଧ୍ୟୟନ କରୁଥିବା ପ୍ରଫେସର ବିବାହିତ ଦମ୍ପତିଙ୍କ ଉପରେ ଅଧ୍ୟୟନ କରିଥିଲେ । ସେମାନଙ୍କୁ ପ୍ରଥମରେ କିଛି ପ୍ରଶ୍ନ କରାଯାଇଥିଲା । ତା ପରେ ସେମାନଙ୍କ ଲାଳ ସଂଗ୍ରହ କରି ପରୀକ୍ଷା କରାଯାଇଥିଲା । ଏଥିରେ ମିଳିଥିଲା, ଯେଉଁମାନଙ୍କ ଶରୀରରେ ଏହି ଦୁଇ ପ୍ରକାର ହରମୋନର ମାତ୍ରା ଅଧିକ ରହିଛି, ସେମାନଙ୍କ ଉତ୍ତର ଅତିରଞ୍ଜିତ ଥିଲା । ହେଲେ ଯେଉଁମାନଙ୍କ ଭିତରେ ଟେଷ୍ଟୋଷ୍ଟେରନ ଓ କର୍ଟିସୋଲର ମାତ୍ରା ସନ୍ତୁଳିତ ଥିଲା, ସେମାନେ ପ୍ରଶ୍ନର ଉତ୍ତରକୁ ସିଧା, ସଳଖ, ଟୁ ଦ ପଏଣ୍ଟ ଦେଇଥିଲେ । ଅର୍ଥାତ୍ ଏହି ଦୁଇ ହରମୋନ ପାଇଁ ଦାମ୍ପତ୍ୟରେ ଝଡ ଆସିଥାଏ ।