fbpx

ସରକାରୀ ସିଟ ପାଇଁ କେତେ ସ୍କୋର ଆବଶ୍ୟକ? NEET ପରୀକ୍ଷାକୁ ନେଇ ଏମିତି କହିଲେ ଏକ୍ସପର୍ଟ

ନୂଆଦିଲ୍ଲୀ: ସାରା ଦେଶରେ ୧୭ ତାରିଖରୁ ଶେଷ ହୋଇଛି ନିଟ ୟୁଜି ପରୀକ୍ଷା । ପ୍ରାୟ ୧୮ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଭାଗ ନେଇଥିବା ବେଳେ ଏବେ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି । ତେବେ ରେଜଲ୍ଟ ଅନୁସାରେ ହିଁ କୌଣସି ପ୍ରାର୍ଥୀ ମେଡିକାଲ କଲେଜରେ ଆଡମିଶନ ପାଇପାରିବେ । ତେବେ କମ ଫି’ସ ଥିବା ସରକାରୀ କଲେଜରେ ସିଟ ପାଇବା ପାଇଁ ପ୍ରାର୍ଥୀଙ୍କ ସ୍କୋର ଖୁବ ଭଲ ରହିବା ଆବଶ୍ୟକ । ତେବେ ଏହି କଲେଜରେ ସିଟ ସଂଖ୍ୟା ବହୁତ କମ ରହିଥିବାରୁ ନିଜ ସ୍ଥାନ ପକ୍କା କରିବାକୁ ହେଲେ ପ୍ରାର୍ଥୀମାନଭ୍କୁ ଭଲ ରେଜଲ୍ଟ କରିବାକୁ ପଡିବ ।

ଏଡାର ମେଡିକାଲ ଆଡମିଶନ ଏକଜିକ୍ୟୁଟିଭ ଆୟୂଷି ପଟେଲଙ୍କ କହିବା ଅନୁଯାୟୀ, ଜେନେରାଲ କାଟାଗୋରୀଙ୍କ ପାଇଁ ଏଆଇକ୍ୟୁ ୧୫ ପ୍ରତିଶତ କୋଟା ଅନ୍ତର୍ଗତ ସରକାରୀ କଲେଜରେ ଆଡମିଶନ ପାଇବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୬୫୦ କିମ୍ବା ଏହାଠାରୁ ଅଧିକ ସ୍କୋର କରିବା ନିହାତି ଆବଶ୍ୟକ । ସେହିପରି ଷ୍ଟେଟ କୋଟାରେ ୮୫ ପ୍ରତିଶତ ସିଟରେ ୬୦୦ ବା ଅଧିକ ସ୍କୋର ଆବଶ୍ୟକ କରିଥାଏ । ଏହି ଅନୁସାରେ ଓବିସି କାଟାଗୋରୀଙ୍କ ପାଇଁ ପ୍ରାର୍ଥୀମାନଙ୍କ ପାଇଁ ଏହି କଟ-ଅଫ୍ ୬୪୦ ରହିଥିବା ବେଳେ ଷ୍ଟେଟ ସିଟ ପାଇଁ ୫୯୦ ଧାର୍ଯ୍ୟ କରାଯାଇପାରେ ।

ଏସସି କାଟାଗୋରୀ ପାଇଁ ଏଆଇକ୍ୟୁ କାଉନ୍ସିଲିଙ୍ଗରେ ସରକାରୀ ସିଟ ପାଇବା ପାଇଁ ୪୫୦ ସ୍କୋର ହାସଲ କରିବା ନିହାତି ଜରୁରୀ, କିନ୍ତୁ ଷ୍ଟେଟ କୋଟାରେ ୩୮୫ ସ୍କୋର ଏଥିପାଇଁ ଯଥେଷ୍ଟ ହୋଇପାରିବ । ତେବେ ସରକାରୀ ସିଟ ଅକ୍ତିଆର କରିବା ପାଇଁ ଏସଟି କାଟାଗୋରୀର ପ୍ରାର୍ଥୀମାନଙ୍କୁ ୪୦୦ ସ୍କୋର ଆବଶ୍ୟକ ହୋଇଥାଏ । ତେବେ ଏହି କଟ୍-ଅଫ୍ ଅନୁସାରେ ରେଜଲ୍ଟ କରିଥିବା ପ୍ରାର୍ଥୀମାନଙ୍କୁ ସରକାରୀ କଲେଜରେ ସିଟ ମିଳିବା ଏକ ପ୍ରକାର ନିଶ୍ଚିତ ହୋଇଥାଏ ।

Get real time updates directly on you device, subscribe now.