fbpx

ଦ୍ୱିତୀୟ ଥର ଏହି ଜିନିଷ ଗରମ କରି ଖାଉଛନ୍ତି କି ? ବିଷ ପାଲଟିଯାଏ ଖାଦ୍ୟ, ଦେଖାଦିଏ ସ୍ୱାସ୍ଥ୍ୟ ସମସ୍ୟା

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ପ୍ରାୟ କର୍ମଜୀବୀ ଅଟନ୍ତି । ସେମାନଙ୍କ ପାଖରେ ଏତେ ସମୟ ନଥାଏ ଯେ ପ୍ରତିଦିନ ରୋଷେଇ କରି ଅଫିସକୁ ଯିବେ । ତେଣୁ ଗୋଟିଏ ଓଳି ଅଧିକ ରୋଷେଇ କରି ଫ୍ରିଜରେ ରଖିଦେଇଥାନ୍ତି । ରାତିରେ ଆସିଲେ ସେହି ଖାଦ୍ୟକୁ ଗରମ କରି ସେବନ କରିଥାନ୍ତି କିମ୍ବା ରାତିରେ ରୋଷେଇ କରି ସକାଳେ ଗରମ କରି ଖାଇଥାନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ତେବେ ସାବଧାନ ହୋଇଯାଆନ୍ତୁ । ଏପରି କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ଜାଣିବ କେଉଁ ସବୁ ଖାଦ୍ୟକୁ ଦ୍ୱିତୀୟ ଥର ପାଇଁ ଗରମ କରି ସେବନ କରିବା ଉଚିତ ନୁହେଁ ।

୧. ଭାତ: ଖରା ଦିନେ ରନ୍ଧାଯାଇଥିବା ଖାଦ୍ୟ ଶୀଘ୍ର ଖରାପ ହୋଇଥାଏ । ଏଥିମଧ୍ୟରୁ ଭାତ ଅନ୍ୟତମ । ଭାତକୁ ଅଧିକ ସମୟ ପର୍ଯ୍ୟନ୍ତ ରୁମ୍ ଟେମ୍ପରେଚରରେ ରଖିଲେ ସେଥିରେ ବ୍ୟାକ୍ଟେରିଆ ବୃଦ୍ଧି ହେବା କାରଣରୁ ଫୁଡ୍ ପଏଜନିଂ ହୋଇଥାଏ । ତେଣୁ ଭାତକୁ ଫ୍ରିଜରେ ରଖିବା ପାଇଁ ଭୁଲି ଯାଇଥିଲେ ଏହାକୁ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ । ଆପଣ ଏହାକୁ ପଖାଳ କରିପାରିବେ ।

୨. ଚାହା: ଅଧିକାଂଶ ଲୋକଙ୍କୁ ଚାହା ପିଇବା ପସନ୍ଦ । ତେଣୁ ସେମାନେ ଏକା ଥରକେ ଅଧିକ ମାତ୍ରାରେ ଚାହା କରିଥାନ୍ତି ଓ ପରେ ଗରମ କରି ପିଅନ୍ତି । ଏପରି କରନ୍ତୁ ନାହିଁ । ଚାହା ଦ୍ୱିତୀୟ ଥର ଗରମ କରି ପିଇଲେ ଏସିଡିଟି ଏବଂ ଝକ୍ଷରରକ୍ଟ୍ର ଉଚ୍ଚମକ୍ଷରରେ ସମସ୍ୟା ଦେଖାଦେଇପାରେ । ଏହା ଦ୍ୱାରା ଚାହାରେ କାଫେନର ମାତ୍ରା ବୃଦ୍ଧି ପାଇଥାଏ ।

୩. ଉଲ୍ କୋବି(ସାଲଗମ୍‌): ଏଥିରେ ନାଇଟ୍ରେଟ୍ ଭଳି ପୋଷକ ତତ୍ୱ ରହିଛି । ସାଲଗମକୁ ଦ୍ୱିତୀୟ ଥର ଗରମ କରି ସେବନ କରିଲେ ଏଥିରେ ଥିବା ନାଇଟ୍ରେଟ୍ସ ନାଇଟ୍ରିକରେ ପରିବର୍ତ୍ତନ ହୋଇଯାଏ । ଏହା ଟକ୍ସିକ ଅଟେ । ଫଳରେ କ୍ୟାନସର ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

୪. ଛତୁ: ଅଧିକାଂଶ ଲୋକଙ୍କୁ ଛତୁ ବେଶ ପସନ୍ଦ । କିନ୍ତୁ ଏହାକୁ ଦ୍ୱିତୀୟ ଥର ଗରମ କରି ସେବନ କରିବା ଦ୍ୱାରା ସେଥିରେ ଥିବା ପ୍ରୋଟିନର ସ୍ୱରୂପ ବଦଳିଯାଏ ଯଦ୍ୱାରା ପାଚନ ଜନିତ ସମସ୍ୟା ଦେଖାଦେଇଥାଏ । ଏହା ବ୍ୟତୀତ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।

୫. ପାଳଙ୍ଗ: ପାଲଙ୍ଗ ଶାଗରେ ନାଟ୍ରେଟ୍ ପୋଷକ ତତ୍ୱ ଥାଏ । ଏହାକୁ ଦ୍ୱିତୀୟ ଥର ଗରମ କରିଲେ ନାଇଟ୍ରେଟ୍ ନାଇଟ୍ରାଇଟ୍ସରେ ପରିବର୍ତ୍ତନ ହୋଇଯାଏ ଏବଂ ଏହାକୁ ସେବନ କରିବା ଦ୍ୱାରା ମିଥେମୋଗ୍ଲୋବିମୋନିଆ ହେବାର ଆଶଙ୍କା ଦେଖାଦେଇଥାଏ । ଏହି ରୋଗରେ ଲାଲ ରକ୍ତ କଣିକାକୁ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ବହନ କରିବାରେ ସମସ୍ୟା ହୋଇଥାଏ ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

୬. ଅଣ୍ଡା: ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବେ ଜଣାଶୁଣା ଅଣ୍ଡା । ଏହାକୁ ଦ୍ୱିତୀୟ ଥର ପାଇଁ ଗରମ କରି ସେବନ କରିବା ଦ୍ୱାରା ପାଚନ ସମସ୍ୟା ଦେଖାଦେଇପାରେ ।

୭. ଆଳୁ: ଆଳୁକୁ କେବେ ବି ଦ୍ୱିତୀୟ ଥର ପାଇଁ ଗରମ କରି ଖାଆନ୍ତୁ ନାହିଁ । ଏହା ଫୁଡ୍ ପଏଜନିଂର କାରଣ ହୋଇପାରେ । ଏହା ସହ ଆଳୁର ସ୍ୱାଦ ବିଗିଡ଼ି ଯାଇଥାଏ ।

Get real time updates directly on you device, subscribe now.