fbpx

ମେ’ ୧୩ ତାରିଖରେ କେଉଁ ସମୟରେ ହେବ ମତଦାନ? ଜାଣନ୍ତୁ ଆପଣଙ୍କ ଜିଲ୍ଲାର ଟାଇମ୍

ଓଡ଼ିଶା ଭାସ୍କର: ଆସନ୍ତା ମେ’ ୧୩ ତାରିଖରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ନିର୍ବାଚନ କମିଶନଙ୍କ ତରପରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁ ଜିଲ୍ଲାରେ କେତେବେଳ ଭୋଟ ଗ୍ରହଣ କରାଯିବ, ସେ ନେଇ ବିଜ୍ଞପ୍ତିରେ ଦର୍ଶାଇଛନ୍ତି ନିର୍ବାଚନ କମିଶନ୍ ।

ବିଭିନ୍ନ ଜିଲ୍ଲାରେ ମତଦାନ ସମୟ:

ଆସନ୍ତା ମେ’ ୧୩ ତାରିଖରେ ହେବା ପାଇଁ ବିଜ୍ଞପ୍ତି ଜାରି ହୋଇଛି । ମତଦାନ ସମୟରେ ନୂଆପଡ଼ା, ଖଡ଼ିଆଳ ଏବଂ ଲାଞ୍ଜିଗଡ଼ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ସେହିପରି ଜୁନାଗଡ଼ ଏବଂ ଧର୍ମଗଡ଼ରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ମତଦାନ କରାଯିବ । ତେବେ ଭବାନୀପଟଣା ଓ ନର୍ଲା ଭୋଟର ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଏହାବ୍ୟତୀତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବ ବ୍ରହ୍ମପୁର ପାଇଁ ମଧ୍ୟ ସମୟ ନିର୍ଦ୍ଧାରିତ ହୋଇସାରିଛି । ନବରଙ୍ଗପୁର ସମେତ ଉମରକୋଟ, ଡାବୁଗାଁ ଏବଂ ଝରିଗାଁରେ ମତଦାନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବୁଥ୍ କୋଲା ରହିବ । ସେହିପରି କୋଟପାଡ଼, ମାଲକାନାଗିରି ଏବଂ ଚିତ୍ରାକୋଣ୍ଡାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ ବୋଲି ଘୋଷଣା ହୋଇଛି ।

ବ୍ରହ୍ମପୁରର ଛତ୍ରପୁରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବା ବେଳେ ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଏବଂ ପାରଳାଖେମୁଣ୍ଡିରେ ମଧ୍ୟ ଏହି ସମୟରେ ମତଦାନ କରିପାରିବେ ଭୋଟର । ତେବେ ମୋହନାରେ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଚାଲୁ ରହିବ । ଅନ୍ୟ ପକ୍ଷରେ କୋରାପୁଟ ପାଇଁ ନିର୍ବାଚନୀ ମତଦାନ ସମୟ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ ହୋଇଛି । କୋରାପୁଟ ଆସନ ସହିତ ଗୁଣୁପୁର, ବିସମ କଟକ ଏବଂ ରାୟଗଡ଼ାରେ ମତଦାନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ । ତେବେ ଲକ୍ଷ୍ମୀପୁର ଏବଂ ପଟ୍ଟାଙ୍ଗୀରେ ମତଦାନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ସ୍ଥିର ହୋଇଥିବା ବେଳେ ଜୟପୁରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ମତଦାନ ।

ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏଥିପାଇଁ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ । ତେବେ ଏପ୍ରିଲ ୨୫ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ହୋଇଥିବା ବେଳେ ଏପ୍ରିଲ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ତେବେ ୨୯ ତାରିଖରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

Get real time updates directly on you device, subscribe now.