fbpx

କ’ଣ ହେବ ବିଏସକେୱାଇ କାର୍ଡଧାରୀଙ୍କ ଅବସ୍ଥା ? ରୋଗୀଙ୍କୁ ଫେରାଇବା ଆରମ୍ଭ କଲେଣି ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାରର ପରାଜୟ ପରେ ଚିନ୍ତାରେ ପଡିଯାଇଛନ୍ତି ବିଏସକେୱାଇ କାର୍ଡଧାରୀ । କାରଣ ଖବର ମିଳିଛି ଏହି କାର୍ଡଧାରୀ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଛନ୍ତି କିଛି ଘରୋଇ ହସ୍ପିଟାଲ । ଫଳରେ ରୋଗୀ ଘରୋଇ ହସ୍ପିଟାଲ ଯାଉଛନ୍ତି କିମ୍ବା ଚିକିତ୍ସା ନ ପାଇ ନିରାଶ ହୋଇ ଘରକୁ ଫେରୁଛନ୍ତି ।

ଚଳିତ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଏସକେୱାଇ କାର୍ଡରେ ଚିକିତ୍ସା ଟଙ୍କା ମିଳିବ କି ନା ସେ ନେଇ ସମସ୍ତେ ସନ୍ଦେହରେ ପଡିଯାଇଛନ୍ତି । ରାଜ୍ୟରେ ବିଜେଡି ସରକାର ଆର୍ଥିକ ଦୂର୍ବଳ ପରିବାରକୁ ଆକସ୍ମିକ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ ଲାଗି ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ କରିଥିଲେ । ଏହି ସ୍ୱାସ୍ଥ୍ୟ ସେବା ଯୋଜନାରେ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ସହିତ ତାଲିକାଭୁକ୍ତ ହୋଇଥିବା ୧୯୨ଟି ଘରୋଇ ଡାକ୍ତରଖାନାରେ ବିଏସକେୱାଇ କାର୍ଡ ଜରିଆରେ ଆର୍ଥିକ ଦୂର୍ବଳ ଶ୍ରେଣୀର ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ଲାଗି ବାର୍ଷିକ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି । ବାର୍ଷିକ ୩ ଲକ୍ଷ ଟଙ୍କା ଆୟକାରୀ ପରିବାରରେ ମଧ୍ୟ କିଡନୀ, ହୃଦରୋଗ ଓ କର୍କଟ ରୋଗର ଚିକିତ୍ସା ଲାଗି ମଧ୍ୟ ଏହି ସହାୟତା ଯୋଗାଇ ଦିଆଯାଉଥିଲା । କିନ୍ତୁ ରାଜ୍ୟରେ ବିଜେଡି ସରକାରର ପତନ ପରେ ଏହି କାର୍ଡରେ ପଇସା ଆସିବାକୁ ନେଇ ଅନିଶ୍ଚୟତା ସୃଷ୍ଟି ହୋଇଥିବାରୁ କିଛି ଡାକ୍ତରଖାନା ରୋଗୀଙ୍କୁ ଫେରାଇ ଦେଉଥିବା ଜଣାଯାଇଛି ।

Get real time updates directly on you device, subscribe now.