fbpx
BSKY SKY
BSKY SKY

ଚନ୍ଦ୍ରଗ୍ରହଣରେ କଣ କରିବେ?ଏହା କେଉଁ ରାଶି ପାଇଁ ଶୁଭ ଓ ଅଶୁଭ

BSKY

ଭୁବନେଶ୍ୱର: ଆଜି ହେଉଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ଏନେଇ ଭୋର ୫ଟା ୫୪ରୁ ବନ୍ଦ ହୋଇଛି ଦେବନୀତି । ଏହାସହ ଅନ୍ନ ଭୋଜନ ଓ ରୋଷେଇ କରିବା ମଧ୍ୟ ବନ୍ଦ ହୋଇଛି । ହେଲେ ରୋଗୀ, ବୃଦ୍ଧ, ପିଲା ଓ ଗର୍ଭବତୀମାନେ ଅନ୍ନପାକ କରିପାରିବେ । ଯେତେବେଳେ ଗ୍ରହଣ ଲାଗିବ ସେହି ସମୟରେ ଶୋଇବାକୁ ବାରଣ କରାଯାଇଛି । ଆଜି ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ କରିବ ଓ ଏହା ୬ଟା ୧୯ରେ ସର୍ବମୋକ୍ଷ ହେବ । ତେଣୁ ଗ୍ରହଣ ଲାଗିଥିବା ସମୟରେ ଚନ୍ଦ୍ରକୁ ଖାଲି ଆଖିରେ ଦେଖନ୍ତୁ ନାହିଁ ।

ଆପଣଙ୍କ ଘରେ ଯଦି ବଳକା ଖାଦ୍ୟ ସର୍ବମୋକ୍ଷ ପରେ ରହୁଛି ତେବେ ସେହି ଖାଦ୍ୟକୁ ଖାଆନ୍ତୁ ନାହିଁ । ସର୍ବମୋକ୍ଷ ପରେ ସ୍ନାନ କରି ପୂଜାର୍ଚ୍ଚନା କରିପାରିବେ । ସେହିପରି ଅଜି ଶ୍ରୀ ମନ୍ଦିରରେ ପାଳନ ହୋଇଛି ଚନ୍ଦ୍ରଗ୍ରହଣ ନୀତି । ରାତି ୧୨ଟା ୩୦ରେ ମଙ୍ଗଳ ଆଳତୀ ହୋଇଛି । ରାତି ୧ଟାରେ ୧୫ରେ ଅବକାଶ ନୀତି । ସେହିପରି ୨ଟା ୩୦ରେ ଶ୍ରୀଜୀଉଙ୍କ ସୁନାବେଶ ହୋଇଛି । ଏହାପରେ ଭୋର ୩ଟା ୨୦ରେ ସକାଳ ଧୂପ ସହ ୫ଟା ୫୦ରେ ପ୍ରଥମ ଭୋଗ ନୀତିକୁ ସମାପ୍ତ କରାଯାଇଛି ।

ତେବେ ସୂର୍ଯ୍ୟଦୋୟ ୫ଟା ୫୪ରେ ହୋଇଥିବାରୁ ସେହି ସମୟରେ ଦେବନୀତି ବନ୍ଦ କରାଯାଇଛି । ଶ୍ରୀମନ୍ଦିରରେ ସକାଳ ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ହୋଇଛି। ଆସନ୍ତୁ ଜାଣିବା ଏହି ଚନ୍ଦ୍ରଗ୍ରହଣ କେଉଁ କେଉଁ ରାଶି ପାଇଁ ଶୁଭ ଅଛି ।ତେବେ ଚନ୍ଦ୍ରଗ୍ରହଣରେ ବିଛା, ଧନୁ, କୁମ୍ଭ, ମୀନ ରାଶି ସହ ମିଥୁନ, କର୍କଟ, ସିଂହ, ତୁଳା ରାଶି ମାନଙ୍କ ପାଇଁ ଶୁଭ ଅଛି । ଏହାଛଡା ୪ଟି ରାଶି ପାଇଁ ଅଶୁଭ ଅଛି । ମେଷ ବୃଷ, କନ୍ୟା ଓ ମକର ରାଶି ପାଇଁ ଏହି ଚନ୍ଦ୍ରଗ୍ରହଣ ଅଶୁଭ ରହିଛି । ଗ୍ରହଣ ଲାଗିଥିବା ସମୟରେ ବାହରକୁ ବାହରିବାକୁ ବାରଣ କରାଯାଇଛି ଏହି ୪ଟି ରାଶି ଲୋକମାନଙ୍କୁ । ଏହାଛଡ଼ା ଚନ୍ଦ୍ରଗ୍ରହଣ ପାଇଁ ଶ୍ରଦ୍ଧାଳୁମନେ ୨ଟା.୩୦ରେ ଡଙ୍ଗା ଭଷାଇଛନ୍ତି ।

Get real time updates directly on you device, subscribe now.