Personal Loanର EMI ସୁଝିବାରେ ଅସୁବିଧା ଭୋଗୁଛନ୍ତି କି? ଏହି ଉପାୟକୁ ଅପଣାଇ କରଜ ଜାଲରୁ ପାଇପାରିବେ ମୁକ୍ତି
କେମିତି ଆପଣଙ୍କର ଇଏମଆଇ ସୁଝିବେ, ଜାଣନ୍ତୁ ସବୁଠୁ ସହଜ ଉପାୟ
ନୂଆଦିଲ୍ଲୀ: ଅଚାନକ ଆମର ଚାକିରି ଚାଲିଯିବା ଏବଂ ବିଜନେସ ନ ଚାଲିବାରେ ଆମେ କରିଥିବା ଲୋନର ଇଏମଆଇ ସୁଝିବାରେ ଅସୁବିଧା ଭୋଗିଥାଉ। ଏଭଳି ପରିସ୍ଥିତିରେ ଆପଣ ବିଚଳିତ ହୁଅନ୍ତୁ ନାହିଁ। ଆପଣ କିଛି ଉପାୟ ଅବଲମ୍ବନ କରି ଏହି ଋଣରୁ ମୁକ୍ତି ପାଇପାରିବେ।
ବ୍ୟାଙ୍କକୁ କିଛି ସମୟ ମାଗନ୍ତୁ: ଯଦି ଆପଣ ଇଏମଆଇ ସୁଝିବାରେ ଅସୁବିଧା ଭୋଗୁଛନ୍ତି, ତେବେ ଆପଣ ବ୍ୟାଙ୍କ ବା ଏନବିଏଫସି କମ୍ପାନୀକୁ କିଛି ସମୟ ମାଗନ୍ତୁ।
ଏଥିପାଇଁ ଆପଣ ବ୍ୟାଙ୍କର ଇ-ମେଲ କରନ୍ତୁ ବା ଯଦି ସମ୍ଭବ ହେଉଛି ତେବେ ସେହି ବ୍ରାଞ୍ଚକୁ ଯାଇ ଲୋନ ଡିପାର୍ଟମେଣ୍ଟର ଅଧିକାରୀଙ୍କୁ ଭେଟନ୍ତୁ , ଯେଉଁଠାରୁ ଆପଣ ଲୋନ ଆଣିଛନ୍ତି।
ଲୋନକୁ ରିଷ୍ଟ୍ରକଚର କରାନ୍ତୁ: ଯଦି ଆପଣଙ୍କ ପାଖରେ ଇଏମଆଇ ସୁଝିବା ଲାଗି ଟଙ୍କା ନାହିଁ ତେବେ ଆପଣ ବ୍ୟାଙ୍କ ସହ କଥା ହୋଇ ଲୋନର ରିଷ୍ଟ୍ରକଚର କରିପାରିବେ। ଏଥିରେ ଲୋନର ଇଏମଆଇ କମ ହୋଇଯାଏ, କିନ୍ତୁ ଲୋନ ସୁଝିବାର ସମୟ ଅଧିକ ବଢିପାରେ।
ବାଲାନ୍ସ ଟ୍ରାନ୍ସଫର କରାନ୍ତୁ: ଅନେକ ବ୍ୟାଙ୍କ ଲୋନର ମୂଲ୍ୟକୁ ବାଲାନର୍ସ ଟ୍ରାନ୍ସଫରର ମଧ୍ୟ ସୁବିଧା ଦେଇଥାଏ। ଏଥିରେ ବ୍ୟାଙ୍କର ଲୋନ ପରି ଅଧିକ ଅର୍ଥ ପ୍ରଦାନ କରନ୍ତି। ଏଥିରେ ପୁରୁଣା ଲୋନ ଶେଷ ହୋଇଯାଏ ଏବଂ ନୂଆ ଲୋନ ଆରମ୍ଭ ହୋଇଯାଏ। ଏଥିସହ ଲୋନ ନେଇଥିବା ବ୍ୟକ୍ତିଙ୍କୁ ଆହୁରି ଅର୍ଥ ମିଳିଯାଇଥାଏ।
ଲୋନ ସେଟେଲମେଣ୍ଟ କରାନ୍ତୁ: ଯଦି କୌଣସି ବ୍ୟକ୍ତି ବ୍ୟାଙ୍କ ବାରମ୍ବାର କଲ କରିବା ମଧ୍ୟ ଇଏମଆଇ ସୁଝିପାରେନି ତେବେ ବ୍ୟାଙ୍କ ସଟେଲମେଣ୍ଟ ପାଇଁ ମଧ୍ୟ କହିପାରେ।
ଏହାକୁ ୱାନ ଟାଇମ ସେଟେଲମେଣ୍ଟ କୁହାଯାଇଥାଏ। ଏଥିରେ ବ୍ୟାଙ୍କ ଲୋନର ନ ସୁଝିଥିବା ଟଙ୍କା ନିଏ ନାହିଁ ବରଂ ୧୦ ରୁ ୫୦ ପ୍ରତିଶତ ହିଁ ନେଇଥାଏ ଏବଂ ବାକି ଅର୍ଥ ଛାଡ କରିଦିଏ। ଅଧିକାଂଶ ବ୍ୟାଙ୍କ ସେଟେଲମେଣ୍ଟ କରି ଟଙ୍କା ସୁଝିବା ପାଇଁ ୧ ସପ୍ତାହର ସମୟ ଦେଇଥାଏ।