କ’ଣ ହେବ ଫାଇନାଲ ମ୍ୟାଚର ଟିମ କମ୍ବିନେସନ? ଏହି ଦଳ ସହ ଓହ୍ଲାଇପାରନ୍ତି ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା

ନୂଆଦିଲ୍ଲୀ: ମହିଳା ଟି୨୦ ବିଶ୍ୱକପ ୨୦୨୩ର ଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫିକ୍ରା । ଫାଇନାଲ ମ୍ୟାଚ ପାଇଁ ଉଭୟ ଦଳ ନିଜର ଦମଦାର ପ୍ରସ୍ତୁତି ଶେଷ କରିବା ପରେ ଏବେ ଟ୍ରଫି ହାତେଇବା ପାଇଁ କରିଛନ୍ତି ଅପେକ୍ଷା । ତେବେ ଏହି ଫାଇନାଲ ସନ୍ଧ୍ୟାରେ କ’ଣ ରହିବ ଉଭୟ ଦେଶର ପ୍ଲେଇଙ୍ଗ-୧୧, ତାହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଉଭୟ ଦଳର ଅଧିନାୟକ ଏ ନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରିସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ଭାବିତ ପ୍ଲେଇଙ୍ଗ ୧୧

ଅଷ୍ଟ୍ରେଲିଆ ଚଳିତବର୍ଷ ଲଗାତାର ତୃତୀୟ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ସେମି ଫାଇନାଲ ମ୍ୟାଚରେ ଭାରତକୁ ମାତ ଦେଇ ଫାଇନାଲର ଟିକେଟ ହାସଲ କରିଥିଲା ଅଷ୍ଟ୍ରେଲିଆ । ଦଳ ଲଗାତାର ଭଲ ପ୍ରଦର୍ଶନ କରିଛି, ତେଣୁ ଟିମରେ କୌଣସି ପରିବର୍ତ୍ତନ କରି ନ ପାରନ୍ତି ଅଧିନାୟକ ମେଗ ଲେନିଙ୍ଗ । ସେ ଫାଇନାଲରେ ମଧ୍ୟ ନିଜ ୱିନିଙ୍ଗ କମ୍ବିନେସନ ସହ ଦକ୍ଷିଣ ଆଫ୍ରିକାକୁ ସାମନା କରିବେ ।

ଅଷ୍ଟ୍ରେଲିଆର ପ୍ଲେଇଙ୍ଗ ୧୧:

ମେଗ ଲେନିଙ୍ଗ(ଅଧିନାୟକ), ଏଲିସା ହିଲି, ବେଥ ମୁନୀ, ଏଶଲେ ଗାର୍ଡନର, ଗ୍ରେସ ହାରିସ, ଏଲିସ ପେରୀ, ତାହାଲିୟା ମେକଗ୍ରା, ଜର୍ଜିଆ ବେୟରହମ, ଜେସ ୋନାସନ, ମେଗନ ଶୁଟ ଏବଂ ଡାର୍ସିି ବ୍ରାଉନ ।

ତେବେ ଯଦି ଦକ୍ଷିଣ ଆଫ୍ରିକା ବିଷୟରେ କୁହାଯାଏ, ତେବେ ଏହି ଦଳ ମଧ୍ୟ ପରିବର୍ତ୍ତନ କରିବାର ବିଶେଷ ସମ୍ଭାବନା ଦେଖା ଯାଉନାହିଁ । ସେମିଫାଇନାଲରେ ଇଂଲଣ୍ଡ ଭଳି ଦଳକୁ ପରାଜୟର ସ୍ୱାଦ ଚଖାଇବା ପରେ ଖେଳାଳିମାନଙ୍କ ମନୋବଳ ମଧ୍ୟ ଖୁବ ଉଚ୍ଚରେ ରହିଥିବ । ସୁନ୍ଦର ବ୍ୟାଟିଙ୍ଗ ସହ ଜବରଦସ୍ତ ବୋଲିଂ ଏବଂ ଫିଲ୍ଡିଂ ମଧ୍ୟ ଜାରି ରଖିଛି ସାଉଥ ଆଫ୍ରିକା । ତେଣୁ ଏହି ଦଳ ମଧ୍ୟ ଦଳରେ ବିଶେଷ ପରିବର୍ତ୍ତନ କରିବ ନାହିଁ ।

ଦକ୍ଷିଣ ଆଫ୍ରିକାର ସମ୍ଭାବିତ ପ୍ଲେିଙ୍ଗ ୧୧:

ସୁନେ ଲୁସ(ଅଧିନାୟକ), ଲୋରା ୱାଲବାର୍ଟ, ତାଜାମିନ ବ୍ରିଟ୍ସ, ମାରୀଜେନ କେପ, କ୍ଲୋ ଟ୍ରାଇନ, ଏନେକେ ବାସ, ନଡୀନ ଡିକ୍ଲେରକ, ସିନାଲୋ ଜାଫ୍ଟା, ଶବନିମ ଇସ୍ମାଇଲ, ଅୟାବୋଙ୍ଗା ଖାକା ଏବଂ ନୋନକୁଲୁଲେକୋ ମଲାବା ।